କୋରାପୁଟ ସହୀଦ ଲକ୍ଷ୍ଣଣ ନାୟକ ମେଡିକାଲ କଲେଜ ଓ ହସପିଟାଲରେ ସାଂଘାତିକ ଘଟଣା ; ଶିଶୁ ଡାକ୍ତର ଲେଖିଥିବା ମେଡିସିନ ବଦଳରେ ନିରାମୟରେ ଦିଆଯାଉଛି ଅନ୍ୟ ମେଡିସିନ

କୋରାପୁଟ ; ତା୨୬-୦୫-୧୮(ଓଡିଆ ପୁଅ/ରଂଜନ କୁମାର ଦାସ) କୋରାପୁଟ ସହୀଦ ଲକ୍ଷ୍ଣଣ ନାୟକ ମେଡିକାଲ କଲେଜ ଓ ହସପିଟାଲରେ ଏକ ସାଂଘାତିକ ଘଟଣା ଦୃଷ୍ଟିଗୋଚର ହୋଇଛି।ଡାକ୍ତର ଲେଖିଥିବା ମେଡିସିନ ବଦଳରେ ନିରାମୟରେ ଅନ୍ୟ ମେଡିସିନ ପ୍ରଦାନ କରାଯାଉଥିବାରୁ ରୋଗୀ ସଂପର୍କିୟ ଓ କର୍ମଚାରୀଙ୍କ ମଧ୍ୟରେ କିଛି ସମୟ ଡାକ୍ତରଖାନା ପରିସରରେ ଉତେଜନା ପ୍ରକାଶ ପାଇଥିଲା। ସ୍ଥାନୀୟ ପୂଜାରୀପୁଟର ଅଜିତ ପଟନାୟକଙ୍କ ୨ ବର୍ଷର ପୁତ୍ର ଆଦର୍ଶ ପଟନାୟକର ଦେହ ଅସୁସ୍ଥ ଥିବାରୁ ଡାକ୍ତରଙ୍କୁ ପରାମର୍ଶ କରିଥିଲେ।୨୪ ତାରିଖ ଦିନ ସେ ମେଡିସିନ ଆଣିବାକୁ ସଂଧ୍ୟାରେ ନିରାମୟ କେନ୍ଦ୍ରକୁ ଯାଇଥିଲେ। ଡାକ୍ତର ଲେଖିଥିବା ପ୍ରୋମେଥାଜିଙ୍ଗ ମେଡିସିନ ନ ଦେଇ ଉକ୍ତ କେନ୍ଦ୍ରରେ ରହିଥିବା ଜଣେ କର୍ମଚାରୀ ପରମେର୍ଥିନ ଲୋସନ ଦେଇଥିଲେ ବୋଲି ସେ ସୂଚନା ଦେଇଥିଲେ।କିନ୍ତୁ ଉକ୍ତ ଲୋସନକୁ ସେ ପୁତ୍ରକୁ ଦେଇ ନ ଥିଲେ।ଏହାପରେ ଆଜି ସେ ଓ କିଛି ସଂପର୍କିୟ ଆସି ନିରାମୟ କେନ୍ଦ୍ରକୁ ଯାଇ କାହିଁକି ଭୁଲ ମେଡିସିନ ଦେଲ ବୋଲି ପାଟିତୁଣ୍ଡ କରିଥିଲେ।ମୁଁ ଜଣେ ଶିକ୍ଷିତ ହୋଇଥିବାରୁ ଦେଲି ନାହିଁ ଯଦି ଦେଇଥାନ୍ତି ତେବେ ମୋର ପୁତ୍ରର ଅବସ୍ଥା କଣ ହୋଇଥାନ୍ତା ବୋଲି ସେ ଦୁଃଖରେ ପ୍ରକାଶ କରିବା ସହ ସଦର ଡାକ୍ତରଖାନା ଅଧିକ୍ଷକ ଡାକ୍ତର କାଳି ପ୍ରସାଦ ବେହେରାଙ୍କୁ ସାକ୍ଷାତ କରି ସମସ୍ତ ବିଷୟ ଜଣେଇଥିଲେ।ଏହା ଶୁଣିବା ପରେ ଜଣେ ଫର୍ମାଶିଷ୍ଟଙ୍କୁ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଥିବା ଡାକ୍ତର ବେହେରା ସୂଚନା ଦେଇଥିଲେ।ଏହା ଏକ ବଡ ଭୁଲ ଅଟେ ରିପୋର୍ଟ ପାଇବା ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ ପ୍ରକାଶ କରିଥିଲେ।କୋରାପୁଟ ଜିଲ୍ଲାର ଜଣେ ଅଶିକ୍ଷିତ ଲୋକ ଯଦି ଏହିଭଳି ଭୁଲ ମେଡିସିନ ନିଏ ଓ ତାକୁ ଗ୍ରହଣ କରେ ତେବେ କଣ ପରିସ୍ଥିତି ହେବ ତାହା ଚିନ୍ତା ବାହାରେ ବୋଲି ସାଧାରଣରେ ଆଲୋଚ୍ୟର ବିଷୟ ହୋଇପଡିଛି।ହସପିଟାଲ କର୍ତୂପକ୍ଷ ଏଥିପ୍ରତି ସ୍ୱତନ୍ତ୍ର ଦୁଷ୍ଟି ଦେଇ ଠିକ ମେଡିସିନ ଯେପରି ରୋଗୀ ପାଇପାରିବେ ସେଥିପ୍ରତି ଧ୍ୟାନ ଦେବାକୁ ସାସଧାରଣରେ ଦାବି ହେଉଛି।

Leave a Reply

Your email address will not be published. Required fields are marked *