କୋରାପୁଟ ସହରରେ ୪ ର୍ଥ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ

କୋରାପୁଟ ; ତା୨୧-୦୬-୧୮(ଓଡିଆ ପୁଅ/ରଂଜନ କୁମାର ଦାସ)କୋରାପୁଟ ସହରରେ ୪ ର୍ଥ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି।କୋରାପୁଟ ସହରର ସତ୍ୟସାଇ ମନ୍ଦିର,  ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର,  ପୂର୍ବ ସୈନିକ କ୍ଲିନିକ, ପୂଜାରିପୁଟସ୍ଥିତ ଇନଡୋର ଷ୍ଟାଡିୟମ,  ରାମ ମନ୍ଦିର,  ଚନ୍ଦନ ପୋଖରୀ ଓ ବିଭିନ୍ନ ସରକାରୀ ଏବଂ ବେସରକାରୀ ଅନୁଷ୍ଠାନରେ ଯୋଗ ଦିବସ ପାଳନ କରାଯାଇଥିଲା।ପୂର୍ବ ସୈନିକ କ୍ଲିକ ତରଫରୁ ଇନଡୋର ଷ୍ଟାଡିୟମଠାରେ ଯୋଗ ଦିବସ ପାଳନ କରାଯାଇଥିଲା।ଗ୍ରୂପ କ୍ୟାପେଟନ ଆଶିଷ କୁମାର ପ୍ରଧାନଙ୍କ ପରିଚାଳନାରେ ଆୟୋଜିତ ଶିବିରରେ ଡେପୁଟି ସୁବେଦାର ସ୍ୱପନ କୁମାର ସରକାର ଯୋଗଦେଇ ପ୍ରଶିକ୍ଷଣ ଦେଇଥିଲେ।ଏଥିରେ ଡା. ସୁନିଲ କୁମାର ପାଢୀ,  ଆଲୋକ ପାଣି ଓ ସନ୍ତୋଷ ପଣ୍ଡା ଯୋଗଦେଇ ପରିଚାଳନାରେ ସହଯୋଗ କରିଥିଲେ।ଚନ୍ଦନ ପୋଖରୀ ହେଲଥ କ୍ଲବ ଆନୁକୁଲ୍ୟରେ ଚନ୍ଦନ ପୋଖରୀଠାରେ ଯୋଗ ଦିବସ ପାଳନ କରାଯାଇଥିଲା।ପ୍ରଶିକ୍ଷକ ଭାବେ ସୁବାସ ସ୍ୱାଇଁ ଓ ଦୁଶ୍ମନ୍ତ ପରିଡା ଯୋଗଦେଇଥିଲେ।

Leave a Reply

Your email address will not be published. Required fields are marked *