କ୍ଷତିଗ୍ରସ୍ତ ଧାନକ୍ଷେତ ବୁଲି ଦେଖିଲେ ବିଜେପି ପ୍ରତିନିଧି ଦଳ

ପାଟଣା,ତା୧୪/୧୧(ଓଡିଆ ପୁଅ/ଅଭିମନ୍ୟୁ)କେନ୍ଦୁଝର ଜିଲ୍ଲା ପାଟଣା ଓ ସାହାରପଡା ବ୍ଲକ ଅଞ୍ଚଳରେ ଧାନଚାଷରେ ରୋଗପୋକ ଯୋଗୁଁ ଧାନ ଅଗାଡି ହୋଇଯିଗା ସୂଚନା ପାଇବା ପରେ ଭାଜପାର ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ଆଜି ପାଟଣା ଓ ସାହାରପଡା ବ୍ଲକ ଅଞ୍ଚଳର ଅଗାଡି ହୋଇଥିବା ଧାନ କ୍ଷେତ ପରିଦର୍ଶନ କରିଛନ୍ତି । ଜିଲା ଭାଜପା ସଭାପତି ରାଧାକାନ୍ତ ମହାନ୍ତ, ଭାଜପା କୃଷକମୋର୍ଚ୍ଚା ରାଷ୍ଟ୍ରୀୟ ଉପସଭାପତି ମହେଶ୍ୱର ସାହୁ, ସତ୍ୟବ୍ରତ ନାଏକ, ଗୌତ୍ତମ ନାଏକ, ଲାଲମୋହନ ନାଏକ, ସୂର୍ଯ୍ୟପ୍ରକାଶ ସାହୁ, ବ୍ରଜମୋହନ ସାହୁ, ବରୁଣ କୁମାର ସାହୁ ଓ ମନୋଜ କୁମାର ସାହୁ ପ୍ରମୁଖ ଅନ୍ୟ ଭାଜପା କର୍ମୀଙ୍କୁ ନେଇ ସାହାରପଡା ବ୍ଲକର କୁଣ୍ଡଳା ପଞ୍ଚାୟତ, ପାଟଣାର ମିରିଗିଖୋଜି ପଞ୍ଚାୟତର ମିରିଗିଖୋଜି, କଟାବେଡା, ଝାଲିଆବେଡା, ଭାଲିଆଡିହା, କଇଁଣ୍ଡା, ତି୍ରବିନ୍ଧା, ବୁଢିକାପୁଡି, ଯଜପଶି, ବେଲପଶି, ଲକ୍ଷ୍ମୀପଶି ଆଦି ଗ୍ରାମର ଚାଷଜମି ବୁଲି ଦେଖିବା ସହ କ୍ଷତିଗ୍ରସ୍ତ ଚାଷୀଙ୍କୁ ଭେଟିଛନ୍ତି । କୃଷି ଓ ରାଜସ୍ୱ ବିଭାଗ ଏହିସବୁ ଅଞ୍ଚଳର ଚାଷୀଙ୍କୁ ଉପଯୁକ୍ତ କ୍ଷତିପୂରଣ ପ୍ରଦାନ ପାଇଁ ସେମାନେ ଜିଲାପାଳଙ୍କୁ ଜଣାଇବେ ବୋଲି ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *