ଜିଲ୍ଲା ପରିକ୍ରମା

କୋରେଇ ବ୍ଲକ୍ ଫାଜଲପୁର ନାବାଳିକା ହତ୍ୟାକାଣ୍ଡର ଉଚ୍ଚସ୍ତରୀୟ ତଦନ୍ତ ଦାବିକଲା ବିଶ୍ୱହିନ୍ଦୁ ଓ ବଜରଙ୍ଗ ଦଳ

ଯାଜପୁର -୨୧/୭(ଓଡିଆ ପୁଅ/ଏ.ରାଉତ) ନାବଳିକା ହତ୍ୟାକାଣ୍ଡର ଉଚ୍ଚସ୍ତରୀୟ ତଦନ୍ତ ଦାବିକଲା ବିଶ୍ୱହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ। ଯାଜପୁର ଜିଲା କୋରେଇ ବ୍ଲକ୍ ଫାଜଲପୁର ଗ୍ରାମର ଭାଗିରଥି ଜେନାଙ୍କ ନାବାଳିକା ଝିଅକୁ ଚଳିତବର୍ଷ ଜୁନ ୧୮ ତାରିଖରେ ଦୁର୍ବୁତ୍ତମାନେ ଗଣଧର୍ଷଣ କରିବା ସହ ହତ୍ୟା କରିଥିଲେ। କୋରେଇ ପୁଲିସ ଗଣଧର୍ଷଣ ଓ ହତ୍ୟାରେ ସମ୍ପୃକ୍ତ ଥିବା ପ୍ରକୃତ ଦୋଷୀକୁ ଗିରଫ କରିବା ପରିବର୍ତ୍ତେ ସେହି ଗ୍ରାମର ନାବାଳକ ସେକ୍ ସାହିଲକୁ ନାବାଳିକା ହତ୍ୟାକାଣ୍ଡରେ ଦୋଷୀ ସାବ୍ୟସ୍ତ କରି ଜେଲ ପଠାଇ ଦେଇଥିଲେ। ଏହି ଘଟଣାକୁ ନେଇ ବିଭିନ୍ନ ସ୍ୱେଚ୍ଛାସେବୀ ସଙ୍ଗଠନ ଓ ଅନୁଷ୍ଠାନ ପକ୍ଷରୁ କୋରେଇ ପୁଲିସର ଏତାଦୃଶ କାର୍ଯ୍ୟକୁ ନେଇ ପ୍ରତିବାଦ କରାଯାଇଥିଲା। ଗୋରୁ ବେପାରୀଙ୍କୁ ସୁରକ୍ଷା ଦେବାପାଇଁ କୋରେଇ ପୁଲସି ଏଭଳି ଘଟଣା କରିଛି ବୋଲି ସଙ୍ଗଠନ ଅନୁଷ୍ଠାନ ପକ୍ଷରୁ ଅଭିଯୋଗ ହୋଇଛି। କୋରେଇରୁ ବେଆଇନଭାବେ ବାହାରକୁ ଗୋ-ଚାଲାଣ ହେଉଛି। ସ୍ଥାନୀୟ ପୁଲିସଙ୍କ ସହାୟତାରେ ଗୋରୁ ବେପାରୀମାନେ ଗୋ-ଚାଲାଣ ବାହାରକୁ କରୁଛନ୍ତି। ଏହି ଗୋ-ଚାଲାଣକୁ ନାବାଳିକା ଦେଖିଥିବାରୁ ଗୋରୁ ବେପାରୀମାନେ ମିଳିମିଶି ନାବାଳିକାକୁ ହତ୍ୟା କରିବା ସହ କୋରେଇ ପୁଲିସକୁ ଉକ୍ରୋଚ ଦେଇ ପ୍ରକୃତ ଆସାମୀକୁ ଗିରଫ କରିବା ପରିବର୍ତ୍ତେ ନାବାଳକକୁ କୋରେଇ ପୁଲିସ ଗିରଫ କରି ଅନ୍ୟାୟ କରିଛି ବୋଲି ବିଶ୍ୱ ହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ ଶନିବାର ଦିନ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ କରିଛି। ଯାଜପୁର ଜିଲା ବଜରଙ୍ଗ ଦଳ ପ୍ରମୁଖ ଅରବିନ୍ଦ ଦାସ ଓ ବିଶ୍ୱ ହିନ୍ଦୁ ପରିଷଦର ସମ୍ପାଦକ ଚିନ୍ମୟ ସ୍ୱରୂପ ପଣ୍ଡାଙ୍କ ନେତୃତ୍ୱରେ କିଆନାଳୀକୂଳ ଛକଠାରୁ ଏକ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରି ଜିଲାପାଳଙ୍କ ଅଫିସ ସମ୍ମୁଖରେ ପହଞ୍ଚି ନାବାଳିକା ସ୍ପର୍ଶକାତର ଜଘନ୍ୟ ହତ୍ୟାକାଣ୍ଡର ସିବିଆଇ ତଦନ୍ତ କରିବା, ପ୍ରତ୍ୟକ୍ଷଦର୍ଶୀ ନାବାଳକୁ ମୁଖ୍ୟ ସାକ୍ଷୀ କରି ପ୍ରକୃତ ଦୋଷୀକୁ ଧରିବା, କୋରେଇ ଥାନାଧିକାରିଣୀ ଜାଣିଶୁଣି ହତ୍ୟାକାଣ୍ଡରେ ପ୍ରକୃତ ଦୋଷୀକୁ ଛାଡ଼ି ନାବାଳକକୁ ଫସାଇ ଥିବାରୁ କୋରେଇ ଥାନାଧିକାରିଣୀଙ୍କୁ ଗିରଫ କରିବା ସହ ଚାକିରୀରୁ ବହିଷ୍କାର କରିବା ଦାବି ନେଇ ପ୍ରତିବାଦ ସଭା କରିଥିଲେ। ପ୍ରତିବାଦ ସଭାପରେ ବଜରଙ୍ଗ ଓ ବିଶ୍ୱ ହିନ୍ଦୁ ପରିଷଦର କର୍ମକର୍ତ୍ତାମାନେ ଏହି ଘଟଣାକୁ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଜିଲା ପ୍ରଶାସନକୁ ଏକ ଦାବିପତ୍ର ପ୍ରଦାନ କରିଥିଲେ। ପ୍ରତିବାଦ ସଭା ଓ ଶୋଭାଯାତ୍ରାରେ ଆନନ୍ଦ ପାଣ୍ଡେ, ଆଇନଜୀବୀ ରବି ରାଉତ, ଉଦୟ ସାହୁ, ସମାଜସେବୀ କାଜଲ କିନ୍ନର, ଅକ୍ଷୟ ବଳ, ପ୍ରଭାତ ମଲ୍ଲିକ, ଦୋଳଗୋବିନ୍ଦ ଜେନା, ମନ୍ମଥ ବରାଳ, ଜିଜ୍ଞାସୀ ସାହୁ, ରାଜେନ୍ଦ୍ର ପ୍ରଧାନ, ଅମୀୟକାନ୍ତ ମହାନ୍ତି, ଲିପୁନ ପାତ୍ର, ହରିଶଙ୍କର ପାଣି, ପ୍ରଭୁଦତ୍ତ ପଣ୍ଡା, ଶରତ ସାହୁ, ଦେବେନ୍ଦ୍ର ସାମଲ, ବୁଦ୍ଧିରାମ ସାହୁଙ୍କ ସମେତ କର୍ମୀମାନେ ଯୋଗଦେଇଥିଲେ। ଏହି ପ୍ରତିବାଦ ସଭାରେ ହତ୍ୟାର ଶିକାର ହୋଇଥିବା ନାବାଳିକାର ବାପା ଓ ଅନ୍ୟାୟଭାବେ ଗିରଫ ହୋଇଥିବା ନାବାଳକର ମାଆ ଯୋଗଦେଇଥିଲେ। ଆଇନ ଶୃଙ୍ଖଳାକୁ ଦୃଷ୍ଟିରେ ରଖି ଏସ୍ଡ଼ିପିଓ ପ୍ରଶାନ୍ତ କୁମାର ମଲ୍ଲଙ୍କ ନେତୃତ୍ୱରେ ଥାନାଧିକାରୀ ସୁଦୀପ୍ତ କୁମାର ସାହୁ, ଏସ୍.ଆଇ ମାନସ ରଞ୍ଜନ ଚକ୍ରଙ୍କ ସମେତ ପୁଲିସ କର୍ମଚାରୀ ମୁତୟନ ହୋଇଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top