ଜିଲ୍ଲା ପରିକ୍ରମା

କ୍ରାନ୍ତି ଦିବସ ପାଳିତ

ଭଦ୍ରକ, ୧୦ା୮ (ଓଡ଼ିଆ ପୁଅ / ପ୍ରମୋଦ ରାୟ) –  ଭଦ୍ରକ ଜିଲା ଭଣ୍ଡଶରିପୋଖରୀ  ବ୍ଲକ ଅନ୍ତର୍ଗତ ଆଖୁଆପଦା ଉନ୍ନୀତ ଉପ୍ରା ବିଦ୍ୟାଳୟ ଠାରେ ପ୍ରଧାନ ଶିକ୍ଷକ ପୁରୁଷୋତମ ଧଳଙ୍କ ଅଧ୍ୟକ୍ଷତାରେ ଅଗଷ୍ଟ ୯ ତାରିଖ କ୍ରାନ୍ତି ଦିବସ ଅନୁଷ୍ଠିତ ହୋଇଯାଇଛି । ଦେଶ ସ୍ୱାଧିନ ପାଇଁ ଯେଉଁ ସଂଗ୍ରାମୀ ମାନେ ସିହିଦ ହୋଇଥିଲେ ସେମାନଙ୍କ ପ୍ରତି ଶିକ୍ଷକ ଶିକ୍ଷୟତ୍ରୀ ଓ ଛାତ୍ର ଛାତ୍ରୀ ମାନେ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିବା ସଙ୍ଗେ ସଙ୍ଗେ ସେମାନଙ୍କର ସ୍ମୃତି ଚାରଣ କରିଥିଲେ । ଶିକ୍ଷକ ବିଭୂତି ଭୂଷଣ ମହାନ୍ତି, ଗାୟତ୍ରୀ ସାହୁ, ଧନେଶ୍ୱର ସାହୁ, ମଧୁସ୍ମିତା ପରିଡ଼ା, ନରେନ୍ଦ୍ର ସେଠୀ କାର୍ଯ୍ୟକ୍ରମକୁ ଆୟୋଜନ କରିଥିଲେ । ବିଦ୍ୟାର୍ଥି ସାଗର ସଙ୍ଗମ ବାରିକ, ସଂଧ୍ୟାରାଣୀ ପରିଡ଼ା, ସଂଗୀତା ଜେନା ପ୍ରମୁଖ ଜାତୀୟ ସଂଗୀତ ପରିବେଷଣ କରିଥିଲେ ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top