ଜିଲ୍ଲା ପରିକ୍ରମା

କ୍ରାନ୍ତି ଦିବସ ସ୍ମୃତିଚାରଣ ସଭା

ପୁରୀ, ୧୦-୮(ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): ସର୍ବୋଦୟ ମେଳା କମିଟି ଆନୁକୂଲ୍ୟରେ ଉମାବଲ୍ଲଭ ମହାପାତ୍ରଙ୍କ ସଭାପତିତ୍ୱରେ କ୍ରାନ୍ତି ଦିବସ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ମୁକ୍ତି ସଂଗ୍ରାମରେ ଶହିଦ୍ ହୋଇଥିବା ଦେଶପ୍ରେମୀମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା। ଡଃ. ରମାକାନ୍ତ ମହାପାତ୍ର ଓ ବିନୟ କୁମାର ନନ୍ଦ ବକ୍ତା ଭାବେ ଯୋଗ ଦେଇ ଆଗାମୀ ପିଢ଼ି ସଂଗ୍ରାମୀମାନଙ୍କର ଜୀବନୀ ପାଠ କରି ଦେଶପ୍ରେମ ହେବା ପାଇଁ ଉପଦେଶ ଦେଇଥିଲେ। ସେବା ଓ ତ୍ୟାଗର ଆମର ଏହି ଦେଶ ଯୁବପିଢ଼ୀର ଧେୟ ହେବା ଉଚିତ୍ ବୋଲି ବକ୍ତାମାନେ ମତ ଦେଇଥିଲେ। ଶିକ୍ଷାବିତ୍ ରଘୁନାଥ ମହାପାତ୍ର, ମାୟାଧର ମହାରଣା, ହଟ୍ଟକିଶେର ମଲ୍ଲିକ, ଜଗନ୍ନାଥ ବାରିକ, ଭାସ୍କର ମିଶ୍ର, ଦୁର୍ଗାପ୍ରସାଦ ମିଶ୍ର, ନାରାୟଣ ନନ୍ଦ, ରାଧେଶ୍ୟୃାମ ରଥ, ଅନ୍ନପୂର୍ଣ୍ଣା ଦେବୀ, ପଦ୍ମିନୀ ଦେବୀ, ସୂର୍ଯ୍ୟ ରଥ, ଅଦୈତ୍ୟ ଚରଣ ଧଳ, ଅନାମ ଚରଣ ସାହୁ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିବା ବେଳେ ସମ୍ପାଦକ ଶିବ ପ୍ରସାଦ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top