କେନ୍ଦୁଝର

କ୍ରମାଗତ ଭାବେ ତୈଳ ଦର ବୃଦ୍ଧିକୁ ନେଇ ବ୍ଲକ ବିଜେଡି ପକ୍ଷରୁ ୨ଘଣ୍ଟିଆ ପ୍ରତିବାଦ

ହରିଚନ୍ଦନପୁର ୮ ସେପ୍ଟେମ୍ବର, (ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ) ସୂଚନା ମୁତାବକ ଆଜକୁ କେନ୍ଦ୍ର ସରକାର ଗତ ୪ବର୍ଷ ମଧ୍ୟରେ ଡିଜେଲ ଉପରେ ୩୩୧ପ୍ରତିଶଧ ଏବଂ ପେଟ୍ରୋଲ ଉପରେ ୧୦୫ପ୍ରତିଶଧ ଉତ୍ପାଦ ଶୁଳ୍କ ବୃଦ୍ଧି କରିଛନ୍ତି। ଆନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ଲଗାତାର ହ୍ରାସ ପାଇବା ପରେ ମଧ୍ୟ କେନ୍ଦ୍ର ସରକାର ପେଟ୍ରୋଲ ଲିଟର ପ୍ରତି ୧୨ଟଙ୍କା ଏବଂ ଡିଜେଲ ଲିଟର ପ୍ରତି ୧୫ଟଙ୍କା ବଢାଇଛନ୍ତି। ଯାହା ଫଳରେ ସବୁ ସାମଗ୍ରୀର ଦରବୃଦ୍ଧି ମାତ୍ରାଧିକ ହୋଇଯାଇଛି। ପେଟ୍ରୋଲିୟମ ମନ୍ତ୍ରଣାଳୟ ତରଫରୁ ଦିଆଯାଇଥିବା ତଥ୍ୟ ଅନୁଯାୟୀ ଭାଜପା ଏବଂ କଂଗ୍ରେସ ଶାସିତ ରାଜ୍ୟ ସରକାର ଅଧିକ ଭାଟ ନେଉଛନ୍ତି, ମାତ୍ର ଓଡିଶାରେ ତାହା ବହୁତ କମ୍ ରହିଛି। ସରକାରଙ୍କ ନିର୍ଦ୍ଦେଶ କ୍ରମେ ଦିନକୁ ଦିନ ଓଡିଶା ରାଜ୍ୟରେ ତୈଳ ଦର ବୃଦ୍ଧି ଘଟୁଛି। ତାହାକୁ ନେଇ ଶନିବାର ଦିନ ହରିଚନ୍ଦନପୁର ବ୍ଲକ ବିଜେଡି ପକ୍ଷରୁ ୨ଘଣ୍ଟିଆ ପ୍ରତିବାଦ କରାଯାଇଛି। ବ୍ଲକର ଶତାଧିକ ବିଜେଡି କର୍ମୀ ଏକତ୍ରିତ ହୋଇ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରୁ ଏକ ଶୋଭାଯାତ୍ରାରେ ବାହାରି କେନ୍ଦ୍ର ସରକାରଙ୍କ ବିରୋଧରେ ନାନା ପ୍ରକାରର ସ୍ଲୋଗାନ ଦେଇ ମା ତାରିଣୀ ପେଟ୍ରୋଲ ପମ୍ଫ ନିକଟକୁ ଯାଇ ୨ଘଣ୍ଟା ଧାରଣା ଦେଇଥିଲେ। ଏହି କାର୍ଯ୍ୟକ୍ରମଟି ହରିଚନ୍ଦନପୁର ବ୍ଲକ ବିଜେଡି ସଭାପତି ପାଦାମ୍ବଭୁଜ ସାହୁ ଓ ୩୨ନମ୍ବର ଜୋନର ଜିଲ୍ଲାପରିଷଦ ସଭ୍ୟ ଅମର କୁଅଁରଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଯାଇଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top