ଓଡ଼ିଶା

କ୍ଷୁଦ୍ର ଓ ମଧ୍ୟମ ସମ୍ବାଦ ପତ୍ର ମହାସଂଘର ବୈଠକ

ପୁରୀ, ୧୨/୧(ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): ଅଖିଳ ଭାରତ କ୍ଷୁଦ୍ର ଓ ମଧ୍ୟମ ସମ୍ବାଦ ପତ୍ର ମହାସଂଘର ରାଜ୍ୟ ପରିବର୍ଦ୍ଧିତ ଏଠରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ମହାସଂଘର ସଭାପତି ରବି ରଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ପୂର୍ବତନ ରାଷ୍ଟ୍ରଦୂତ ମଳୟ ମିଶ୍ର, ପୂର୍ବତନ କେନ୍ଦ୍ର ମନ୍ତ୍ରୀ ବ୍ରଜକିଶୋର ତ୍ରୀପାଠୀ, ମହନ୍ତ ଅନିରୁଧ ରାମାନୁଜ ଦାସ ପ୍ରମୁଖ ଯୋଗ ଦେଇଥିଲେ। ଏହି ବୈଠକରେ ଓଡିଶାର ବିଭିନ୍ନ ଅଂଳରୁ ପ୍ରକାଶ ପାଉଥିବା ସଂସ୍ୱାଦ ପତ୍ରରୁ ସଂପାଦକ ମାନେ ଯୋଗ ଦେଇଥିଲେ। ବୈଠକରେ ମୁଖ୍ୟତଃ କ୍ଷୁଦ୍ର ଓ ମଧ୍ୟମ ସ୍ୱାଦ ପତ୍ରର ସମସ୍ୟା ରାଜ୍ୟ ସରକାରଙ୍କ ବିଜ୍ଞାପନ ନୀତି, ଡିଏଭିପିର ନୂତନ ବିଜ୍ଞାପନ ନୀତି ଧାରାବାହିକ ଭାବେ ପ୍ରକାଶ ପାଉଥିବା ସମ୍ବାଦ ପତ୍ର ଗୁଡିକୁ ସରକାର ଅନୁଦାନ ଭବିଷ୍ୟତ କାର୍ଯ୍ୟ ପନ୍ଥାସହ ବିଭିନ୍ନ ସମସ୍ୟା ସଂପର୍କରେ ଆଲୋଚନା କରାଯାଥିଲା। ମହାସଂଘର ୮ ଦଫା ଦାବି ସଂପର୍କରେ ମଧ୍ୟ ଆଲୋଚନା କରାଯାଇଥିଲା। ବୈଠକରେ ନିରଂଜନ ପଣ୍ଡା, ନିର୍ମଳ ଚନ୍ଦ୍ର ସାମଲ, ପ୍ରଦୀପ ପରିଡା, ବିନୋଦ ମହାପାତ୍ର, ଭଜମୋହନ ବେହେରା ପ୍ରମୁକ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ପ୍ରାରମ୍ଭରେ ମହାସଂଘର ଉପସଭାପତି ଚିତରଂଜନ ସ୍ୱାଇଁ ସ୍ୱାଗତ ଭାଷଣ ଦେଇଥିଲା ବେଳେ ସାଧାରଣ ସଂପାଦକ ଆର.ଏନ ପାଣି ସଂପାଦକ ବିବରଣୀ ପାଠ କରିଥିଲେ। ଶେଷରେ ତ୍ରିପତି ବାଲାଜି ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top