କ୍ଷତିପୂରଣ ନେଇ ଚାଷୀ ଭେଟିଲେ ସବ୍ କଲେକ୍ଟରଙ୍କୁ

ସମ୍ବଲପୁର, ୨୯/୮ (ଓଡ଼ିଆ ପୁଅ) – ଲରପଙ୍କର ଜୟଦୁର୍ଗା ଆଞ୍ଚଳିକ କୃଷକ ସଂଗଠନର କର୍ମକର୍ତ୍ତା, ସମ୍ବଲପୁର ଜିଲ୍ଲା କୃଷକ ସୁରକ୍ଷା ସଂଗଠନର କର୍ମକର୍ତ୍ତାଙ୍କ ଗହଣରେ ସବ୍ -କଲେକ୍ଟର ପ୍ରଦୀପ ସାହୁଙ୍କୁ ସାକ୍ଷାତ କରି ହିଣ୍ଡାଲକୋ କମ୍ପାନୀରୁ ନିର୍ଗତ ବର୍ଜ୍ୟ ସାମଗ୍ରୀର ପ୍ରଭାବରେ କ୍ଷତିଗ୍ରସ୍ତ ହୋଇଥିବା ଚାଷ ଏବଂ ସମ୍ବଲପୁର ମହାନଗର ନିଗମ ଓ କେତୋଟି ପଞ୍ଚାୟତର କୃଷି ବୀମା ରାଶି ପ୍ରାପ୍ତି ବାବଦରେ ଆଲୋଚନା କରିଛନ୍ତି। ଆଲୋଚନା ସମୟରେ ଚାଷୀ ସଂଗଠନର କର୍ମକର୍ତ୍ତା ଠୋସ ବିଷୟବସ୍ତୁ ଗୁଡ଼ିକ ଉତ୍ ଥାପନ କରି ଚାଷୀ ସମ୍ମୁଖୀନ ହୋଇଥିବା କ୍ଷୟକ୍ଷତି ବାବଦରେ ଦୃଷ୍ଟି ଆକର୍ଷଣ କରି କ୍ଷତିପୂରଣ ରାଶି ତୁରନ୍ତ ପ୍ରଦାନ ପାଇଁ ପଦକ୍ଷେପ ସକାଶେ ଅନୁରୋଧ ଜଣାଇଛନ୍ତି।

Leave a Reply

Your email address will not be published. Required fields are marked *