କ୍ରାନ୍ତି ଦିବସରୁ କୋରେଇ ନିର୍ବାଚନ ମଣ୍ଡଳୀର ଘରେ ଘରେ ବୁଲିବେ ବିଜେଡି ଯୁବ ବାହିନୀ

ଯାଜପୁର-୭/୮(ଓଡିଆ ପୁଅ/ଏ.ରାଉତ) ଯାଜପୁର ଜିଲା କୋରେଇ ନିର୍ବାଚନ ମଣ୍ଡଳୀର ଘରେ ଘରେ ବିଜୁ ଜନତା ଦଳ ଯୁବବାହିନୀ ବୁଲି ସରକାରଙ୍କ ବିଭିନ୍ନ ଯୋଜନା ସଂପର୍କରେ ଲୋକକମାନଙ୍କୁ ଅବଗତ କରାଇବାସହ କେଉଁମାନେ ଯୋଜନାରୁ ବୁଂଚିତ ହୋଇଛନ୍ତି ସେ ନେଇ ତଥ୍ୟ ସଂଗ୍ରହ କରିବବୋଲି ବ୍ୟାସନଗରଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି କୋରେଇ ନିର୍ବାଚନ ମଣ୍ଡଳୀ ଯୁବ ବିଜେଡି ସଭାପତି ଆଇନଜୀବୀ ଧନେଶ୍ୱର ବାରିକ । ମୁଖ୍ୟମନ୍ତ୍ରୀଙ୍କ ନବୀନ ପଟ୍ଟନାୟକଙ୍କ ନିଦେ୍ର୍ଦଶ ଓ ବିଧାୟକ ଆକାଶ ଦାସ ନାୟକଙ୍କ ପରାମର୍ଶ କ୍ରମେ ଯୁବ, ଛାତ୍ର ବିଜେଡି ଆସନ୍ତା ଅଗଷ୍ଟ ୯ କା୍ରନ୍ତି ଦିବସ ଠାରୁ ସଂପୂର୍ଣର୍ ନିର୍ବାଚନ ମଣ୍ଡଳୀ ପରିକ୍ରମା କରିବେବୋଲି ସୂଚନା ଦେଇଛନ୍ତି । କୋରେଇ ନିର୍ବାଚନ ମଣ୍ଡଳୀକୁ ରାଜ୍ୟର ସବୁଠୁ ଶ୍ରେଷ୍ଠ ନିର୍ବାଚନ ମଣ୍ଡଳୀରୂପେ ଗଢ଼ିତୋଳିବାକୁ ସବୁମତେ ଉଦ୍ୟମ କରାଯିବବୋଲି ସମ୍ମିଳନୀରେ ଯୋଗଦେଇ ରାଜ୍ୟ ବିଜେଡି ସଂପାଦକ ପ୍ରୀତିରଞ୍ଜନ ସାହୁ ମତବ୍ୟକ୍ତ କରିଥିଲେ । ପୌର ପରିଷଦର ଉପ ନଗରପାଳ ସୁବାଷ ବଳ, ପୌର ବିଜେଡି ଯୁବ ସଭାପତି ମନୋଜ ପରିଡା, ରାଜ୍ୟ ଛାତ୍ର ବିଜେଡିର ସଂପାଦକ ସିଦ୍ଧାର୍ଥ ସାମଲ, କୋରେଇ ଛାତ୍ର ବିଜେଡି ସଂପାଦକ ସିତେଶ ପରିଡା, ବ୍ୟାସନଗର ବିଜେଡି ଯୁବ ସଂପାଦିକା ସଙ୍ଗମିତ୍ରା ଜେନା, ଯୁବ ସଂପାଦକ ପ୍ରଭାତ ସାହୁ, କାର୍ଯ୍ୟକାରୀ ସଭାପତି ମଣିନ୍ଦ୍ର ସାହୁ, ଉପ ସଭାପତି ଶିବାନନ୍ଦ ନାୟକ, କୋରେଇ ଉପ ସଭାପତି ଜହର ଅଲ୍ଲୀ,ହଳଦୀଗଡିଆ ଯୁବ ସଭାପତି ଉଦୟ କୁମାର ନାୟକ, କାଚରାସାହି ସଭାପତି ଗୌରିଶଙ୍କର ମହାପାତ୍ର, ତଣ୍ଡରା ସଭାପତି ମାନସ ମହାନ୍ତିଙ୍କ ସମେତ ବହୁ ଯୁବ ଛାତ୍ର କର୍ମୀ ଓ ସଦସ୍ୟ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *