କୋରାପୁଟ

କୋରାପୁଟ ସହୀଦ ଲକ୍ଷ୍ନଣ ନାୟକ ମେଡିକାଲ କଲେଜ ଓ ହସପିଟାଲରେ ସିଟିସ୍କାନ ଉଦଘାଟିତ

କୋରାପୁଟ ; ତା୨୯-୦୫-୧୮(ଓଡିଆ ପୁଅ/ରଂଜନ କୁମାର ଦାସ)କୋରାପୁଟ ଜିଲ୍ଲା ସଦର ମହକୁମାରେ ସୁଟିସ୍କାନ ମେସିନ ଅଚଳ ହୋଇପଡିବା ଫଳରେ ରୋଗୀମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖିନ ହେଉଥିଲେ ।କୋରାପୁଟ ଜିଲ୍ଲା ସଦର ମହକୁମା ଡାକ୍ତରଖାନାକୁ ରାଜ୍ୟ ସରକାର ମେଡିକାଲ କଲେଜରେ ଉନ୍ନିତ କଲା ପରେ ମଧ୍ୟ ନୂତନ ସିଟିସ୍କାନ ଆସି ନ ଥିବାରୁ ରୋଗୀମାନେ ଏଠାରୁ ଜୟପୁର ବେସରକାରୀ ଡାକ୍ତରଖାନା ଯାଇ ଖର୍ଚ୍ଚାନ୍ତ ହେଉଥିଲେ । ରାଜ୍ୟ ସରକାର ପିପିପି ମୋଡରେ କୋରାପୁଟ ସହୀଦ ଲକ୍ଷ୍ଣଣ ନାୟକ ମେଡିକାଲ କଲେଜ ଓ ହସପିଟାଲରେ ସିଟିସ୍କାନ ମେସିନ ସ୍ଥାପନ କରିବାକୁ ନିଷ୍ପତି ନେଇଥିିଲେ ।ସ୍ପନ୍ଦନ ଅନୁଷ୍ଠାନ କୋରାପୁଟରେ ସିଟିସ୍କାନ ମେସିନ ସ୍ଥାପନ କରିଛି ।କୋରାପୁଟ ସାଂସଦ ଝିନ୍ନ ହିକକା ମୁଖ୍ୟ ଅତିଥିଭାବେ ଯୋଗଦେଇ ଉଦଘାଟନ କରିଥିଲେ । ଏହି ଅବସରରେ କୋରାପୁଟ ଜିଲ୍ଲାପାଳ କେ.ସୁଦର୍ଶନ ଚକ୍ରବର୍ତି , ପଟ୍ଟାଙ୍ଗୀ ବିଧାୟକ ତଥା ଜିଲ୍ଲା ଯୋଜନା ନୋର୍ଡ ଅଧ୍ୟକ୍ଷ ପ୍ରଫୁଲ୍ଲ ପାଙ୍ଗୀ , ରାଜ୍ୟ ଯୋଜନା ବୋର୍ଡ ସଦସ୍ୟ ଇଶ୍ୱର ଚନ୍ଦ୍ର ପାଣିଗ୍ରାହୀ ,ପୂର୍ବତନ ବିଧାୟକ ରଘୁରାମ ମାଛ , ଅଧ୍ୟକ୍ଷ ପ୍ରଫେସର କେ.ସି.ବିଶ୍ୱାଲ ,ହସପିଟାଲ ଅଧିକ୍ଷକ ପ୍ରଫେସର କ୍ଷେତ୍ରବାସୀ ସୁବୁଦ୍ଧି , ସିଡିଏମଓ ଡାକ୍ତର ଲଲିତ ମୋହନ ରଥ ,ସଦର ମହକୁମା ଡାକ୍ତରଖାନାର ଅଧିକ୍ଷକ ଡାକ୍ତର କାଳି ପ୍ରସାଦ ବେହେରା , ଡାକ୍ତର ମୁକ୍ତିକାନ୍ତ ଖଟୁଆ , ସ୍ପନ୍ଦନର କେନ୍ଦ୍ର ପରିଚାଳକ ଅଜିତ କୁମାର ପ୍ରଧାନ , ସଦର ଡାକ୍ତରଖାନାର ମ୍ୟାନେଜର ଅଭିରାମ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।ଆଜିଠାରୁ ଏହି ସେବା ଉପଲବ୍ଧ ହେଉଥିବା ବେଳେ ଏହା ସଂପୁର୍ଣ୍ଣ ମାଗଣାରେ ଯୋଗାଇଦିଆଯିବ ବୋଲି ଜଣାପଡିଛି ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top