କୋରାପୁଟ ସହରର ବିଭିନ୍ନ ହୋଟେଲ ଓ ଗ୍ୟାରେଜ ଉପରେ ଚଢାଉ , ୮ ଶିଶୁ ଶ୍ରମିକ ଉଦ୍ଧାର

କୋରାପୁଟ ; ତା୧୧-୦୯-୧୮(ଓଡିଆପୁଅ/ରଂଜନ କୁମାର ଦାସ)କୋରାପୁଟ ସହରର ବିଭିନ୍ନ ହୋଟେଲ ଓ ଗ୍ୟାରେଜ ଉପରେ ପୋଲିସ ଓ ଚାଇଲଡ ଲାଇନର କର୍ମକର୍ତାମାନେ ଆଜି ଅପାରହ୍ନରେ ଚଢାଉ କରି ୮ ଜଣ ଶିଶୁ ଶ୍ରମିକମାନଙ୍କୁ ଉଦ୍ଧାର କରିଥିଲେ ବୋଲି ଜଣାପଡିଛି ।ଉଦ୍ଧାର କରାଯିବା ପରେ ୮ ଜଣ ଶିଶୁମାନଙ୍କୁ ଜିଲ୍ଲା ଶିଶୁ ମଙ୍ଗଳ କମିଟି ନିକଟରେ ହାଜର କରାଯାଇଥିଲା ।୭ ଜଣଙ୍କୁ ଷ୍ଟେହୋମରେ ରଖାଯାଇଥିବା ବେଳେ ଜଣେ ଶିଶୁକୁ ତାର ବାପାଙ୍କୁ ହସ୍ତାନ୍ତର କରାଯାଇଥିବା ଜଣାପଡିଛି ।

Leave a Reply

Your email address will not be published. Required fields are marked *