ଜିଲ୍ଲା ପରିକ୍ରମା

କୋହଳ ଦଫାର ପ୍ରତିବାଦ, ରାସ୍ତାରୋକ୍

ପୁରୀ ୧୪-୨ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ବାଇକ୍ ଧକ୍କାଯୋଗୁ ଜଣେ ୨୫ ବର୍ଷୀୟ ଯୁବକଙ୍କ ମୃତ୍ୟୁର କାରଣ ହୋଇଥିବା ଅଭିଯୁକ୍ତ ଅଶୋକ ସାହୁଙ୍କୁ ୨୪ ଘଂଟା ନପୁରୁଣ ଜାମିନ୍ ମିଳିଯିବା ପ୍ରତିବାଦରେ ମଙ୍ଗଳଘାଟଠାରେ ଉତ୍ୟକ୍ତଲୋକେ ଟାୟାର ଜାଳି ରାସ୍ତାରୋକ କରିଥିଲେ। ସ୍ଥାନୀୟ ଲୋକଙ୍କ ରାସ୍ତାରୋକ ଯୋଗୁଁ ପୁରୀ -ବ୍ରହ୍ମଗିରି ଜାତୀୟ ରାଜପଥରେ କିଛି ସମୟ ପାଇଁ ଗମନାଗମନ ଠପ୍ ହୋଇଯାଇଥିଲା। ଅଭିଯୁକ୍ତଙ୍କ ବିରୋଧରେ କୋହଳ ଦଫା ଳଗାଇଥିବାରୁ ବିକ୍ଷୋଭକାରୀମାନେ ପୁଲିସ ବିରୋଧୀ ନାରା ଦେଇଥିଲେ। ବରିଷ୍ଠ ଅଧିକାରୀମାନେ ଘଟଣା ସ୍ଥଳରେ ପହଂଚି ବଝା ସୁଝା କରିବା ପରେ ରାସ୍ତାରୋକ ପ୍ରତ୍ୟାହୃତ ହୋଇଥିଲା। ସୂଚନାଯୋଗ୍ୟଯେ, ଗତକାଲି ପୂର୍ବାହ୍ନରେ ଲୋକନାଥରୋଡ଼ର ଅଶୋକସାହୁ ଏକ ୟାମା ବାଇକ୍ରେ ପୁରୀରୁ ବ୍ରହ୍ମଗିରି ଅଭିମୁଖେ ଯାଉଥିଲୋ। ପୁରୀ ଅଭିମୁଖେ ଆସୁଥିବା ଖଡ଼ିପଦା ରେବତୀ ରମଣର ଉତମ ନାୟକ(୨୫)ତାଙ୍କ ବାଇକ୍ରେ ଆସୁଥିବାବେଳ ସକାଳ ପ୍ରାୟ ସାଢେ ୯ଟା ସମୟରେ ବାଇକ୍ ଦୁଇଟି କୋଇଲାଅଡ଼ା ଛକରେ ମୁହାଁ ମୁହିଁ ଧକ୍କା ହୋଇଥିଲା। ଉଭୟଙ୍କୁ ଗୁରୁତର ଅବସ୍ଥାରେ ଜିଲ୍ଲା ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଥିଲା। ଉତମଙ୍କ ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଥିଲା। ତେବେ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା। ଏହି ଘଟଣାରେ ସଦରଥାନା ପୁଲସି ଦୁର୍ଘଟଣାଗ୍ରସ୍ତ ବାଇକ୍ ଦ୍ୱୟକୁ ଜବତ କରିବା ସହିତ ଅଶୋକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top