ଓଡ଼ିଶା

କୋରାପୁଟ ସହରରେ ଥିବା ସରକାରୀ ଓ ବେସରକାରୀ କାର୍ଯ୍ୟାଳୟରେ ଓଡିଆ ଭାଷାରେ ଫଳକ ଲେଖିବା ପ୍ରାଧାନ୍ୟ ଦିଆଯାଉନାହିଁ

କୋରାପୁଟ ; ତା୧୬-୦୫-୧୮(ଓଡିଆ ପୁଅ/ରଂଜନ କୁମାର ଦାସ)କୋରାପୁଟ ଜିଲ୍ଲାରେ ସମସ୍ତ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ଏବଂ ବିଭିନ୍ନ ବ୍ୟବସାୟିକ ଅନୁଷ୍ଠାନ ମେ ୧୫ ତାରିଖ ସୁଦ୍ଧା ଫଳକ ଓଡିଆ ଭାଷାରେ ଲେଖିବା ପରେ ତଳକୁ ଅନ୍ୟଭାଷାରେ ଲେଖିପାରିବେ ପାରିବେ ବୋଲି ନିର୍ଦ୍ଦେଶ ଦେଇଥିବା ବେଳେ ଏହାର ବ୍ୟତିକ୍ରମ ଦେଖାଦେଇଥିବା ନଜରକୁ ଆସିଛି।କୋରାପୁଟ ସଦର ମହକୁମାର ଡାକ୍ତରଖାନାର ବିଭିନ୍ନ ବହିଃବିଭାଗ ଓ ଅନ୍ୟ ସ୍ଥାନମାନଙ୍କରେ ଇଂରାଜୀ ଭାଷାରେ ଲେଖାଯାଇଥିବା ଲକ୍ଷ୍ୟ କରାଯାଇଥିଲା।ଏପରିକି ପ୍ରଥମେ ଇଂରାଜୀଭାଷାରେ ଲେଖିବା ସହ ତଳକୁ ଓଡିଆଭାଷରେ ଲେଖା ହୋଇଥିବା ନଜର କରାଯାଇଥିଲା।କୋରାପୁଟ ସଦଭାବନା ସଭାଗୃହରେ ମଧ୍ୟ ଇଂରାଜୀ ଭାଷାରେ ଫଳକ ଲେଖାଯାଇଥିବା ଦେଖିବାକୁ ମିଳିଥିଲା।ଅନେକ ବ୍ୟବସାୟିକ ପ୍ରତିଷ୍ଠାନ ସେମାନଙ୍କ ଇଂରାଜୀ ଫଳକରେ ଛୋଟିଆ ଫ୍ଲେକ୍ସ କରି ଫଳକ ଲଗେଇଥିବା ଦେଖିବାକୁ ମିଳିଥିଲା।ଜିଲ୍ଲା ପ୍ରଶାସନ ତରଫରୁ କମିଟି ଗଠନ କରାଯାଇଥିଲେ ସୁଦ୍ଧା କାହିଁକି ଓଡିଆ ଭାଷା ପ୍ରତି ନଜର ଦେଉନାହାନ୍ତି ତାହା ଚିନ୍ତାର କାରନ ହୋଇପଡିଛି।ଜିଲ୍ଲା ପ୍ରଶାସନ ଯେଉଁ ସରକାରୀ ଅଧିକାରୀ ଏହାର ଖିଲାପ କରିଛନ୍ତି ସେମାନଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହେଉଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top