ଓଡ଼ିଶା

କ୍ରାଇମବ୍ରାଞ୍ଚ ପାଇଁ ହାଇକୋର୍ଟରେ ପୁଲିସ-ଓକିଲ ମାମଲା ଶୁଣାଣି ଘୁଞ୍ଚିଲା

କଟକ-୯ା୧୧-(ଓଡିଆ ପୁଅ/ବିଞ୍ଚିନାରାୟଣ ପତ୍ରୀ) କ୍ରାଇମବ୍ରାଞ୍ଚ ଡିଜି ଆଜି ହାଇକୋର୍ଟଙ୍କ ଖଣ୍ଡପୀଠଙ୍କ ନିକଟରେ ପୁଲିସ-ଓକିଲଙ୍କ ତଦନ୍ତ ରିପୋର୍ଟ ଦାଖଲ ନକରି ପାରିବାରୁ ପରବର୍ତ୍ତି ଶୁଣାଣି ଆସନ୍ତା ସୋମବାର ହେବବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ହାଇକୋର୍ଟର ଜଣେ ଆଇନଜୀବିଙ୍କୁ ମାଡ ମାରିବା ପ୍ରତିବାଦରେ ଆଥନଜୀବି ମାନେ ଦିର୍ଘ ୨ ମାସରୁ ଉର୍ଦ୍ଧ୍ୱ ହେବ ହାଇକୋର୍ଟ ସମେତ ରାଜ୍ୟର ସମସ୍ତ କୋର୍ଟରେ କାର୍ଯ୍ୟ ବନ୍ଦ ଅନ୍ଦୋଳନ ଚଳାଇ ଆସୁଛନ୍ତି। ଏହାର ସ୍ଥାୟୀ ସମାଧାନ ପାଇଁ ମାନ୍ୟବର ହାଇକୋର୍ଟ ହାଇକୋଟର ଜଣେ ସିଟିଙ୍ଗ୍ ଜର୍ଜଙ୍କୁ ମାମଲା ଅନୁଧ୍ୟାନ କରିବାକୁ ଦାୟୀତ୍ୱ ନ୍ୟସ୍ତ କରିବା ସହ କ୍ରଇମ ବ୍ରାଞ୍ଚ ଡିଜିଙ୍କୁ ତଦନ୍ତ କରି ଚାର୍ଜସିଟ ଆଜି ଦିନରେ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଆଜି ମାନ୍ୟବର କୋର୍ଟଙ୍କୁ ଶୁଣାଣି ବେଳେ କ୍ରାଇମବ୍ରାଞ୍ଚ ଡିଜି ଚାର୍ଜ ସିଟ ଦାଖଲ ନକରି ପାରି ୭ ସପ୍ତାହ ସମୟ ଦେବାକୁ ନିବେଦନ କରିବାକୁ କୋର୍ଟ ବିରକ୍ତ ପ୍ରକାଶ କରି ଡିଜିଙ୍କ ନିବେଦନକୁ ଆଗାହ୍ୟ କରି ମାନ୍ୟବର କୋର୍ଟ ପୁଲିସର ମନମୁଖି କାର୍ଯ୍ୟ ଉପରେ ଟିପ୍ପଣି କରିଥିଲେ। ଉକ୍ତ ମାମଲାକୁ ହାଇକୋର୍ଟର ଜଣେ ସିଟିଙ୍ଗ୍ ଜର୍ଜ ମାମଲାକୁ ଅନୁଧ୍ୟାନ କରୁଥିବାଳେ ନିଳମ୍ବିତ ହୋଇଥିବା ପୁଲସ କର୍ମଚାରିମାନଙ୍କ ଠାରୁ କିପରି ନିଳମ୍ବନ ଆଦେଶ ଉଠାଇ ନିଆଗଲା ଏଥିପାଇଁ କୋର୍ଟ ପୁଲିସ ଉପରେ ବର୍ଷିଥିଲେ। ଡିଜି ଚାର୍ଜ ସିଟ ୭ ସପ୍ତାହ ସମୟ ପରିବର୍ତ୍ତେ ଆସନ୍ତା ସୋମବାର ଦାଖଲ କରିବାକୁ କହିବା ସହ ମାମଲାର ପରବର୍ତ୍ତି ଶୁଣାଣି ହେବ ବୋଲି କୋର୍ଟ ନିର୍ଦ୍ଦେଶ ଜାରି କରିଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top