ଜିଲ୍ଲା ପରିକ୍ରମା

କ୍ଲବ ଘରେ ମଦ୍ୟପଙ୍କ ଆଡ୍ଡା

ଯାଜପୁର-୯/୯(ଓଡିଆ ପୁଅ/ଏ.ରାଉତ) ଯାଜପୁର ଜିଲା ବରୀ ବ୍ଲକ ଅର୍ନ୍ତଗତ ବାଲିଆ ଗ୍ରାମ ପଂଚାୟତର ନହଣ ଗ୍ରାମରେ ଥିବା ଏକ କ୍ଲବ ଘରେ ମଦ୍ୟପ ମାନେ ଆଡ୍ଡା କରୁଥିବା ଅଭିଯୋଗ ହୋଇଛି । ଏକ ସରକାରୀ ଯାଗାରେ ଏହି କ୍ଲବ ନିର୍ମାଣ ହୋଇଛି । ପ୍ରତିଦିନ ଗ୍ରାମର କିଛି ଆସାମାଜିକ ଯୁବକ ସେଠାରେ ଏକତ୍ରିତ ହେବା ସହିତ ମଦ୍ୟପାନ କରୁଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ମଦ୍ୟପ ମାନେ ମଦ୍ୟପାନ କରି ରାସ୍ତାରେ ଗତାଗତ କରିଥିବା ପଥଚାରୀଙ୍କୁ ଅଶ୍ରାବ୍ୟ ଭାଷାରେ ବିଭିନ୍ନ ସମୟରେ ଗାଳି ଗୁଲଜ କରୁଛନ୍ତି । ଏହା ସହିତ ଦିନରେ ଏହି ଯୁବକମାନେ ମଦ୍ୟପାନ କରୁଥିବାରୁ ନିକଟରେ ଥିବା ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଉପରେ ମଧ୍ୟ ଏହାର କୁପ୍ରଭାବ ପଡୁଛି । ଏ ନେଇ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ଅବିଭାବକ ମହଲରେ ମଧ୍ୟ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଛି । ଏହି ମଦ୍ୟପ ମାନଙ୍କ ପ୍ରତି ପୁଲିସ ନଜର ଦେବାକୁ ସାଧାରଣରେ ଦାବି ହୋଇଛି ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top