କୋରାପୁଟ ସହରରେ ଟ୍ରାଫିକ ବ୍ୟବସ୍ଥା ବିପର୍ଯ୍ୟସ୍ତ ; ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମିଖୀନ

କୋରାପୁଟ ; ତା୧୮-୦୪-୧୮(ଓଡ଼ିଆ ପୁଅ/ରଞ୍ଜନ ଦାସ) କୋରାପୁଟ ସହରରେ ଦିନକୁ ଦିନ ଟ୍ରାଫିକ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇଯାଉଥିବା ବେଳେ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖିନ ହେଉଥିବା ଜଣାପଡିଛି।କୋରାପୁଟ ସିନେମାହଲ ଦେଇ ବାହାର ରୋଗୀଙ୍କଠାରୁ ସହରର ଲୋକେମାନେ ମେଡିକାଲକୁ ଯିବା ଆସିବା କରନ୍ତି।ପୁଚିଲାସାହି ଛକଠାରେ ରାସ୍ତା ଅଣଓସାରିଆ ହୋଇ ରହିଥିବାରୁ ଗୋଟିଏ ଚାରି ଚକିଆ ଗାଡି ଆସିଲେ ରାସ୍ତା ଜାମ ହୋଇଯାଏ।ଏହି ରାସ୍ତାକୁ ସକାଳେ ଓ ସଂଧ୍ୟା ବେଳେ ଓାନ ଓାଇ ଟ୍ରାଫିକ କଲେ ବ୍ୟବସ୍ଥା ସୁଧିରଯିବ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।କୋରାପୁଟ ମେନରୋଡରେ ବ୍ୟବସାୟୀଙ୍କ ସାମଗ୍ରୀ ବଡ ବଡ ଗାଡିରେ ଆସିରେ ରୋଡ ଉପରେ ରଖିବା ଦ୍ୱାରା ମେରୋଡ ମଧ୍ୟ ଅନେକ ସମୟ ଜାମ ହୋଇଯାଇଥାଏ।ପୂଜାରିପୁଟସ୍ଥିତ ଇଂରାଜୀ ସ୍କୁଲ ଓ ଶିଶୁ ପାର୍କ ସମ୍ମୁଖରେ ଥିବା ଅରବିନ୍ଦ ସ୍କୁଲର ଛାତ୍ରଛାତ୍ରୀମାନଙ୍କୁ ପୂର୍ବାହ୍ନରେ ସ୍କୁଲ ଛୁଟି ହେବା ପରେ ଉକ୍ତ ରାସ୍ତା ଗୁଡିକ ଜାମ ହୋଇଯାଇଥାଏ ତଦ୍ୱାରା ଲୋକମାନେ ଅସୁବିଧାର ସମ୍ମୁଖିନ ହୋଇଥାନ୍ତି।ତେଣୁ ଜିଲ୍ଲା ପ୍ରଶାସନ ଓ ପୋଲିସ ବିଭାଗ ମିଳିତ ବୈଠକ କରି ଏହାର ସମାଧାନର ବାଟ କାଢିବାକୁ ସାଧାରଣରେ ଦାବି ହେଉଛି।

Leave a Reply

Your email address will not be published. Required fields are marked *