କୋରାପୁଟ ସୁପର ମାର୍କେଟ କମ୍ପେକ୍ସ ସମ୍ମୁଖରେ ରହିଥିବା ଠିକାଦୋକାନୀମାନଙ୍କୁ ଉଠେଇବାକୁ ଦାବି

କୋରାପୁଟ ; ତା୦୨-୦୭-୧୮(ଓଡିଆପୁଅ /ରଂଜନ କୁମାର ଦାସ)କୋରାପୁଟ ସୁପର ମାର୍କେଟ କମ୍ପେକ୍ସ ସମ୍ମୁଖରେ ରହିଥିବା ଉଠାଦୋକାନୀଙ୍କୁ ଉଠେଇବାକୁ ମାର୍କେଟ କମ୍ପେକ୍ସରେ ଷ୍ଟଲପାଇ ବ୍ୟବସାୟ କରୁଥିବା ବ୍ୟବସାୟୀମାନେ ଆଜି ଜିଲ୍ଲାପାଳଙ୍କ ପ୍ରକୋଷ୍ଠରେ ଜିଲ୍ଲାପାଳ କେ .ସୁଦର୍ଶନ ଚକ୍ରବର୍ତିଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିବା ଜଣାପଡିଛି ।କୋରାପୁଟ ମ୍ୟୁନସିପାଲଟି କର୍ତୂପକ୍ଷ କୋରାପୁଟଠାରେ ଏକ ସୁପର ମାର୍କେଟ କମ୍ପେକ୍ସ ନିର୍ମାଣ କରିଥିଲେ ସୁଦ୍ଧା ଠିକାଦୋକାନୀମାନେ ଆଗରେ ରହିଥିବାରୁ ବହୁତ ଅସୁବିଧା ହେଉଥିବା ମେଡିସିନ ଦୋକାନ କରିଥିବା ବ୍ୟବସାୟୀ ସୀତାନାଥ ପଟନାୟକ ଅଭିଯୋଗ କରିଛନ୍ତି । ପୂର୍ବରୁ ରହିଥିବା ଷ୍ଟଲ କର୍ତୂପକ୍ଷ ନୂତନ ଷ୍ଟଲ ନିର୍ମାଣ କରିବା ନିମନ୍ତେ ୧୬ ଜଣ ବ୍ୟବସାୟୀଙ୍କ ସହିତ ଚୁକ୍ତି କରିବା ପରେ ଭାଙ୍ଗିଥିଲେ ଓ ବସଷ୍ଟାଣ୍ଡରେ ଷ୍ଟଲ ନିର୍ମାଣ କରି ପ୍ରଦାନ କରିଥିଲେ ।କିନ୍ତୁ ଉକ୍ତ ଷ୍ଟଲ ଛୋଟ ହୋଇଥିବାରୁ ଅନେକ ବ୍ୟବସାୟୀ ନିଜ ମୁତାବକ ଦୋକାନ କରିଥିଲେ ଓ ଆଉ କିଛି ବ୍ୟବସାୟୀ ଛାଡି ଦେଇଥିଲେ ବୋଲି ସେ ପ୍ରକାଶ କରିଥିଲେ ।ସୁପରମାର୍କେଟ କମ୍ପେକ୍ସ ସମ୍ମୁଖରେ ଥିବା ଏକ ସରକାରୀ ଷ୍ଟଲରେ ମାସିକ ଭଡା ଦେଇ ସେ ମେଡିସିନ ଦୋକାନ ଖୋଲିଥିଲେ ।ଯେତେବେଳେ ସୁପରମାର୍କେଟ ନିର୍ମାଣ ଶେଷ ହେଲା ଓ ୧୬ ଜଣ ପୁରୁଣା ବ୍ୟବସାୟୀମାନଙ୍କୁ କର୍ତୂପକ୍ଷ ନୂତନ ଷ୍ଟଲ ପ୍ରଦାନ କରିଥିଲେ । ସେହି ଅନୁସାରେ ସୁପରମାର୍କେଟ କମ୍ପେକ୍ସରେ ମତେ ମିଳିଥିବା ଷ୍ଟଲରେ ମେଡିସିନ ଦୋକାନ ଖୋଲିଲି କିନ୍ତୁ ମୋ ଷ୍ଟଲ ସମ୍ମୁଖରେ ଠିକାଦୋକାନୀ ରହିଥିବାରୁ ଷ୍ଟଲଟି ଦେଖାଯାଉ ନ ଥିବାରୁ ବ୍ୟବସାୟ ପୂରା ମାନ୍ଦା ହୋଇଯାଇଥିବା ସେ ଅଭିଯୋଗ କରିଥିଲେ ।ଠିକା ଦୋକାନୀ ରହିବା ଦ୍ୱାରା ଟ୍ରାଫିକ ସମସ୍୍ୟା ଉପୁଜିଥିବା ସ୍ଥଳେ କାହିଁକି ଜିଲ୍ଲା ପ୍ରଶାସନ ଏମାନଙ୍କୁ ହଟାଉ ନାହାନ୍ତି ତାହା ଆମ୍ଭମାନଙ୍କ ମଧ୍ୟରେ ସନେ୍ଦହ ସୃଷ୍ଟି ହେଉଥିବା ସେ ପ୍ରକାଶ କରିଥିଲେ ।କୋରାପୁଟ ମ୍ୟୁନସିପାଲଟି ନିର୍ବାହୀ ଅଧିକାରୀ ଗୈାରଚନ୍ଦ୍ର ପଟନାୟକଙ୍କୁ ଜିଲ୍ଲାପାଳ ଶ୍ରୀ ଚକ୍ରବର୍ତୀ ଅଭିଯୋଗ ଉପରେ କାର୍ଯ୍ୟାନୁଷ୍ଟାନ ନେବାକୁ କହିଥିଲେ ବୋଲି ସେ ପ୍ରକାଶ କରିଥିଲେ ।

Leave a Reply

Your email address will not be published. Required fields are marked *