ଜିଲ୍ଲା ପରିକ୍ରମା

କ୍ରାନ୍ତି ଦିବସରେ ବା‚ାନିଧି ସ୍ମୃତି ପରିଷଦ ପକ୍ଷରୁ ଜାତୀୟତା ଧାରା କାର୍ଯ୍ୟକ୍ରମ

ଭଦ୍ରକ, ୧୦ା୮ (ଓଡ଼ିଆ ପୁଅ / ପ୍ରମୋଦ ରାୟ) – ସାବରଙ୍ଗ ନୋଡାଲ ହାଇସ୍କୁଲ ପରିସରରେ କ୍ରାନ୍ତି ଦିବସ ଅବସରରେ ଜାତୀୟ କବି ବା‚ାନିଧି ସ୍ମୃତି ପରିଷଦ ପକ୍ଷରୁ ‘ଜାତୀୟତା ଧାରା’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ପରିଷଦର ସଭାପତି ତଥା ଓଡିଶା ସାହିତ୍ୟ ଏକାଡେମୀର ବରିଷ୍ଠ ସଦସ୍ୟ ପ୍ରଫେସର ଡ. ଶଶଧର ଦାସ ଏଥିରେ ଅଧ୍ୟକ୍ଷତା କରି କାର୍ଯ୍ୟକ୍ରମ ସଂପର୍କରେ ସୂଚନା ଦେବା ସହ ବିଦ୍ୟାଳୟର ସେ ପୁରାତନ ଛାତ୍ର ହୋଇଥିବାରୁ ବିଦ୍ୟାଳୟ ୫୦ ବର୍ଷ ଅତିକ୍ରାନ୍ତ କରିଥିବା ବେଳେ ଏହାର ସୁବର୍ଣ୍ଣ ଜୟନ୍ତୀ ପାଳନ ନ ହେବା ନେଇ କ୍ଷୋଭ ପ୍ରକାଶ କରିଥିଲେ । ପରିଷଦର ସମ୍ପାଦକ କବି ଶିଳ୍ପୀ ଅଶୋକ କୁମାର ମହାନ୍ତି ଛାତ୍ରଛାତ୍ରୀଙ୍କମାନଙ୍କ ମଧ୍ୟରେ ଜାତୀୟତା ଭାବର ପରିପ୍ରକାଶ ନିମନ୍ତେ ଆରମ୍ଭ କରାଯାଇଥିବା ଏହି ଜାତୀୟତା ଧାରା କାର୍ଯ୍ୟକ୍ରମ ଛାତ୍ରଛାତ୍ରୀଙ୍କୁ ଜାତୀୟ ଭାବନାରେ ଉଦ୍ବୁଦ୍ଧ କରିବା ସାଙ୍ଗକୁ ସେମାନଙ୍କୁ ଉତ୍ସାହିତ କରାଯିବା ନେଇ ମତ ପ୍ରକାଶ କରିଥିଲେ । ସମ୍ମାନିତ ଅତିଥି ଭାବେ ପ୍ରାଧ୍ୟାପିକା ଅଧିବକ୍ତା ଡ. ରାଧାରାଣି ମହାପାତ୍ର ତାଙ୍କ ଅଞ୍ଚଳରେ ଏ ସ୍କୁଲ ହୋଇଥିବାରୁ ଏହାର ଉନ୍ନତି ନିମନ୍ତେ ସେ ଚେଷ୍ଟା କରିବା ସହ ଆଜିର କ୍ରାନ୍ତି ଦିବସରେ ଭାରତର ସଂଗ୍ରାମୀ ଯୋଦ୍ଧାମାନଙ୍କ ଉଦେ୍ଦଶ୍ୟରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ମୁଖ୍ୟ ଅତିଥି ଭାବେ ଜାତୀୟକବି ବାଞ୍ଚାନିଧି ମହାନ୍ତିଙ୍କ ସୁପୁତ୍ର ତଥା ଭଦ୍ରକର ବିଶିଷ୍ଟ ଆଡ୍ଭୋକେଟ ସମାଜସେବୀ ଯତୀନ୍ଦ୍ର ମୋହନ ମହାନ୍ତି ବାଞ୍ଚାନିଧିଙ୍କ ଜୀବନାଦର୍ଶ ସମ୍ପର୍କରେ ସୂଚନା ଦେଇ ସ୍ୱର୍ଗତ ବା‚ାନିଧି କମ୍ ବର୍ଷ ବଞ୍ଚିଥିଲେ ମଧ୍ୟ ସ୍ୱାଧୀନତା ସଂଗ୍ରାମ ପ୍ରତି ତାଙ୍କ ଅତୁଳନୀୟ ଅବଦାନ ରହିଥିଲା ବୋଲି କହିଥିଲେ । ଅନ୍ୟତମ ଅତିଥି ଭାବେ ବିଦ୍ୟାଳୟର ପୂର୍ବତନ ପ୍ରଧାନ ଶିକ୍ଷକ ତଥା ବର୍ତ୍ତମାନ ଲାଲାଜୀ ହାଇସ୍କୁଲ ସାହାଡାର ପ୍ରଧାନ ଶିକ୍ଷକ ବାଦଲ କୁମାର ମହାପାତ୍ର ଅଗଷ୍ଟ କ୍ରାନ୍ତି ଉପରେ ଛାତ୍ରମାନଙ୍କୁ ଉଦ୍ବୋଧନ ଦେଇଥିଲେ । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶିକ୍ଷକ ମଧୁସୂଦନ ପାଣିଗ୍ରାହୀ ଉକ୍ତ କାର୍ଯ୍ୟକ୍ରମର ଭୂୟସୀ ପ୍ରଶଂସା କରିବା ସହ ଜାତୀୟ କବି ବା‚ାନିଧି ମହାନ୍ତିଙ୍କୁ ପିଲାମାନେ ଭୁଲି ଯାଉଥିବା ବେଳେ ଏହି କାର୍ଯ୍ୟକ୍ରମ ସ୍କୁଲର ପିଲାମାନଙ୍କୁ ସ୍ୱାଧୀନତା ସଂଗ୍ରାମର କାହାଣୀ ପୁଣି ଥରେ ମନେ ପକାଇ ଦେଇଥିବାରୁ ଓ ତାଙ୍କ ବିଦ୍ୟାଳୟକୁ ଏଥି ପାଇଁ ମନୋନୀତ କରାଯାଇଥିବାରୁ ସେ ଧନ୍ୟବାଦ ଜଣାଇଥିଲେ । ପ୍ରଥମେ ବା‚ାନିଧିଙ୍କ ଫଟୋଚିତ୍ରରେ ଅତିଥି ମାନେ ପୁଷ୍ପାର୍ଘ୍ୟ ପ୍ରଦାନ କରିଥିବା ବେଳେ ଭଦ୍ରକ ସଂଗୀତ ମହାବିଦ୍ୟାଳୟ ପକ୍ଷରୁ ବା‚ାନିଧିଙ୍କ ରଚିତ ଚାରିଗୋଟି ସଂଗୀତ ପରିବେଷଣ କରାଯାଇଥିଲା । ଶେଷରେ ପରିଷଦର ସହ ସଂପାଦକ କୃଷ୍ଣ ଚନ୍ଦ୍ର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ । ଅନୁଷ୍ଠାନର ସଦସ୍ୟ ପ୍ରସନ୍ନ କୁମାର ହୋତା, ଶାନ୍ତନୁ କୁମାର ଦାସ ସଭା ପରିଚାଳନାରେ ସହଯୋଗ କରିଥିଲେ । ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ ଯୋଗ ଦେଇଥିବା ବେଳେ ଆସନ୍ତା ସ୍ୱାଧୀନତା ଦିବସରେ ବା‚ାନିଧିଙ୍କ ସଂଗୀତ ‘ଗାଅ ସ୍ୱାଧୀନ ଭାରତ…. ‘ ବୋଲାଯିବା ପାଇଁ ଶପଥ ନେଇଥିଲେ ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top