କୋରିଆରେ ହିପ୍ହପ୍ ନୃତ୍ୟ ପ୍ରଦର୍ଶନ କରିବେ ପୁରୀର ନୃତ୍ୟଦଳ

ପୁରୀ ୧୮/୭ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ସୁଦୁର ଦକ୍ଷିଣ କୋରିଆରରେ ହିପ୍ହପ୍ ନୃତ୍ୟ ପ୍ରଦର୍ଶନ କରିବେ ପୁରୀର ‘ଦି ଆଣ୍ଡ୍ରଏଡ୍ କ୍ରିୟୁ’ ୪ସଦସ୍ୟ। ଏମାନେ ହେଲେ ଆଦର୍ଶ  ମିଶ୍ର, ଆଶୁତୋଷ ସାହୁ, ବିଷ୍ଣୁ ଚରଣ ମହାନ୍ତି ଏବଂ ଦ୍ୱିଲୀରେ ରହୁଥିବା ସାହିଲ ଜୈନ। ଅଗଷ୍ଟ୨୫ରୁ ୨୭ ତାରିଖ ପର୍ଯ୍ୟନ୍ତ ଦକ୍ଷିଣ କୋରିଆରେ ଆୟୋଜିତ ହେଉଥିବା ପ୍ରତିଯୋଗିତାରେ  ଏହି ସଦସ୍ୟ ମାନେ ହିପ୍ହପ୍ ନୃତ୍ୟ ପ୍ରଦର୍ଶନ କରିବେ। ଏଥିପାଇଁ ସେମାନେ ଏବେ ଆରମ୍ଭ  କରିନେଇଛନ୍ତି ପ୍ରସ୍ତୁତି। ଭାରତରୁ ଏଥିରେ ୪ ଜଣିଆ ଦଳ ପ୍ରତିନିଧିତ୍ୱ କରୁଥିବା ବେଳେ ପୁରୀର ‘ଦି ଆଣ୍ଟ୍ରଏଡ୍ କ୍ରିୟୁ’ ୩ ଜଣ ସଦସ୍ୟ ରହିଛନ୍ତି। ଜୁଲାଇ ମାସ ୧ ତାରିଖରେ ଦିଲ୍ଲୀରେ ହୋଇଥିବା ଜାତୀୟ ପ୍ରତିଯୋଗିତାରେ ବିଜୟଲାଭ କରିବା ପରେ ସେମାନଙ୍କୁ ଏହି ସୁଯୋଗ ମିଳିଛି। କୋରିଆରେ ସେମାନେ ହିପ୍ହପ୍ ନୃତ୍ୟରେ ଓଡ଼ିଶୀ ଛୁଙ୍କ ଦେବେ ବୋଲି ଯୋଜନା କରିଛନ୍ତି। ଏହି ପ୍ରତିଯୋଗିତାରେ ୨୩ଟି ଦେଶରୁ ୨୩ଟି ଦଳ ଭାଗନେଉଛନ୍ତି। ତଥାପି ହିପ୍ହପ୍ରେ ଏହି ଓଡ଼ିଶୀ ଛୁଙ୍କ ତାଙ୍କୁ ସଫଳତା ଦେବ ବୋଲି ସେମାନେ କହିଛନ୍ତି। ସୋସିଆଲ ମିଡ଼ିଆରେ ଏଭଳି ଏକ ପ୍ରତିଯୋଗିତାର ଖବରପାଇ ସେମାନେ ଦିଲ୍ଳୀରେ ପହଞ୍ଚିଥିଲେ। ସେଠାରେ ପୁର୍ବରୁ ଅଭ୍ୟାସ କରିଥିବା କିଛି ଡ଼୍ୟାନ୍ସ ଓ ଅନ୍ ଦି ସ୍ପଟ ଆସିଥିବା ନିଦେ୍ର୍ଦଶ ମୁତାବକ କରିଥିବା ନୃତ୍ୟ ପାଇଁ  ସେମାନେ ଉଚ୍ଚ ପ୍ରଶଂସିତ ହେବାସହ ପତିଯୋଗିତାରେ ବିଜୟ ଲାଭ କରିଥିଲେ। ଆଗାମୀ ମାସରେ କୋରିଆର  ଏହି ପ୍ରତିଯୋଗିତାକୁ ନେଇ ସେମାନେ ବେଶ୍ ଆଗ୍ରହୀ ଅଛନ୍ତି। ଏଥିପାଇଁ ସେମାନେ ୬ରୁ ୮ ଘଣ୍ଟା ନୃତ୍ୟାଭ୍ୟାସ କରୁଛନ୍ତି। ବଡ଼କଥା ହେଉଛି ସେମାନଙ୍କର କେହି ଗୁରୁନାହାନ୍ତି ବିଭିନ୍ନ ସୋସିଆଲ ମିଡ଼ିଆରେ ସେମାନେ ବିଭିନ୍ନ ନୃତ୍ୟ ଦେଖନ୍ତି ଏବଂ ସେ ସବୁକୁ  ,ଏକାଠି କରି ନାଚିବାକୁ ଚେଷ୍ଟା କରନ୍ତି। ଶିଖିବାର ଆଗ୍ରହ ଓ ପରିଶ୍ରମ ସେମାନଙ୍କୁ ଏଭଳି ସଫଳତା ଦେଇଛି ବୋଲି ସେମାନେ କହିଛନ୍ତି। ସୋସିଆଲ ମିଡ଼ିଆରେ ସେମାନେ ଯାହାକୁ ବେଶୀ ଫଲୋ କରନ୍ତି ସେ ହେଉଛି କ୍ରିମିନାଲ କ୍ରୀଭ। ଏବେ ଏହି ଗୋଷ୍ଠୀ  ସହ ତାଙ୍କର ଦକ୍ଷଣ କୋରିଆରେ ମୁକାବିଲା ହେବାକୁ ଯାଉଛି। କ୍ରିମିନାଲ କ୍ରୀଭ ଏହି ରହସ୍ୟ ଜାଣିନଥିଲେ ମଧ୍ୟ ଏହା ସେମାନଙ୍କ ପାଇଁ ଚ୍ୟାଲେଞ୍ଜ ହେବ ବୋଲି ସେମାନେ କହିଛନ୍ତି। ଏଥିପାଇଁ ଏବେ ଚାଲିଛି ଜୋରଦାର ପ୍ରସ୍ତୁତି।

Leave a Reply

Your email address will not be published. Required fields are marked *