ad
ଜଗତସିଂହପୁର

କୋଲର ପଞ୍ଚାୟତରେ କଂଗ୍ରେସର ସାଙ୍ଗଠନିକ ବୈଠକ

ତିର୍ତ୍ତୋଲ୦୩/୦୩ (ଓଡ଼ିଆ ପୁଅ/ଟୁକନ ସେଠୀ) – ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ କୋଲର ପଞ୍ଚାୟତ ଢ଼ଣୁଆ ଗ୍ରାମ ବିଚାରମଣି ମଣ୍ଡପରେ କଂଗ୍ରେସର ସାଂଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି। ପଞ୍ଚାୟତ ସମିତିସଭ୍ୟ ତଥା ରାଜ୍ୟ ୟୁଥ୍ ସେବାଦଳର ସାଧାରଣ ସମ୍ପାଦକ ରଞ୍ଜିତ କୁମାର ପାଳଙ୍କ ନେତୃତ୍ୱରେ ପିସିସି ସାଧାରଣ ସମ୍ପାଦକ ଇଂ ପ୍ରମୋଦ କିଶୋର ଜେନା ଯାଗଦେଇ ସାଂଗଠନିକ ବୈଠକ ରେ ନିଜର ମତ ପ୍ରଦାନ କରିଥିଲ। ପାରାଦ୍ୱୀପ ନିର୍ବାଚନ ମଣ୍ଡଳୀର ମଙ୍ଗ ଧରିବା ପାଇଁ ପିସିସି ବା ଦଳର ମୁଖିଆ ଯାହାକୁ ଟିକେଟ୍ ଦେବେ ଆମ୍ଭେ ସମସ୍ତେ ଏକଜୁଟ୍ ହୋଇ ଦଳପାଇଁ କାମ କରିବା। ଆଜିର ଏହି ବୈଠକରେ ଯେଉଁ କର୍ମୀମାନେ କୌଣସି କାରଣ ବସତଃ ଆସିପାରିନାହାନ୍ତି ସେମାନଙ୍କୁ ଆଗାମୀ ଦିନରେ ଏକଜୁଟ୍ ହୋଇ ପଞ୍ଚାୟତରେ ଦଳର ତୃଣମୂଳ ସ୍ତରରେ କାମ କରିବାପାଇଁ ଆହ୍ୱାନ କରିଥିଲେ। ଦଳ ପାଇଁ ନିଜଭିତରେ ଥିବା ସମସ୍ତ ମନମନାନ୍ତରକୁ ଭୂଲି ପଞ୍ଚାୟତର ସରପଞ୍ଚ ଓ ସମିତିସଭ୍ୟ ତଥା ଲାକପ୍ରତିନିଧିମାନଙ୍କ ସହିତ ଏକହୋଇ ଆଗାମୀ ୨୦୧୯ ସାଧାରଣ ନିର୍ବାଚନ ବୈତରଣୀ ପାରହେବା ସହିତ ଦଳକୁ ବିଜୟ ପଥରେ ନେବାପାଇଁ ଆହ୍ୱାନ କରିଥିଲେ। ଆଜିର ବୈଠକରେ ପଞ୍ଚାୟତର ସରପଞ୍ଚ ଅନୁପସ୍ଥିତ୍ ଥିବାବେଳେ ବୈଠକରେ ରାଜ୍ୟ କିଷାନସେଲ୍ର ସମ୍ପାଦକ ବିଶ୍ୱନାଥ ପାଣି, ଜାନ ସଭାପତି ପ୍ରହଲାଦ ସାହୁ, ଜିଲ୍ଲା କଂଗ୍ରସ ଉପସଭାପତି ସନ୍ତୋଷ କୁମାର ଦାସ, ଜିଲ୍ଲା କଂଗ୍ରେସ ସମ୍ପାଦକ ଶ୍ରୀକାନ୍ତ ଦାସ, ଜିଲ୍ଲା ସଭାପତି ଅଶେଷ ମହାନ୍ତି, ୟୁଥସେବାଦଳର ବ୍ଲକ ସଭାପତି ପ୍ରଶାନ୍ତ ସ୍ୱାଇଁ, ସୁବାଷ ରାଉତ, ମନମୋହନ କାନୁନ୍ଗୋ, ରମାକାନ୍ତ ବେହେରା, ବିଭୁତି ଭୂଷଣ ପରିଡାÿ, ଅନିରୁଧ ଦଳାଇ, ବନମାଳି ଦାସ, ସୈଳେନ୍ଦ୍ର ପଟ୍ଟନାୟକ, ପ୍ରଭାତ କୁମାର ମହାପାତ୍ର, ବିପିନ କୁମାର ବିଶ୍ୱାଳ, ଉମାକାନ୍ତ ନାୟକ, ସାରଦା ପ୍ରସନ୍ନ ଦାସ, ପତିତପାବନ ବାରିକ୍, ପ୍ରକାଶ ପରିଜା, ନୃସିଂହ ଦାସ, ବିରେନ ମୋହନ ମହାପାତ୍ର, ଶରତ ସେଠୀ, ନୃସିଂହ ସୁତାର, ଗୌରାଙ୍ଗ ମହାନ୍ତି, ସମୁନା ଦାସ, ବାବୁ ଖୁଣ୍ଟିଆ, ଦେବେନ୍ଦ୍ର ଆଚାର୍ଯ୍ୟ, ସତ୍ୟଜିତ୍ ବିଶ୍ୱାଳ, ମାନସ ମହାନ୍ତି, ଅଜୟ ବେହେରା, ବିନୟ କୁମାର ସ୍ୱାଇଁ, ଶିବ ଚରଣ ରାଉତ, ୱାର୍ଡ଼ସଭ୍ୟ ପ୍ରଶାନ୍ତ ରାଉତ, ଅଜୟ ମହାନ୍ତି, ସୁଶାନ୍ତ ବାରିକ୍, ରୋହିତ ହେବହେରାଙ୍କ ସମେତ ଶତାଧିକ କଂଗ୍ରେସ କର୍ମୀ ଯାଗଦଇଥିଲେ।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top