କୋରାପୁଟ ସହରରେ ଆଳୁ ଦରର ବୃଦ୍ଧି; କେଜି ପ୍ରତି ୨୦ ଟଙ୍କାରେ ବିକ୍ରୀ

କୋରାପୁଟ ; ତା୦୪-୦୫-୧୮(ଓଡିଆ ପୁଅ/ରଂଜନ କୁମାର ଦାସ)କୋରାପୁଟ ସହରରେ ଏବେ ଆଳୁଦର ଅହେତୁକଭାବେ ବୃଦ୍ଧି ପାଇଥିବାରୁ ଖାଉଟିମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।ପୂର୍ବରୁ ପିଆଜ ଦର ବୃଦ୍ଧିପାଇ ଖାଉଟିମାନଙ୍କୁ ହନ୍ତସନ୍ତ କରିଥିବା ବେଳେ ଏବେ କୋରାପୁଟ ସହରରେ ଆଲୁଦର କେଜି ପ୍ରତି ୨୦ ଟଙ୍କା ରହିଥିବାରୁ ଖାଉଟିମାନେ କିପରି ଆଳୁ କ୍ରୟ କରିବେ ଏବେ ଚିନ୍ତାରେ ପଡିଯାଇଛନ୍ତି। ଜିଲ୍ଲା ପ୍ରଶାସନର ନିୟନ୍ତ୍ରଣ ବାହାରେ ଆଳୁ ଦର ନିର୍ଦ୍ଧାରଣ କରିବା ମୁସ୍କିଲ ହୋଇପଡିଛି।କୋରାପୁଟ ସହରରେ ପାଇକାରୀ ନ ଥିବାରୁ କେତେଜଣ ଖୁଚୁରା ବିକ୍ରେତା ରହିଥିବା ଭାରପ୍ରାପ୍ତ ଜିଲ୍ଲା ଯୋଗାଣ ଅଧିକାରୀ ଗଣେଶ୍ୱର ଚୈାଧୁରୀ ପ୍ରକାଶ କରିଛନ୍ତି।ଆଳୁ ଅତ୍ୟାବଶ୍ୟକୀୟ ସାମଗ୍ରୀରେ ନ ଥିବାରୁ ଆଳୁଦର ନିୟନ୍ତ୍ରଣ କରିବା କଷ୍ଟକର ହୋଇପଡୁଥିବା ସେ ସୂଚନା ଦେଇଥିଲେ।ଆଳୁ କିପରି ନିୟନ୍ତ୍ରଣ କରାଯିବ ତାହା ସରକାରଙ୍କଠାରୁ କୈାଣସି ନିର୍ଦ୍ଦେଶାନାମା ଆସି ନାହିଁ ଆସିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କୋରାପୁଟ ଉପଜିଲ୍ଲାପାଳ କୃତିବାସ ରାଉତ ପ୍ରକାଶ କରିଥିଲେ।

Leave a Reply

Your email address will not be published. Required fields are marked *