ଓଡ଼ିଶା

କ୍ଲଷ୍ଟର ବୋରେଓଲ ଯୋଜନା କାର୍ଯ୍ୟକାରିତା ହେବ ତ! ୨୪୭୮ ଜଣ ଜମାରାଶି ବାନ୍ଧି ବୋରେଓଲକୁ ଅପେକ୍ଷା କରିଛନ୍ତି 

କୋରାପୁଟ ; ତା୦୬-୦୫-୧୮(ଓଡିଆପୁଅ/ରଂଜନ କୁମାର ଦାସ)ରାଜ୍ୟ ସରକାର ଚାଷୀର ଜମିରେ ପାଣିର ସୁବିଧା କରିବା ନିମନ୍ତେ କ୍ଲଷ୍ଟର ବୋରେଓଲ ଯୋଜନା ଆରମ୍ଭ କଲେ । ସର୍ବନିମ୍ନ ୪ ଏକର ଜମିରେ ଏହି ସୁବିଧା ଉପଲବ୍ଧ କରିବାକୁ ସର୍ବନିମ୍ନ ୪ ଜଣ ଚାଷୀ ଯୋଜନାରେ ଅନ୍ତଭୁକ୍ତ କରି ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ବର୍ଗର ବ୍ୟକ୍ତିମାନେ ୧୦ ହଜାର ଓ ସାଧାରଣ ବର୍ଗର ବ୍ୟକ୍ତିମାନେ ୨୦ ହଜାର ଟଙ୍କା ଜମାରାଶି ପ୍ରଦାନ କରିବାକୁ କୁହାଗଲା ।ସେହିନୁସାରେ ୨୦୧୭/୧୮ ଆର୍ଥିକ ବର୍ଷରେ କୋରାପୁଟ ଜିଲ୍ଲାର ୨୪୭୮ ଜଣ ୟୁନିୟନ ବ୍ୟାଙ୍କରେ ଜମାରାଶି ବାନ୍ଧିଥିଲେ ବୋଲି କୋରାପୁଟ ଉଠା ଜଳସେଚନ ଡିଭିଜନର ନିର୍ବାହୀ ଯନ୍ତ୍ରୀ ରମେଶ ଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି ।ବୋରଓଲ ନିମନ୍ତେ ଟେଣ୍ଡର ପ୍ରକ୍ରୀୟା ଭୁବନେଶ୍ୱରରେ ହୋଇଥିବାରୁ କେବେ କାର୍ଯ୍ୟହେବ କହିହେବ ନାହିଁ ବୋଲି ସେ ପ୍ରକାଶ କରିଛନ୍ତି ।କୋରାପୁଟ ଓ ମାଲାକାନଗିରି ଜିଲ୍ଲାର ଚାଷୀମାନେ ବାରମ୍ବାର ଏ ସଂପର୍କରେ ପଚାରୁଥିବା ସେ ସୂଚନା ଦେଇଥିଲେ ।ଖରାଦିନ ସରିବାକୁ ବସିଲାଣି ବର୍ଷା ଆସିଯିବ କେବେ ରାଜ୍ୟ ସରକାର ବୋରେଓଲ ଖୋଲିବେ ବୋଲି ସାମାଜିକ କର୍ମି ତଥା ଚାଷୀ ସୁରେନ୍ଦ୍ର ମସ୍ତି ପ୍ରଶ୍ନ କରିଛନ୍ତି ।ଏ ସରକାର ଯୋଜନା ଘୋଷଣା କରିଦିଅନ୍ତି ତାପରେ ଶୋଇପଡନ୍ତି ବୋଲି ଜୟପୁର ବିଧାୟକ ତଥା ବିରୋଧିଦଳ ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନିପତି ନିଜ ପ୍ରତିକ୍ରୀୟାରେ ପ୍ରକାଶ କରିଛନ୍ତି ।ଚାଷୀଙ୍କ ବିକାଶ ନିମନ୍ତେ ସରକାରଙ୍କ ଦରଦ ନାହିଁ କେବଳ କେବଳ ବାହାସ୍ପୋଟ ମାରି ପ୍ରଚାର ହିଁ ସର୍ବସ୍ୱ ବୋଲି ସେ ପ୍ରକାଶ କରିବା ସହ କଂଗ୍ରେସ ସରକାର ଅମଳରେ ଯେତିକି ଜଳସେଚନର ସୁବିଧା କରାଯାଇଥିଲା ସେତିକି ହିଁ ଅଛି ଆଉ ଏ ସରକାର ଜଳସେଚନର ସୁବିଧା କରି ନ ଥିବାରୁ ଖରାଦିନରେ କୋରାପୁଟର ଚାଷୀମାନେ ଚାଷ କରିପାରୁ ନ ଥିବା ସେ ପ୍ରକାଶ କରିଥିଲେ ।ଯଦି ବୋରେଓଲ ଖୋଲିବେ ନାହିଁ ତେବେ ଚାଷୀଙ୍କ ଅର୍ଥ ଫେରସ୍ତ ଦେବାକୁ ସେ ଦାବି କରିଥିଲେ ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top