ଜିଲ୍ଲା ପରିକ୍ରମା

କ୍ରାନ୍ତି ଦିବସରେ ଜିଲ୍ଳାପାଳ ଅଫିସ ଘେରାଓ ଓ ଆମରଣ ଅନଶନ

ଭଦ୍ରକ, ୧ା୮ (ଓଡ଼ିଆ ପୁଅ / ପ୍ରମୋଦ ରାୟ) – ଭଦ୍ରକ ଜିଲ୍ଲାର ସାମୂହିକ ବିକାଶ ନେଇ ଉତ୍କଳ ବିକାଶ ମଞ୍ଚ ପକ୍ଷରୁ କରାଯାଇଥିବା ୧୨ ଦଫା ଦାବି ପୂରଣ ନେଇ ଆଜି ପର୍ଯ୍ୟନ୍ତ ସରକାର ଉଦାସୀନ ରହିଥିବାରୁ ଆସନ୍ତା ୯ ତାରିଖ କ୍ରାନ୍ତି ଦିବସରେ ଉତ୍କଳ ବିକାଶ ମଞ୍ଚ ଓ ଓଡିଶା ସାମ୍ବାଦିକ ସୁରକ୍ଷା ସଂଗଠନ ପକ୍ଷରୁ ଜିଲ୍ଳାପାଳଙ୍କ ଅଫିସ ଘେରାଓ କରାଯିବା ସହିତ ଆମରଣ ଅନଶନ ବୋଲି ଆଜି ଦୁଇ ସଂଗଠନ ପକ୍ଷରୁ ଅନୁଷ୍ଠିତ ଏକ ବୈଠକରେ ନିଷ୍ପତି ନିଆ ଯାଇଛି। ପୂର୍ବରୁ ଏ ସଂକ୍ରାନ୍ତରେ ଗତ ୨୫ ତାରିଖରେ ଜିଲ୍ଳାପାଳଙ୍କ ଠାରୁ ମୁଖ୍ୟମନ୍ତ୍ରୀଙ୍କ ପର୍ଯ୍ୟନ୍ତ ଅଭିଯୋଗପତ୍ର ଦିଆଯାଇଥିଲା। ଏହା ବ୍ୟତୀତ ୨୦୧୭ ନଭେମ୍ବର ୯ ତାରିଖରେ ମଧ୍ୟ ଏହି ଦୁଇ ସଂଗଠନ ପକ୍ଷରୁ ଜିଲ୍ଳାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦିଆ ଯାଇଥିଲା। ଏ ସବୁ ସତ୍ତ୍ୱେ ଜିଲ୍ଳା ପ୍ରଶାସନ କି ସରକାର କେହି ଦାବି ଗୁଡିକ ପ୍ରତି କର୍ଣ୍ଣପାତ କଲେ ନାହିଁ। ଫଳରେ ବାଧ୍ୟ ହୋଇ ଅନଶନ କରାଯିବ ବୋଲି ନିଷ୍ପତି ଗ୍ରହଣ କରାଗଲା ବୋଲି ଏବଂ ଏହା ପରେ ଯେ କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେଲେ ଏଥିଲାଗି ଜିଲ୍ଳାପାଳ ଦାୟୀ ରହିବେ ବୋଲି ମୟ୍ଚର ସଭାପତି ଆଇନଜୀବୀ ଦେବେନ୍ଦ୍ର କୁମାର ପଣ୍ଡା, ଓଡିଶା ସାମ୍ବାଦିକ ସୁରକ୍ଷା ସଂଗଠନର ରାଜ୍ୟ ସଭାପତି ପ୍ରଦିପ ସେନାପତି, ସାମ୍ବାଦିକ ପବିତ୍ର ମୋହନ ଜେନା, ସୁଶାନ୍ତ ନାୟକ, ବିଜୟାନନ୍ଦ ସାମଲ, ଭାଗୀରଥି ନାୟକ, ରମେଶ ଚନ୍ଦ୍ର ପାଗଳ ପ୍ରମୁଖ ଘୋଷଣା କରିଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top