କୋରାପୁଟ ସଦର ଡାକ୍ତରଖାନାର ନୂତନ ମ୍ୟାନେଜରଙ୍କ କାର୍ଯ୍ୟରେ ଯୋଗଦାନ; କଲେଜର ନୂତନ ମ୍ୟାନେଜରଙ୍କ କାର୍ଯ୍ୟରେ ଯୋଗଦାନ

କୋରାପୁଟ ; ତା୨୫-୦୫-୧୮(ଓଡିଆ ପୁଅ/ରଂଜନ କୁମାର ଦାସ)କୋରାପୁଟ ସଦର ଡାକ୍ତରଖାନାର ନୂତନ ମ୍ୟାନେଜର ଭାବେ ଅଭିରାମ ସାହୁ କାର୍ଯ୍ୟରେ ଯୋଗଦାନ କରିଥିବା ଜଣାପଡିଛି।ଏଠାରେ ଥିବା ଲଲିତ ସାହୁଙ୍କୁ କ୍ୟାପିଟାଲ ହସପିଟାଲ ଭୁବନେଶ୍ୱରକୁ ବଦଳି କରାଯାଇଥିବା ଜନାପଡିଛି।କୋରାପୁଟ ହସପିଟାଲରେ ୪ ବର୍ଷ କାର୍ଯ୍ୟକରି ସମସ୍ତଙ୍କର ଆସ୍ଥାଭାଜନ ହୋଇପାରିଥିଲେ।ତାଙ୍କର ପରିଚାଳନତା ଦକ୍ଷତା ଥିବାରୁ ହସପିଟାଲର ସମସ୍ତ କାର୍ଯ୍ୟ ଅତି ସହଜରେ ସଂପାଦନା ହୋଇପାରୁଥିଲା ବୋଲି ସଦର ଡାକ୍ତରଖାନାର ଅଧିକ୍ଷକ ଡାକ୍ତର କାଳି ପ୍ରସାଦ ବେହେରା ପ୍ରକାଶ କରିଥିଲେ।ସେହିପରି ସହୀଦ ଲକ୍ଷ୍ଣଣ ନାୟକ ମେଡିକାଲ କଲେଜ ଓ ହସପିଟାଲରେ ଦେବବ୍ରତ ସାହୁ ମ୍ୟାନେଜର ଭାବେ କାର୍ଯ୍ୟରେ ଯୋଗଦେଇଥିବା ଜଣାପଡିଛି।କୋରାପୁଟ ହସପିଟାଲରେ ୨ ଜଣ ମ୍ୟାନେଜର ଯୋଗଦେଇଥିବାରୁ ଏହି ଦୈତଶାସନରେ କାର୍ଯ୍ୟ ବାଧାପ୍ରାପ୍ତ ହେବାର ଆଶଙ୍କା ରହିଥିବା ଜଣାପଡିଛି।କାରଣ କୋରାପୁଟ ଡାକ୍ତରଖାନାର ଅଧିକ୍ଷକ ଭାବେ ଡାକ୍ତର କାଳି ପ୍ରସାଦ ବେହେରା ରହିଥିବା ବେଳେ କଲେଜର ଅଧିକ୍ଷକ ଭାବେ ପ୍ରଫେସର କ୍ଷେତ୍ରବାସୀ ସୁବୁଦ୍ଧି ରହିଛନ୍ତି। ୨ ଜଣ ଅଧିକ୍ଷକ ରହି ଦୈତଶାସନ ଯୋଗୁଁ ପ୍ରଶାସନିକ କାର୍ଯ୍ୟ ବାଧାପ୍ରାପ୍ତ ହେଉଛି ବୋଲି ପ୍ରଫେସର ସୁବୁଦ୍ଧି ବାରମ୍ବାର ଅଭିଯୋଗ କରୁଛନ୍ତି।ତାଙ୍କ କଥା ଅନେକ କର୍ମଚାରୀ ଶୁଣୁ ନ ଥିବା ସେ ଅଭିଯୋଗ କରିଛନ୍ତି।ଜଣେ ଅଧିକ୍ଷକ ରହିଲେ ପ୍ରଶାସନିକ ବ୍ୟବସ୍ଥା ଠିକଭାବେ ଚାଲିବ ବୋଲି ପ୍ରଫେସର ସୁବୁଦ୍ଧି ମତବ୍ୟକ୍ତ କରିଛନ୍ତି।

କୋରାପୁଟ ଜିଲ୍ଲା ସଦର ଡାକ୍ତରଖାନା ଜୟପୁରକୁ ସ୍ଥାନାନ୍ତରିତ କରିବାକୁ ରାଜ୍ୟ ସରକାର ନିଷ୍ପତି ନେଇଥିବା ବେଳେ ଏ ପର୍ଯ୍ୟନ୍ତ କାର୍ଯ୍ୟକାରିତା ହୋଇ ନ ଥିବା ଜଣାପଡିଛି।ଜୟପୁରର ଉମୁରୀଠାରେ ମାତୃ ଓ ଶିଶୁ ସ୍ୱାସ୍ଥ୍ୟ କେନ୍ଦ୍ରଠାରେ ଜିଲ୍ଲା ସଦର ଡାକ୍ତରଖାନା ଚାଲିବା ନିମନ୍ତେ ଜିଲ୍ଲା ପ୍ରଶାସନ ନିଷ୍ପତି ନେଇଥିବା ଜଣାପଡିଛି।ମାତ୍ର ୫୦ ଟି ଅନ୍ତଃଓାର୍ଡରେ କିପରି ଜିଲ୍ଲା ସଦର ମହକୁମା ଡାକ୍ତରଖାନା ଚାଲିବ ତାହାକୁ ନେଇ ସାଧାରଣରେ ସନ୍ଦେହ ପ୍ରକାଶ ପାଇଛି।ଡାକ୍ତର, ନର୍ସ ଓ କର୍ମଚାରୀମାନଙ୍କ ବିଶ୍ରମ ନିମନ୍ତେ ଗୃହ ନିର୍ମାଣ କରାଯାଇ ନ ଥିବା ଅଭିଯୋଗ ହେଉଥିବା ବେଳେ କ୍ୟାଟିଂନର ସୁବିଧା ମଦ୍ୟ ନ ଥିବା ଜଣାପଡିଛି।ଚଳିତ ମାସରେ ପ୍ରଥମ ପର୍ଯ୍ୟାୟରେ କିଛି ଡାକ୍ତର, ନର୍ସ, ଫର୍ମାଶିଷ୍ଟ ଯିବେ ବୋଲି ଭାରପ୍ରାପ୍ତ ସିଡିଏମଓ ଡାକ୍ତର କାଳି ପ୍ରସାଦ ବେହେରା ସୂଚନା ଦେଇଛନ୍ତି।ହସପିଟାଲରେ ଅବଶ୍ୟକ ନର୍ସ ଓ ଷ୍ଟାଫ ନର୍ସ ନିଯୁକ୍ତି ହୋଇ ନ ଥିବାରୁ ନର୍ସ ଓ ଫାର୍ମାଶିଷ୍ଟ ଏଠାରୁ ଜୟପୁର ଯିବେ ତାହା ହେଲେ ହସପିଟାଲ କିପରି ଚାଲିବ ବୋଲି ସାଧାରଣରେ ଆଲିଚ୍ୟର ବିଷୟ ହୋଇପଡିଛି।ହସପିଟାଲରେ ଆବଶ୍ୟକ ପଦବୀ ପୂରଣ କରିବାପରେ ହିଁ ସଦର ମହକୁମା ଡାକ୍ତରଖାନା ଜୟପୁରକୁ ସ୍ଥାନାନ୍ତରିତ କରାଯାଉ ବୋଲି ସାଧାରଣରେ ଦାବି ହେଉଛି।

Leave a Reply

Your email address will not be published. Required fields are marked *