ଜିଲ୍ଲା ପରିକ୍ରମା

କ୍ଲିନିକାଲ ଏଷ୍ଟାବ୍ଲିଶମେଣ୍ଟ ଅର୍ନ୍ତଭୂକ୍ତ ଘରୋଇ ଚିକିତ୍ସାନୁଷ୍ଠାନ ସମୁହର ଧର୍ମର୍ଘଟ ରୋଗୀସେବା ବାଧାପ୍ରାପ୍ତ

ଭଦ୍ରକ, ୨୫ା୫ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ସରକାରଙ୍କ ପ୍ରଚଳିତ କ୍ଲିନିକାଲ ଏଷ୍ଟାବ୍ଲିଶମେଣ୍ଟ ଅର୍ନ୍ତଭୂକ୍ତ ଘରୋଇ ଚିକିତ୍ସାଳୟ ସମୂହ ଫୋରମ ପକ୍ଷରୁ ଆଜି ୨୪ଘଣ୍ଟିଆ କାର୍ଯ୍ୟବନ୍ଦ କରିଛନ୍ତି। ଫଳରେ ରୋଗୀ ସେଦବା ଆଂଶିକ ବିପର୍ଯ୍ୟସ୍ଥ ହୋଇଛି। ଆଜି ସମସ୍ତ ଘରୋଇ ଚିକିତ୍ସାନୁଷ୍ଠାନ ସମୂହର ଫୋର ପକ୍ଷରୁ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁଯାୟୀ କାର୍ଯ୍ୟବନ୍ଦ କରାଯାଇଥିଲା। ନିତ୍କଳ ଉତ୍କଳ ଘରୋଇ ଚିକିତ୍ସାନୁଷ୍ଠାନ ସମୂହର ଫୋରମର ସଭାପତି ଡ଼ା. ପ୍ରଦୀପ ନାୟକ, ସଂପାଦକ ଡ଼ା. ମୁକ୍ତିକାନ୍ତ ସାହୁ, ଫୋରମର ଉପଦେଷ୍ଟା ଡ଼ା. ପ୍ରଭାସ ମହାନ୍ତିଙ୍କ ନେତୃତ୍ୱରେ ଏକ ଶୋଭାଯାତ୍ରା ଜିଲ୍ଲା ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟରୁ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଯାଏ ଯାଇଥିଲା। ସେଠାରେ ଅନୁଷ୍ଠିତ ପ୍ରତିବାଦ ସଭାରେ ଆଇଏମଏର ସଂପାଦକ ଡ଼ା. ହରେକୃଷ୍ଣ ନାୟକ କହିଥିଲେ ଯେ ରାଜ୍ୟରେ ପ୍ରଚଳିତ ସ୍ୱାସ୍ଥ୍ୟସେବାର ୮୦ ଭାଗ ଦାୟିତ୍ୱ ଘରୋଇ ଚିକିତ୍ସାନୁଷ୍ଠାନ ଦ୍ୱାରା ସଂପାଦିତ ହେଉଛି। ସରକାରଙ୍କ ପ୍ରଚଳିତ କ୍ଲିନିକାଲ ଏଷ୍ଟାବ୍ଲିଶମେଣ୍ଟ ନିୟମ ଅର୍ନ୍ତଗତ ଅଗ୍ନି ନିରାପତ୍ତା, ପରିବେଶ, ବର୍ଜ୍ୟବସ୍ତୁ ପରିଚାଳନା ସମ୍ପର୍କୀତ ନିୟମ ଘରୋଇ ଓ ସରକାରୀ ଚିକିତ୍ସାନୁଷ୍ଠାନମାନଙ୍କ ପ୍ରତି ଭିନ୍ନଭିନ୍ନ ରହିଛି। ପ୍ରଚଳିତ ନିୟମରେ ଏହି ତାରତମ୍ୟ ସାଧାରଣ ଲୋକଙ୍କୁ ପ୍ରଦାନ କରାଯାଉଥିବା ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ପ୍ରତିବନ୍ଧକ ସାଜୁଛି। ସେହିପରି ସରକାରୀ ଚିକିତ୍ସାଳୟମାନଙ୍କରେ ଡ଼ାକ୍ତରମାନଙ୍କ ପାଇଁ ଉଦ୍ଦିଷ୍ଟ ସୁରକ୍ଷାଗତ ନିୟମ ଘରୋଇ ଭାବେ ଚିକିତ୍ସା କରୁଥିବା ଡ଼ାକ୍ତରଙ୍କ ପାଇଁ ଲାଗୁ ହେଉ ନାର୍ହି। ତେଣୁ ସରକାରଙ୍କ କ୍ଲିନିକାଲ ଏଷ୍ଟାବ୍ଲିଶମଣ୍ଟେ ନିୟମ ସମ୍ପୂର୍ଣ୍ଣ ଭାବେ ଏକ ପ୍ରହସନରେ ପରିଣତ ହୋଇଛି। ତେଣୁ ୮୦ଭାଗ ସେବା ପ୍ରଦାନ କରୁଥିବା ଘରୋଇ ଚିକିତ୍ସାନୁଷ୍ଠାନ ଗୁଡ଼ିକ ପାଇଁ ସ୍ୱତନ୍ତ୍ର ଭାବରେ କ୍ଲିନିକାଲ ଏଷ୍ଟାବ୍ଲିଶମେଣ୍ଟ କାଉନସିଲ ଗଠନ କରିବାକୁ ଡ଼ା. ନାୟକ ଦାବି କରିଛନ୍ତି। ସରକାରଙ୍କ ଏପ୍ରକାର ବିଚିତ୍ର ନିତୀ ଦ୍ୱାରା ସାଧାରଣ ଲୋକ ଅଧିକ କ୍ଷତିଗ୍ରସ୍ତ ହେଉଛନ୍ତି ବୋଲି ଡ଼ା. ନାୟକ କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବିଭିନ୍ନ ଘରୋଇ ଚିକିତ୍ସାନୁଷ୍ଠାନର ମାଲିକ କ୍ଷୀରୋଦ ଦାସ, ସୁରେଶ ବିଶ୍ୱାଳଙ୍କ ସମେତ ଜିଲ୍ଲାର ବହୁ ଡ଼ାଏଗ୍ନୋଷ୍ଟିକ କେନ୍ଦ୍ର, ଏକ୍ସ-ରେ ୟୁନିଟ, ପାଥୋଲ୍ୟାବ ମାଲିକ ଏହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଜିଲ୍ଲାର ୧୩ଟି ଘରୋଇ ନର୍ସିଂହୋମ, ଶତାଧିକ ପାଥୋଲ୍ୟାବ, ୧୦ଟି ଅଲଟ୍ରାସାଉଣ୍ଡ କ୍ଲିନିକ ଓ ୪୦ରୁ ଅଧିକ ଏକ୍ସ-ରେ ୟୁନିଟ ସାମିଲ ହେବେ ବୋଲି ଫୋରମର ସଭାପତି ଡ଼ା. ନାୟକ ସୂଚନା ଦେଇଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top