କୋରାପୁଟ ହସ୍ପିଟାଲରେ ଉତେଜନା; ରୋଗୀ ମୃତ୍ୟୁକୁ ନେଇ ନର୍ସଙ୍କୁ ମାଡ, ୪ ଅଟକ

କୋରାପୁଟ; ତା୨୮-୧୨-୧୭(ଓଡିଆ ପୁଅ/ରଂଜନ କୁମାର ଦାସ) ନିଆରେ ପୋଡି ଯାଇ ଚିକିତ୍ସା ପାଇଁ ଆସିଥିବା ଜଣେ ମହିଳାଙ୍କ ମୃତ୍ୟୁକୁ ନେଇ ଗୁରୁବାର କୋରାପୁଟ ମୁଖ୍ୟ ଡାକ୍ତରଖାନାରେ ଉତେଜନା ପ୍ରକାଶ ପାଇଥିବାବେଲେ କାର୍ଯ୍ୟରତ ଜଣେ ନର୍ସର୍ଙ୍କୁ ମାଡ ମାରିବା ଅଭିଯୋଗରେ ପୋଲିସ ମୃତ ମହିଳାଙ୍କ ଦୁଇ ପୁଅ ଓ ଦୁଇ ଝିଅଙ୍କୁ ଅଟକ ରଖିଛି। ସୂଚନା ଅନୁଯାୟୀ, କୋରାପୁଟ ଜିଲା ନାରାୟଣପାଟଣା ବ୍ଲକ ତଳଗୁମାଣ୍ଡି ପଂଚାୟତ ବାରି ଗ୍ରାମର ଅର୍ଜୁନ ସୁନାମୁଦିଙ୍କ ପତ୍ନୀ କୃପାମଣି (୬୦) ବୁଧବାର ବିଳମ୍ବିତ ରାତିରେ ପ୍ରବଳ ଶୀତ ଯୋଗୁଁ ଶେଜ ପାଖେ ନିଆ ଜାଳି ଶୋଇଥିବା ସମୟରେ ପୋଡି ଯ୍ଧବଥିଲେ। ଗୁରୁତର ଅବସ୍ଥାରେ ଗୁରୁବାର ଭୋର ସମୟରେ କୃପାମଣିଙ୍କୁ କୋାରାପୁଟ ଜିଲା ମୁଖ୍ୟ ହସ୍ପିଟାଲରେ ଭର୍ତି କରା ଯାଇଥିଲା। ତେବେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା। ଚିକିତ୍ସାରେ ବିଳମ୍ବ ଓ ଅବହେଳା କରିବାରୁ ମାଆଙ୍କ ମୃତ୍ୟୁ ହେଲା ବୋଲି ମୃତ କୃପାମଣିଙ୍କ ପୁଅ ଦେବେନ୍ଦ୍ର ସୁନାମୁଦି, ରଂଜୀତ ସୁନାମୁଦି ଝିଅ ଆଶାମଣି ଖରା ଏବଂ ସୁମୀତ୍ରା ବାଘ କାର୍ଯ୍ୟରତ ନର୍ସ ସୁମନ ମିଂଜଙ୍କୁ ମାଡ ମାରିଥିଲେ। ଘଟଣା ସମ୍ପର୍କରେ ହସ୍ପିଟାଲ କର୍ମଚାରୀ ମାନେ ଜିଲା ସଦର ଡାକ୍ତରଖାନାର ଅଧୀକ୍ଷକ ଡା.କାଳୀ ପ୍ରସାଦ ବେହେରାଙ୍କୁ ଜଣାଇବା ସହ ମାଡ ମାରିଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଥିଲେ।କାର୍ଯ୍ୟାନୁଷ୍ଟାନ ନ ନେଲେ କାର୍ଯ୍ୟକରିବୁ ନାହିଁ ବୋଲି ମଧ୍ୟ କର୍ମାଚରୀମାନେ ଧମକ ଦେଇଥିଲେ। ଏହାପରେ ଏସଆଇ ରମେଶ ଦେବତା ହସପିୁଟାଲକୁ ଆସି ୪ ଜଣଙ୍କୁ ଅଟକ ରଖାଯାଇଥିବା ପ୍ରକାଶ କରିବା ପରେ ପରିସ୍ଥିତି ଶାନ୍ତ ପଡିଥିଲା।ଏହାପରେ ସମସ୍ତ ହସପିଟାଲ କର୍ମଚାରୀ ନର୍ସ ସୁମନ ମିଞଙ୍କ ସହ ଟାଉନଥାନା ଯାଇ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଥିଲେ।କୋରାପୁଟ ସଦର ଡାକ୍ତରଖାନାର ଅଧିକ୍ଷକ ଡାକ୍ତର ବେହେରାଙ୍କଠାରୁ ଲିଖିତ ଅଭିଯୋଗ ପାଇବା ପରେ କୋରାପୁଟ ଟାଉନଥାନାରେ ୨୦୮ ନମ୍ବରରେ ଏକ କେସ ରୁଜୁ କରାଯାଇ ମୃତ କୃପାମଣିଙ୍କ ୪ପୁଅଝିଅଙ୍କୁ ଅଟକ ରଖାଯାଇ ତଦନ୍ତ କରାଯାଉଥିବା ଟାଉନଥାନା ନିରୀକ୍ଷକ କ୍ଷିରେଶ୍ୱର ସାହୁ ସୂଚନା ଦେଇଥିଲେ।ଏହି ଖବର ଶୁଣିବା ପରେ କୋରାପୁଟ ବିଧାୟକ କୃଷ୍ଣଚନ୍ଦ୍ର ସଗରିଆ,  ଲକ୍ଷ୍ମିପୁର ବିଧାୟକ କୈାଳାସ କୁଲେସିକା ଓ ପୂର୍ବତନ ବିଧାୟକ ନିମାଁଇ ସରକାର ଟାଉନଥାନା ପହଂଚି ଘଟଣାସଂପର୍କରେ ଟାଉନଥାନା ଅଧିକାରୀ ଶ୍ରୀ ସାହୁଙ୍କଠାରୁ ପଚାରି ବୁଝିଥିଲେ।କୋରାପୁଟ ଡାକ୍ତରଖାନାରେ ଗୁରୁତର ରୋଗୀ ସକାଳ ୬ଘ.୨୦ ମିନିଟରେ ପହଂଚି ଓାର୍ଡରେ ରଖାଯାଇଥିବା ବେଳେ କାହିଁକି ବିଶେଷଜ୍ଞ ଡାକ୍ତର ତୁରନ୍ତ ଆସି ରୋଗୀକୁ ଚିକିତ୍ସା କଲେ ନାହିଁ ବୋଲି କୋରାପୁଟ ବିଧାୟକ ଶ୍ରୀ ସଗରିଆ ଅଭିଯୋଗ କରିଥିଲେ।ଏହା କଣ ଅବହେଳା ନୁହେଁ କି ବୋଲି ସେ ପ୍ରଶ୍ନ କରିଥିଲେ।କୋରାପୁଟ ସହୀଦ ଲକ୍ଷ୍ଣଣ ନାୟକ ମେଡିକାଲ କଲେଜ ଓ ହସପିଟାଲର ଅଧ୍ୟକ୍ଷ ଏହାର ଏକ ଉଚ୍ଚ ସ୍ତରୀୟ ତଦନ୍ତ କରିବାକୁ ସେ ଦାବି କରିଥିଲେ।

Leave a Reply

Your email address will not be published. Required fields are marked *