ad
ଆନ୍ତର୍ଜାତୀୟ

କ୍ରିକେଟ ଜଗତରେ ବନିଲା ନୂଆ ୱାର୍ଲ୍ଡ ରେକର୍ଡ଼: ନିୟୁଜିଲ୍ୟାଣ୍ଡ ୱାନଡେ ମ୍ୟାଚ୍ ରେ ମାରିଲା ୪୯୦ ରନ୍

ନିୟୁଜିଲ୍ୟାଣ୍ଡ ନିର୍ଦ୍ଧାରିତ ୫୦ ଓଭରରେ ୪୯୦ ବନାଇପାରିଛି, ଯାହା ଆଜି ପର୍ଯ୍ୟନ୍ତ କେବେଭି ପୁରୁଷ ଟିମ ମଧ୍ୟ ବନାଇପାରିନଥିଲା। ଅବଶ୍ୟ ଏହା ପୂର୍ବରୁ ମଧ୍ୟ କ୍ରିକେଟରେ ସର୍ବାଧିକ ସ୍କୋର କରିବାର ରେକର୍ଡ଼ ମହିଳାଙ୍କ ନାମରେ ଥିଲା
ନୂଆ ଦିଲ୍ଲୀ ୮ ଜୁନ୍ (ଓଡ଼ିଆ ପୁଅ) ନିୟୁଜିଲ୍ୟାଣ୍ଡ ଏବଂ ଆୟାରଲ୍ୟାଣ୍ଡର ମହିଳା ଟିମ୍ ମଧ୍ୟରେ ଖେଳା ଯାଉଥିବା ୱାନଡେ ସିରିଜ୍ ର ପ୍ରଥମ ମ୍ୟାଚ୍ ରେ ୱାର୍ଲ୍ଡ ରେକର୍ଡ଼ ବନିଲା। ଟସ ଜିତିକରି ପ୍ରଥମେ ବ୍ୟାଟିଂ କରିବାକୁ ଆସିଥିବା ନିୟୁଜିଲ୍ୟାଣ୍ଡ ନିର୍ଦ୍ଧାରିତ ୫୦ ଓଭରରେ ୪୯୦ ରନ ବନାଇପାରିଥିଲା, ଯାହା ଆଜି ପର୍ଯ୍ୟନ୍ତ ପୁରୁଷ ଟିମ ମଧ୍ୟ କରିପାରିନାହିଁ। ଅବଶ୍ୟ ଏହା ପୂର୍ବରୁ ମଧ୍ୟ କ୍ରିକେଟରେ ସର୍ବାଧିକ ସ୍କୋର କରିବାର ରେକର୍ଡ଼ ମହିଳାଙ୍କର ନାମରେ ଥିଲା।

ମହିଳା ଟିମ୍ ଦ୍ଵାରା ବନାଯାଇଥିବା ସର୍ବୋଚ୍ଚ ସ୍କୋର
୪୯୦-୪ (୫୦ ଓଭର) ନିୟୁଜିଲ୍ୟାଣ୍ଡ ବିପକ୍ଷ ପାକିସ୍ତାନ
୪୫୫–୫ (୫୦ ଓଭର) ନିୟୁଜିଲ୍ୟାଣ୍ଡ ବିପକ୍ଷ ପାକିସ୍ତାନ
୪୧୨–୩ (୫୦ ଓଭର) ଅଷ୍ଟ୍ରେଲିଆ ବିପକ୍ଷ ଡେନମାର୍କ
୩୯୭–୪ (୫୦ ଓଭର) ଅଷ୍ଟ୍ରେଲିଆ ବିପକ୍ଷ ପାକିସ୍ତାନ
୩୭୮–୫ (୫୦ ଓଭର) ଇଂଲଣ୍ଡ ବିପକ୍ଷ ପାକିସ୍ତାନ

ପୁରୁଷ ଟିମ୍ ଦ୍ଵାରା ବନାଯାଇଥିବା ସର୍ବୋଚ୍ଚ ସ୍କୋର:

୪୪୪/୩ ; ଇଂଲଣ୍ଡ ବିପକ୍ଷ ପାକିସ୍ତାନ
୪୪୩/୯ ; ଶ୍ରୀଲଙ୍କା ବିପକ୍ଷ ନେଦରଲ୍ୟାଣ୍ଡ
୪୩୯/୨ ; ସାଉଥ ଆଫ୍ରିକା ବିପକ୍ଷ ୱେଷ୍ଟ ଇଣ୍ଡିଜ୍
୪୩୮/୯ ; ସାଉଥ ଆଫ୍ରିକା ବିପକ୍ଷ ଅଷ୍ଟ୍ରେଲିଆ
୪୩୪/୪ ; ଅଷ୍ଟ୍ରେଲିଆ ବିପକ୍ଷ ସାଉଥ ଆଫ୍ରିକା

ଶୁକ୍ରବାର (୮ ଜୁନ) ରେ ଡବଲିନରେ ଖେଳା ଯାଇଥିବା ଏହି ମ୍ୟାଚ୍ ରେ ନିୟୁଜିଲ୍ୟାଣ୍ଡର ପ୍ରାରମ୍ଭ ଭଲ ଥିଲା। ଓପନିଂ ବ୍ୟାଟ୍ସମ୍ୟାନ୍ ସୂଜୀ ବେଟ୍ସ ଏବଂ ଜେସ ବଟକିନଙ୍କର ମଧ୍ୟରେ ପ୍ରଥମ ୱିକେଟ ପାଇଁ ୧୭୨ ରନର ଭାଗିଦାରୀ ହୋଇଥିଲା, ଯାହାକି ଟିମକୁ ବହୁତ ମଜବୂତ ଭିତ୍ତି ପ୍ରଦାନ କରିଥିଲା। ଅଧିନାୟକ ବେଟ୍ସ ୯୪ ବଲରେ ୨ ଛକ୍କା ଏବଂ ୨୪ ଚୌକାର ସହାୟତାରେ ୧୫୧ ରନ କରିଥିଲେ। ଅପରପଟେ ବଟକିନ ୬୨ ରନଙ୍କର ଇନିଙ୍ଗସ୍ ଖେଳିଥିଲେ। ତା’ର ପରେ ତୃତୀୟ ନମ୍ବରରେ ବ୍ୟାଟିଂ ପାଇଁ ଆସିଥିଲେ ମୈଡୀ ଗ୍ରୀନ, ଏବଂ ସେ ତେଜ ଖେଳ ଦେଖାଇ ୭୭ ବଲରେ ୧୬ ବାଉଣ୍ଡ୍ରୀର ସହାୟତାରେ ୧୨୧ ରନ ବନାଇଥିଲେ। ତାଙ୍କ ବ୍ୟତୀତ ଏମୀ ୨୧ ରନ ଙ୍କର ଯୋଗଦାନ ଟିମର ଖାତାରେ କରିଥିଲେ।

ନିୟୁଜିଲ୍ୟାଣ୍ଡ ୩୪ ଓଭରରେ ୩ ୱିକେଟ ହରାଇ ୩୧୭ ରନ କରିଥିଲା ଏବଂ ଏଠାରେ ୧୬ ଓଭର ବାକି ଥିଲା ଏବଂ ଟିମ ପାଖରେ ମୌକା ଥିଲା ଇତିହାସ ରଚିବା ପାଇଁ। ଏମିଲୀ କେର ଏବଂ ବେର୍ନାଡାୟନ ଶେଷ ପର୍ଯ୍ୟନ୍ତ ରହିଥିଲେ। ଏମିଲି ଇନିଙ୍ଗସ୍ ରେ ତେଜ ରନ୍ ଯୋଗଦାନ ଦେଲେ ଏବଂ ୪୫ ବଲରେ ୩ ଛକ୍କା ଏବଂ ୯ ଚୌକାର ସହାୟତାରେ ନଟ୍ ଆଉଟ୍ ୮୧ ରନ ବନାଇଥିଲେ ଏବଂ ଟିମ ବିଶାଳତମ ଟାରଗେଟ ଆୟରଲ୍ୟାଣ୍ଡ ପାଇଁ ଦେଇଥିଲା। ବିରୋଧି ଦଳ ତରଫରୁ ୩୧ ଅତିରିକ୍ତ ରନ ଦିଆଯାଇଥିଲା। କାରା ମୁର୍ରୀଙ୍କୁ ସର୍ବାଧିକ ୨ଟି ସଫଳତା ହାତରେ ଲାଗିଥିଲା କିନ୍ତୁ ତାଙ୍କୁ ଏଥି ପାଇଁ ୧୧୯ ରନ ଦେଇଥିଲେ। ତାଙ୍କର ବ୍ୟତୀତ ଲାରା ମାର୍ଟିଜ (୯୨/୧) ଏବଂ ଗୈବୀ ଲୈବିସ (୯୨/୧) ହିଁ ୱିକେଟ ହାସଲ କରିବାରେ ସକ୍ଷମ ହେଇପାରିଥିଲେ।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top