ଜିଲ୍ଲା ପରିକ୍ରମା

କ୍ଷତିଗ୍ରସ୍ତ ଜମାକାରୀଙ୍କୁ ଟଙ୍କା ଫେରସ୍ତ କଥା କହିଲେ, ଦେଲେ ନାହିଁ, ଆଗାମୀ ୧୨ରେ ଜିଲ୍ଲାପାଳଙ୍କ ଅଫିସ ଘେରିବେ ଜମାକାରୀ

ଭଦ୍ରକ, ୧୯ା୮ (ଓଡ଼ିଆ ପୁଅ / ପ୍ରମୋଦ ରାୟ) – ଶହ ଶହ ଠକ କମ୍ପାନୀ, ତୃଟିଯୁକ୍ତ ଆଇନ ଓ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସହାୟତାରେ ଲକ୍ଷ ଲକ୍ଷ ଜମାକାରୀଙ୍କୁ ଚିତାକାଟି ଉଭାନ ହେବା ପରେ ସର୍ବସ୍ୱ ହରାଇଥିବା ଜମାକାରୀମାନେ ମିଳିତ ମଞ୍ଚ ନେତୃତ୍ୱରେ ବ୍ୟାପକ ଆନେ୍ଦାଳନ କଲେ । ସରକାର ଜମାକାରୀଙ୍କ ଭୋଟ ନେବା ପାଇଁ ଟଙ୍କା ଫେରସ୍ତର ପ୍ରତିଶୃତି ଦେଲେ । ଚଳିତ ବର୍ଷ କେତେକ କ୍ଷୁଦ୍ର ଜମାକାରୀଙ୍କୁ ଟଙ୍କା ଫେରସ୍ତ କରି ମହାନିଦ୍ରାରେ ଶୋଇଗଲେ । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର କ୍ଷତିଗ୍ରସ୍ତ ଜମାକାରୀଙ୍କୁ ଟଙ୍କା ଫେରସ୍ତର ପ୍ରଲୋଭନ ଦେଖାଇ ଯେଉଁ ପ୍ରତାରଣା କରିଛନ୍ତି, ତାହା ବିରୁଦ୍ଧରେ ଭଦ୍ରକ ଜିଲ୍ଲାର ସମସ୍ତ କ୍ଷତିଗ୍ରସ୍ତ ଜମାକାରୀ ଆସନ୍ତା ୧୨ ସେପ୍ଟେମ୍ବରରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଓ କରିବେ । ସକାଳ ୧୦ଟାରେ ଭଦ୍ରକ ନୂଆ ବସ୍ଷ୍ଟାଣ୍ଡରୁ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯିବେ ବୋଲି ଆଜି ଭଦ୍ରକ ନୂଆ ବସ୍ଷ୍ଟାଣ୍ଡ ଠାରେ ଅନୁଷ୍ଠିତ ବୈଠକରେ ନିଷ୍ପତି ନିଆଯାଇଛି । ମଞ୍ଚର ଜିଲ୍ଳା ସଭାପତି ଉମେଶ ଚନ୍ଦ୍ର ନାୟକଙ୍କ ଅଧ୍ୟକ୍ଷତାରେ ଆର୍ଥôକ ସଂସ୍ଥାମାନଙ୍କ ଦ୍ୱାରା କ୍ଷତିଗ୍ରସ୍ତଙ୍କ  ମିଳିତ ମଞ୍ଚର ଜିଲ୍ଳା ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ଶ୍ରୀ ନାୟକ ସୂଚନା ଦେଇ କହିଥିଲେ ଯେ ସରକାର ବାରମ୍ବାର ପ୍ରତିଶୃତି ଦେଇ ଜମାକାରୀଙ୍କୁ ପ୍ରତାରଣା କରୁଛନ୍ତି । କୋର୍ଟର ନିଦେ୍ର୍ଦଶ ମତେ ରାଜ୍ୟର ମାତ୍ର କେତେକ ହାତଗଣତି ୧୦ ହଜାର ଟଙ୍କାରୁ କମ୍ କ୍ଷତି ହୋଇଥିବା କ୍ଷୁଦ୍ର ଜମାକାରୀଙ୍କୁ ଅଳ୍ପ କିଛି ଟଙ୍କା ଦେଇ ଚୂପ ରହିଛନ୍ତି । ମାତ୍ର ଜମିବାଡି ବିକି ଘରୁ ବେଘର ହୋଇଥିବା ଜମାକାରୀ ଏବେ ମଧ୍ୟ ନିଜର ଟଙ୍କା ଫେରି ପାଇବାକୁ ଆଶା ବାନ୍ଧିଛନ୍ତି । ଟଙ୍କା ଫେରି ପାଇବା ପାଇଁ କ୍ଷତିଗ୍ରସ୍ତ ଜମାକାରୀମାନେ ଜାତୀୟ ଖାଉଟି ଅଦାଲତ କମିଶନଙ୍କ ଠାରେ ମକଦ୍ଦମା କରିଛନ୍ତି । ଏତେ ପରେ ମଧ୍ୟ ସରକାର ନିରବ ରହିବା ଯୋଗୁ ଜମାକାରୀମାନଙ୍କୁ ଆନେ୍ଦାଳନକୁ ଉହ୍ଲାଇବାକୁ ବାଧ୍ୟ କରିଛି ବୋଲି ନାୟକ କହିଥିଲେ । ଏଥି ସହିତ ଏହି ଆନେ୍ଦାଳନ ସମୟରେ ମଞ୍ଚର ରାଜ୍ୟ କର୍ମକର୍ତ୍ତା ଯୋଗ ଦେବେ ବୋଲି ବୈଠକରେ ନିଷ୍ପତି ନିଆଯାଇଛି । ଯେଉଁମାନେ ମକଦ୍ଦମା କରିଛନ୍ତି କୋର୍ଟ ନିଦେ୍ର୍ଦଶ ମତେ ସେମାନଙ୍କୁ ଦେବାକୁ ଥିବା ସତ୍ୟପାଠ ଗୁଡିକ ଏହି ଦିନ ମଞ୍ଚ କର୍ମକର୍ତ୍ତାଙ୍କୁ ପ୍ରଦାନ କରିବାକୁ ଜମାକାରୀଙ୍କୁ ବୈଠକରେ କୁହାଯାଇଛି । ଏହି ବୈଠକରେ ଜିଲ୍ଳା କର୍ମକର୍ତ୍ତା ଜିଲ୍ଳା ସମ୍ପାଦକ ମନୋଜ କୁମାର ପାତ୍ର, ଗୋପବନ୍ଧୁ ପଲାଇ, ବିଜୟ କୁମାର ସାହୁ, ରାଜେନ୍ଦ୍ର ସାହୁ, ଶିବ ପ୍ରସାଦ ପଣ୍ଡା, ମନୋରମା ପଣ୍ଡା, ଉର୍ମିଳା ଧଳ, ମମ୍ତାଜ୍ ବେଗମ୍, ଲକ୍ଷ୍ମୀକାନ୍ତ ଗିରି, ସେକ୍ ସମିମ୍ ଅଖ୍ତର୍, ହୃଦାନନ୍ଦ ଘଡାଇ, ସୁଶାନ୍ତ କୁମାର ଜେନା, ରଞ୍ଜନ କୁମାର ପାଗଳ, ପୀତାମ୍ବର ମିଶ୍ର ପ୍ରମୁଖ ଯୋଗ ଦେଇ ଆଲୋଚନାରେ ଭାଗ ନେଇଥିଲେ ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top