ଜିଲ୍ଲା ପରିକ୍ରମା

କୋଷ୍ଟାଲ ଟ୍ରେକିଂ ଉଦଘାଟିତ

ପୁରୀ, ୧୮/୧(ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): ଷଷ୍ଠ ବାଟେଲିଆନ ରାଜ୍ୟ ଏନସିସି ନିର୍ଦ୍ଦେଶାଳୟ ପକ୍ଷରୁ ପୁରୀରେ ଏକ ଜାତୀୟ ସ୍ତରୀୟ କୋଷ୍ଟାଲ ଟ୍ରେକିଂ କ୍ୟାମ୍ପ ଉଦଘାଟିତ ହୋଇଯାଇଛି। ଏହି କୋଷ୍ଟାଲ ଟ୍ରେକିଂ ଭାରତର ବିଭିନ୍ନ ରାଜ୍ୟରୁ ୫ ଶହରୁ ଉର୍ଦ୍ଧଏନସିସି ର୍କ୍ୟାଡଟ ଭାଗ ନେଇଛନ୍ତି।ହୋଟେଲ ମେଫେୟାର ଫଛପଟ ବେଳାଭମିରେ କୋଣାର୍କ ଅଭିମୁଖ ଏହି ଉପକୂଳ ଯାତ୍ରାକୁ ଗ୍ରୁପ କମ୍ୟାପଟେନ ପ୍ରଶାନ୍ତ ଯୋଶୀ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଉଦଘାଟନୀ କାର୍ଯ୍ୟକ୍ରମରେ କର୍ଣ୍ଣେଲ ସୁନୀଲ ଭଟ୍ଟ, କର୍ଣ୍ଣେଲ ଚନ୍ଦନ ଝା, ଷଷ୍ଠ ଓଡିଶା ବାଟେଲିୟନ କ୍ୟାଡେଟ ଅଫିସର କର୍ଣ୍ଣେଲ ଅଭୟ ସିଂ, ପ୍ରଶାସନିକ ଅଧିକାରୀ କର୍ଣ୍ଣେଲ ରାକେଶ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। ଏହି ଟ୍ରାକିଙ୍ଗରେ ବିଭିନ୍ନ ଦଫାରେ ୫୦୦ ରୁ ଉର୍ଦ୍ଧ ଏନସିସି କ୍ୟାଡେଟ ବେଳାଭୂମୀ ମାର୍ଗରେ କୋଣାର୍କ ଯାତ୍ରା କରିବେ। କ୍ୟାଣ୍ଡି ଅଫିସର ଶ୍ରୀ ସିଂ ଓ ପ୍ରଶାସନିକ ଅଧିକାରୀ ଶ୍ରୀ ପାତ୍ରଙ୍କ ତତ୍ୱାବଧାନରେ କ୍ୟାଡେଟ ମାନେ ଏହି ଟ୍ରାକିଙ୍ଗରେ ଭାଗ ନେଇଛନ୍ତି। ପୁରୀକୁ କୋଣାର୍କ ପର୍ଯ୍ୟନ୍ତ ଟ୍ରାକିଂ ସମୟରେ କ୍ୟାଡେଟ ମାନେ ସ୍ୱଛଭାରତ ଓ ପରିବେଶ ସୁରକ୍ଷାର ବାର୍ତ୍ତାପ୍ରଚାର କରିବେ। ଏହା ଛଡା ବିଭିନ୍ନ ପ୍ରଦେଶରୁ ଆସିଥିବା ଛାତ୍ରଛରାତ୍ରୀମାନେ ବେଳାଭୂମିରେ ପ୍ରାକୃତିକ ଦୃଶ୍ୟ ଉପଭୋଗ କରିବା ସହ ଓଡିଶାର କଳା ସଂସ୍କୃତି ସଂର୍ପକରେ ଜାଣିବା ଏହି ଟେକିଙ୍ଗର ଉଦ୍ଦ୍ୟେଶ ବୋଲି କହିଛନ୍ତି ଆୟୋଜକ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top