ଜିଲ୍ଲା ପରିକ୍ରମା

କୋରେଇ ବିଧାୟକଙ୍କ ସାମ୍ବାଦିକ ସମ୍ମିଳନୀ;  ପ୍ରଗତିପଥେ ନିର୍ବାଚନ ମଣ୍ଡଳୀ;୪ ବର୍ଷରେ ବିନିଯୋଗ ହୋଇଛି ୬୧୮କୋଟି

 

 

ଯାଜପୁର-୧୧/୮(ଓଡିଆ ପୁଅ /ଏ.ରାଉତ)ରାଜ୍ୟରେ ଶାସନାଧୀନ ବିଜେଡି ସରକାରଙ୍କ ସହଯୋଗରେ ପ୍ରଗତିପଥେ ଆଗେଇ ଚାଲିଛି କୋରେଇ ନିର୍ବାଚନ ମଣ୍ଡଳୀ । ପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱତନ୍ତ୍ର ସହଯୋଗରେ ଉକ୍ତ ନିର୍ବାଚନ ମଣ୍ଡଳୀରେ ବିଗତ ୪ ବର୍ଷରେ ବିଭିନ୍ନ ପ୍ରକଳ୍ପରେ  ଖର୍ଚ୍ଚ ହୋଇଛି ୬୧୮ କୋଟି ଟଙ୍କା । କୋରେଇ ନିର୍ବାଚନ ମଣ୍ଡଳୀର ସମସ୍ତ ମୌଳିକ ସମସ୍ୟା ସଂପର୍କରେ ମୁଁ ସଂପୂର୍ଣ୍ଣ ଅବଗତ ଥିବାବେଳେ ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟଜଳ,କୃଷି, ଗମନାଗମନ, ବନ୍ୟା ନିୟନ୍ତ୍ରଣ, ଜଳସେଚନ, ପୁଷ୍କରିଣୀ ଖନନ, ସେତୁ ନିର୍ମାଣ ସମେତ ବିଭିନ୍ନ ଯୋଜନାରେ ଅଗ୍ରଗତି ନେଇ ୪ ବର୍ଷର  ସଫଳତାର କାହାଣୀ ସଂପର୍କରେ ଏକ ସାମ୍ବାଦିକ ସମ୍ମିଳନୀରେ ଯୋଗଦେଇ ଏଭଳି ମତ ରଖିଛନ୍ତି ବିଧାୟକ ଆକାଶ ଦାସ ନାୟକ । ହୋଟେଲ ସୂର୍ଯ୍ୟାଂଶ ପରିସରରେ ଆୟୋଜିତ ଉକ୍ତ ସାମ୍ବାଦିକ ସମ୍ମିଳନୀରେ ବିଗତ ୪ ବର୍ଷରେ ନିର୍ବାଚନ ମଣ୍ଡଳୀରେ ମୁଖ୍ୟମନ୍ତ୍ରୀ ସଡକ ଯୋଜନାରେ ୬କୋଟି ୯୫ ଲକ୍ଷ ଓ ପ୍ରଧାନମନ୍ତ୍ରୀ ସଡକ ଯୋଜନାରେ ୩୨କୋଟି ୪୪ ଲକ୍ଷ ସମେତ ୪୦ କୋଟି ଟଙ୍କା ବିନିମୟରେ ୯୦ ପ୍ରତିଶତ ରାସ୍ତାକୁ ଢ଼ଳେଇ କରଣ କରାଯିବାସହ କୃଷି କ୍ଷେତ୍ରରେ ଚାଷ ଜମିକୁ ଜଳସେଚନ ପାଇଁ ୮୦ କୋଟି ଟଙ୍କା ବ୍ୟୟରେ ଦୁଇଟି ମେଗା ଜଳ ପ୍ରକଳ୍ପ ନିର୍ମାଣ କରାଯାଇଛି । ଗ୍ରାମ୍ୟ ଉନ୍ନୟନ ପାଇଁ ୧୯କୋଟି ୯୨ ଳକ୍ଷ, ବିଜୁ ସେତୁ ଯୋଜନାରେ ୩୫ କୋଟି ୪୪ ଲକ୍ଷ, ବ୍ୟାସନଗର ସହର ଉନ୍ନୟନ ଯୋଜନାରେ ୧୪ କୋଟି ୨୦ ଲକ୍ଷ, ଗ୍ରାମ୍ୟ ପୂ୍ର୍ତ୍ତବିଭାଗରେ ୪୪କୋଟି ୭୭ ଲକ୍ଷ, ନଦୀ ଆଡି ବନ୍ଧ ୩୮କୋଟି ୫୦ ଲକ୍ଷ, ଓଭରହେଡ ଟାଙ୍କି ଜରିଆରେ ପାନୀୟଜଳ ଯୋଗାଣ ପାଇଁ ୧୬ କୋଟି, ସ୍ୱାସ୍ଥ୍ୟ ଓ ପରିମଳ ପାଇଁ ୧୩ କୋଟି, ଅଙ୍ଗନବାଡି ନିର୍ମାଣରେ ୧୦କୋଟି ୭୪ ଲକ୍ଷ, ଉଚ୍ଚ ବିଦ୍ୟାଳୟ ଉନ୍ନତିକରଣରେ ୬କୋଟି ୬୧ ଲକ୍ଷ, ଆଦର୍ଶ ବିଦ୍ୟାଳୟରେ ୩କୋଟି ୮୦ ଲକ୍ଷ (ଟାଟା ଷ୍ଟିଲ), ବାତ୍ୟା ଆଶ୍ରୟ ସ୍ଥଳ ନିର୍ମାଣରେ ୩କୋଟି ୧୦ ଲକ୍ଷ, କଂକ୍ରିଟ ଧାନଖଳା ନିର୍ମାଣରେ ୨କୋଟି ୨୭ ଲକ୍ଷ, ବୃହତ ଜଳଛାୟା ପ୍ରକଳ୍ପରେ ୮୦କୋଟି, ଚାଷ ଜମିପାଇଁ କ୍ଷୁଦ୍ର ଜଳ ପ୍ରକଳ୍ପ ୧କୋଟି ୯୦ଲକ୍ଷ, ଆଡିବନ୍ଧ ପ୍ରକଳ୍ପ ଓ ମୂର୍ତ୍ତିକା ଜଳ ସଂରକ୍ଷଣରେ ୪କୋଟି ୩୧ ଲକ୍ଷ, ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସମସ୍ୟ ଫଣ୍ଡରୁ ୧କୋଟି, କଲ୍ୟାଣ ମଣ୍ଡପରେ ୩କୋଟି ୩୫ ଲକ୍ଷ, ଇନ୍ଦିରା ଆବସରେ ୧୫୫୦ ହିତାଧିକାରୀଙ୍କୁ ଗୃହ ନିର୍ମାଣ ପାଇଁ ୧୧କୋଟି ୬୨ ଲକ୍ଷ, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୪୩୮୬ ଜଣ ହିତାଧିକାରୀଙକୁ ଗୃହନିର୍ମାଣ ପାଇଁ ୫୬କୋଟି ୫୦ଲକ୍ଷ, ଆଇଏପିରେ ୧କୋଟି ୫୨ ଲକ୍ଷ, କୋରେଇ ପଂଚାୟତ ସମିତି ଉନ୍ନୟନରେ ୧କୋଟି ୮୨ ଲକ୍ଷ, ମାର୍କେଟ କମ୍ପ୍ଲେକ୍ସ ନିର୍ମାଣରେ ୧କୋଟି ୨୫ ଲକ୍ଷ, ଆଦର୍ଶ ପୋଖରୀ ଯୋଜନାରେ ୧କୋଟି, ବିଜୁ ସହରାଂଚଳ ଓ ଗ୍ରାମାଂଚଳ ବିଜୁଳି ସଂଯୋଗ ଯୋଜନାରେ ୬୭କୋଟି ୩୦ ଲକ୍ଷ,ବ୍ୟାସନଗର ଉନ୍ନୟନରେ ୩୫କୋଟି ୪୫ ଲକ୍ଷ ସମେତ ମୋଟ ୬୧୮ କୋଟି ଖର୍ଚ୍ଚ କରାଯଇିଥିବାନେଇ ବିଧାୟକ ସୂଚନା ପ୍ରଦାନ କରିଥିଲେ । ଏଥି ସହିତ ବିଭିନ୍ନ ପ୍ରକଳ୍ପ ନେଇ ରାଜ୍ୟ ସରକାରଙ୍କ ସହ ଯୋଗାଯୋଗ କରାଯାଇଛି ଯାହା ଖୁବ ନିକଟରେ କାର୍ଯ୍ୟକାରୀ କରାଯିବବୋଲି ମଧ୍ୟ ସେ କହିଥିଲେ । ମିଲିଟାରୀଛକରୁ ଫାୟାରଷ୍ଟେସନ ପାର୍ଯ୍ୟନ୍ତ ରାସ୍ତାର ତୁରନ୍ତ ନିର୍ମାଣ,ଜହ୍ନାରୁ ଛେଟରାୟପୁର ଭାୟା ଗୋଶାଳାଦେଇ ମିଲିଟାରୀ ଛକ ପର୍ଯ୍ୟନ୍ତ ବ୍ୟାସନଗର ରିଂ ରୋଡ, ସାଇ ମନ୍ଦିର ରେଳ ଓଭର ବ୍ରିଜ୍,ଖରସ୍ରୋତା ନଦୀରେ ତଣ୍ଡରାରୁ ଗନ୍ଧଣ ବିଜୁ ସେତୁ, ବୈତରଣୀ ନଦୀରେ ମେଗା ଜଳ ପ୍ରକଳ୍ପ ଯେଉଁଥିରୁ ସମଗ୍ର କୋରଇ ବ୍ଳକ ଓ ରସୁଲପୁରର ୯ ପଂଚାୟତର ଲୋକଙ୍କ ଘରେ ପିଇବାପାଣି ପହଂଚିବ, ଯାଜପୁରରୋଡ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ୩୦ ଶଯ୍ୟାରୁ ଶହେ ଶଯ୍ୟା ବିଶିଷ୍ଟ ଡାକ୍ତରଖାନାରେ ପରିଣତ, ବ୍ୟାସସରୋବରକୁ ମହାଭାରତ ବିଷୟବସ୍ତୁ ଉପରେ ୪୦ କୋଟି ଟଙ୍କାର ପ୍ରକଳ୍ପ, ଦୁଇଟି ଶୀତଳଭଣ୍ଡାର ନିର୍ମାଣ, ବ୍ୟାସନଗର ପୌର ପରିଷଦରେ ଦୁଗ୍ଧ ଶୀତଳୀକରଣ ଯୋଜନା ଓ ହରିଣ ପାର୍କ ନିର୍ମାଣ ଆଦିନେଇ ଖୁବ ଶୀଘ୍ର କାର୍ଯ୍ୟକାରୀ ହେବବୋଲି ବିଧାୟକ ଏଠାରେ ସୂଚିତ କରିଥିଲେ । କୋରେଇ ନିର୍ବାଚନ ମଣ୍ଡଳୀର ବିଭିନ୍ନ ସ୍ଥାନରୁ ଯୋଗ ଦେଇଥିବା ସାମ୍ବାଦିକମାନେ ବିଭିନ୍ନ ସମସ୍ୟାନେଇ ବିଧାୟକଙ୍କୁ ଅବଗତ କରାଇବାସହ ତୁରନ୍ତ ଏନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମତ ଦେଇଥିଲେ । ନଗର ବିଜେଡି ସାଧାରଣ ସଂପାଦକ ମହେଶ ଧଳ,ସଭାପତି ବ୍ରଜକିଶୋର ରାଉତ,କାର୍ଯ୍ୟକାରୀ ସଭାପତି ଶିଶିର ରାଉତ, ଉପନଗରପାଳ ସୁବାଷ ବଳ, କୋରେଇ ନିର୍ବାଚନ ମଣ୍ଡଳୀ ବିଜେଡି ସଭାପତି ଭକ୍ତବସôଳ ସ୍ୱାଇଁ, ଅର୍ଜୁନ ରାଉତ, ଯୁବ ବିଜେଡି ସଭାପତି ମନୋଜ ପରିଡା, କାଉନସିଲର ମନୋଜ ରାଉତ, ଗୋବିନ୍ଦ ଜେନା ପ୍ରମୁଖ ଉକ୍ତ ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେଇଥିଲେ ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top