କୋରାପୁଟ

କୋରାପୁଟ ସହରରେ ଟ୍ରାଫିକ ବ୍ୟବସ୍ଥା ବେହାଲ

କୋରାପୁଟ ; ତା୦୨-୦୭-୧୮(ଓଡିଆ ପୁଅ/ରଂଜନ କୁମାର ଦାସ)କୋରାପୁଟ ସହରରେ ଟ୍ରାଫିକ ବ୍ୟବସ୍ଥା ବେହାଲ ହୋଇଯାଇଥିବା ଜଣାପଡିଛି।କୋରାପୁଟ ସହରର ପୁଚିଲାସାହି ଛକ, ସିଟିକେଫ ଛକ, ମେନରୋଡ, ପୋଷ୍ଟଅଫିସ ଛକ, ଇଣ୍ଡିଆନ ବ୍ୟାଙ୍କ ଛକ ପ୍ରଭୃତି ସ୍ଥାନରେ ଏପରି ଟ୍ରାଫିକ ସମସ୍୍ୟା ଉପୁଜିଛି ଯେ ଯଦି ଆପଣମାନେ ଏହି ରାସ୍ତାଦେଇ ୧୨ ଘ. ପରେ ଯାଉଛନ୍ତି ତାହାହେଲେ ନିଶ୍ଚିତଭାବେ ଟ୍ରାଫିକଜାମରେ ଫସିଯିବେ ଏଥିରେ ତିଳେମାତ୍ର ସନ୍ଦେହ ନାହିଁ।କୋରାପୁଟ ସହରରେ ଯେତେସବୁ ବ୍ୟାଙ୍କ କାର୍ଯ୍ୟାଳୟ ରହିଛି ସେହି କାର୍ଯ୍ୟାଳୟ ଗୁଡିକରେ ପାର୍କିଂ ବ୍ୟବସ୍ଥା ନ ଥିବାରୁ ଏହିଭଳି ସମସ୍ୟା ଉପୁଜିଛି ବୋଲି କୋରାପୁଟ ପ୍ରେସକ୍ଲବ ସଭାପତି ଭବାନୀ ଶଙ୍କର ମିଶ୍ର ମତବ୍ୟକ୍ତ କରିଛନ୍ତି।କୋରାପୁଟ ସହରରେ ବିଭିନ୍ନ ଜନଗହଳି ସ୍ଥାନରେ ଉଠା ଦୋକାନୀମାନେ ବସି ବ୍ୟବସାୟ କରୁଥିବାରୁ ମଧ୍ୟ ଟ୍ରାଫିକ ସମସ୍ୟା ଉପୁଜିଛି ବୋଲି ସେ ସୂଚନା ଦେଇଥିଲେ।ପୁଚିଲାସାହି ଛକ ଅଣଓସାରିଆ ହୋଇଥିବାରୁ ସଦାସର୍ବଦା ଟ୍ରାଫିକ ସମସ୍ୟା ଦେଖାଦିଏ କିନ୍ତୁ ଜିଲ୍ଲାପ୍ରଶାସନ ସବୁ ଜାଣି ସୁଦ୍ଧା ନିରୀବ ରହୁଥିବାରୁ ସହରରେ ଜନ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗୁଛି ବୋଲି ସେ ଅଭିଯୋଗ କରିଥିଲେ।ଏହି ରାସ୍ତାରେ କୋରାପୁଟ ସହୀଦ ଲକ୍ଷ୍ଣଣ ନାୟକ ମେଡିକାଲ କଲେଜ ଓ ହସପିଟାଲକୁ ରୋଗୀ ଯିବା ଆସିବା କରୁଥିବାରୁ ଅନେକ ସମୟରେ ଆମ୍ବୁଲାନ୍ସଗୁଡିକ ଟ୍ରାଫିକରେ ଫସି ଯାଆନ୍ତି ତେଣୁ ଉକ୍ତ ରାସ୍ତାରେ ଓାନ ଓାଇ ଟ୍ରାଫିକ ବ୍ୟବସ୍ଥା କରିବାକୁ ସେ ଦାବି କରିଥିଲେ।ଦିନବେଳା କୋରାପୁଟ ସହରରେ ଭାରୀଯାନ ପ୍ରବେଶ ନ କରିବାକୁ ସେ ଆହୁରୀ ଦାବି କରିଥିଲେ।କୋରାପୁଟ ଜିଲ୍ଲା ପ୍ରଶାସନ ଓ ପୋଲିସ କର୍ତୂପକ୍ଷ ଏଥି ପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେଇ ଟ୍ରାଫିକ ବ୍ୟାବସ୍ଥାରେ କିପରି ସୁଧାର ଆସିବ ସେଥିପ୍ରତି ଯତ୍ନବାନ ହେବାକୁ ଦାବି ହେଉଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top