କ୍ରମାଗତ ତୈଳ ଦର ଵୃଦ୍ଧି ପ୍ରତିବାଦରେ ବିଜୁ ଜନତା ଦଳର ବିକ୍ଷୋଭ

ତୁରୁମୁଙ୍ଗା ୮-୯ (ଓଡ଼ିଆ ପୁଅ/ସନ୍ତୋଷ ପତି) ଅହେତୁକ ତୈଳ ଦର ଡିଜେଲ ଓ ପେଟ୍ରୋଲ ଦର ବୃଦ୍ଧି ପ୍ରତିବାଦରେ ବିଜୁ ଜନତା ଦଳ ପକ୍ଷରୁ ତୁରୁମୁଙ୍ଗା ପେଟ୍ରୋଲ ପମ୍ପ ସମ୍ମୁଖରେ ବିକ୍ଷୋଭ ପ୍ରଦଶନ କରାଯାଇଛି। ପାଟଣା ବ୍ଲକ ଅଧକ୍ଷ ଜଗନ୍ନାଥ ନାଏକଙ୍କ ନେତୃତ୍ୱରେ ଏହି ବିକ୍ଷୋଭ କରାଯାଇ କେନ୍ଦ୍ର ସରକାରଙ୍କ ଜନ ବିରୋଧି ନିଷ୍ପତ୍ତି ବିରୋଧରେ ସ୍ୱର ଉତ୍ତୋଳନ କରାଯାଇଥିଲା। ଏହି ବିକ୍ଷୋଭରେ ପାଟଣା ବ୍ଲକ ଅଧକ୍ଷ ଜଗନ୍ନାଥ ନାଏକଙ୍କ ସମେତ ପାଟଣା ବ୍ଲକ ଉପସଭାପତି ନବକିଶୋର ପୃଷ୍ଟି, ଯୁବ ନେତା ବାବିଲାଲ ସାହୁ, ନିତ୍ୟାନନ୍ଦ ମହାନ୍ତ ଅଯୋଧ୍ୟା ପୃଷ୍ଟି, ପ୍ରଶାନ୍ତ କୁମାର ଭଞ୍ଜ, ରଞ୍ଜନ କୁମାର ବେହେରା, ରାମଚନ୍ଦ୍ର ସାହୁ, ଦେବେନ୍ଦ୍ର ପାତ୍ର,ସମେତ ବିଜୁଜନତା ଦଳର ଶତାଧିକ କର୍ମୀ ଏହି ବିକ୍ଷୋଭରେ ସାମିଲ ହେଇଥିଲେ।

Leave a Reply

Your email address will not be published. Required fields are marked *