କୋରାପୁଟ

କୋରାପୁଟ ସରକାରୀ ବିଦ୍ୟାଳୟରେ ଅଟଳ ଟିକରିଂ ବିଜ୍ଞାନଗାର ଉଦଘାଟିତ ଓ ଅଟଳ କମ୍ୟୁନିଟି ଦିବସ ପାଳିତ

କୋରାପୁଟ ; ତା୧୩-୦୪-୧୮(ଓଡିଆପୁଅ/ରଂଜନ କୁମାର ଦାସ)କୋରାପୁଟ ସରକାରୀ ବିଦ୍ୟାଳୟରେ ଅଟଳ ଟିକରିଂ ବିଜ୍ଞାନଗାର ଉଦଘାଟିତ ହୋଇଯାଇଛି ।ଭାରତବର୍ଷରେ ୫୦୦ ସ୍କୁଲରେ ବିଜ୍ଞାନଗାର ଖୋଲାଯିବାକୁ ଥିବା ବେଳେ ଅବିଭକ୍ତ କୋରାପୁଟ ଜିଲ୍ଲାରେ ସରକାରୀ ହାଇସ୍କଲକୁ ଚୟନ କରାଯାଇଥିଲା ।ସର୍ବଶିକ୍ଷା ଅଭିଯାନର ଜିଲ୍ଲା ପ୍ରକଳ୍ପ ସଂଯୋଜକ ମହେଶ୍ୱର ଚନ୍ଦ୍ର ନାୟକ ମୁଖ୍ୟ ଅତିଥିଭାବେ ଯୋଗଦେଇ ଉଦଘାଟନ କରିଥିଲେ ।ଏହି ବିଜ୍ଞାନଗାର ନିମନ୍ତେ ୧୦ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଥିବା ପ୍ରଧାନଶିକ୍ଷକ ବିକାଶ ଚନ୍ଦ୍ର ସରକାର ପ୍ରକାଶ କରିଥିଲେ ।ଏହା ଏକ ଉନ୍ନତଧରଣର ବିଜ୍ଞାନଗାର ଅଟେ ବୋଲି ବିଜ୍ଞାନଗାରର ଭାରପ୍ରାପ୍ତ ଶିକ୍ଷୟତ୍ରୀ ନନ୍ଦିନି ଖିଲ ସୂଚନା ଦେଇଥିଲେ ।ଏଥିରେ ବିଜ୍ଞାନ , ଟେକନୋଲଜି , ଇଂଜିନିୟରିଂ ଓ ମାଥମେଟିକ୍ସ ସଂଶିଷ୍ଟ ରହିଥିବା ସେ ପ୍ରକାଶ କରିଥିଲେ ।ଅନ୍ୟ ସ୍କୁଲର ଛାତ୍ରଛାତ୍ରୀମାନେ ବିଜ୍ଞାନଗାର ବ୍ୟବହାର କରିପାରିବେ ବୋଲି ସେ ସୂଚନା ଦେଇଥିଲେ ।
ବିଦ୍ୟାଳୟର ପ୍ରଧାନଶିକ୍ଷକ ବିକାଶ ଚନ୍ଦ୍ର ସରକାରଙ୍କ ଅଧ୍ୟକ୍ଷତାରେ ବିଦ୍ୟାଳୟ ସଭାଗୃହଠାରେ ଅଟଳ କମ୍ୟୁନିଟି ଦିବସ ଓ ଆମ୍ବେଦକର ଜୟନ୍ତି ପାଳିତ ହୋଇଯାଇଛି ।କୋରାପୁଟ ସର୍ବଶିକ୍ଷା ଅଭିଯାନର ପ୍ରକଳ୍ପ ସଂଯୋଜକ ମହେଶ୍ୱର ଚନ୍ଦ୍ର ନାୟକ ମୁଖ୍ୟ ଅତିଥି ଓ କେନ୍ଦ୍ରୀୟ ବିଶ୍ୱବିଦୟାଳୟର ଜୈବ ବିବିଧତା ବିଭାଗର ମୁଖ୍ୟ ଶରତ କୁମାର ପାଲି ମୁଖ୍ୟ ବକ୍ତାଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ଜଳନ କରି ଆନୁଷ୍ଟାନିକ ଭାବେ ଉଦଘାଟନ କରିଥିଲେ ।କୋରାପୁଟ ବ୍ଲକ ଶିକ୍ଷା ଅଧିକାରୀ ଅର୍ପିତା ପ୍ରଧାନ , କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ଲୋକ ସଂପର୍କ ଅଧିକାରୀ ଡ . ଫଗୁନାଥ ଭୋଇ , କୋରାପୁଟ ବାଳିକା ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀକାନ୍ତ ଜାନି ପ୍ରମୁଖ ସମ୍ମାନ୍ନିତ ଅତିଥି ଭାବେ ଯୋଗଦେଇଥିଲେ ।ବାବା ସାହେବ ଆମ୍ବେଦରକଙ୍କ ଜିବନୀ ଉପରେ ଅତିଥିମାନେ ଆଲୋକପାତ କରିବା ସହ ଅବିଭକ୍ତ କୋରାପୁଟ ଜିଲ୍ଲାରେ କୋରାପୁଟ ହାଇସ୍କୁଲଠାରେ ଖୋଲାଯାଇଥିବା ବିଜ୍ଞାନଗାରକୁ ଛାତ୍ରଛାତ୍ରୀମାନେ ଯାଇ ଶିକ୍ଷିବାକୁ ପରାମର୍ଶ ଦେଇଥିଲେ ।ଏହି କାର୍ଯ୍ୟକ୍ରମକୁ ଶିକ୍ଷକ ହିମାଂଶୁ ଶେଖର ଦାଶ ୍ୋଗଦେଇ ପରିଚାଳନା କରିଥିବା ବେଳେ ଶିକ୍ଷକ ଶିଶିର ପାତ୍ର ଓ ଅନ୍ୟାନ୍ୟ ଶିକ୍ଷକ /ଶିକ୍ଷୟତ୍ରୀମାନେ ଯୋଗଦେଇ ପରିଚାଳନାରେ ସହଯୋଗ କରିଥିଲେ ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top