ଓଡ଼ିଶା

କୋରାପୁଟ ସଦର ଡାକ୍ତରଖାନାରୁ ଡାକ୍ତର ଓ ପାରା ମେଡିକାଲ ଷ୍ଟାଫ ରିଲିଭ ପରେ ସହୀଦ ଲକ୍ଷ୍ଣଣ ନାୟକ ମେଡିକାଲ କଲେଜ ଓ ହସପିଟାଲ ଅଚଳ !

– ରିଲିଭ ହୋଇଥିବା ପାରା ମେଡିକାଲ ଷ୍ଟାଫମାନଙ୍କୁ ଫେରାଇଆଣିବାକୁ କୁହାଯାଇଛି-କଲେଜ ଅଧିକ୍ଷକ
– ହସପିଟାଲ ଅବ୍ୟବସ୍ଥା ପାଇଁ କୋରାପୁଟ ବିଧାୟକ କ୍ଷପ୍ପା

କୋରାପୁଟ ; ତା୦୨-୦୮-୧୮ (ଓଡିଆପୁଅ /ରଂଜନ କୁମାର ଦାସ)କୋରାପୁଟ ସଦର ଡାକ୍ତରଖାନାରୁ ଡାକ୍ତର ଓ ପାରା ମେଡିକାଲ ଷ୍ଟାଫ ରିଲିଭ ପରେ ସହୀଦ ଲକ୍ଷ୍ଣଣ ନାୟକ ମେଡିକାଲ କଲେଜ ଓ ହସପିଟାଲ ଅଚଳ ହୋଇଯାଇଥିବା ଜଣାପଡିଛି।କୋରାପୁଟ ସଦର ଡାକ୍ତରଖାନାକୁ ଉନ୍ନତ କରାଯାଇ ସହୀଦ ଲକ୍ଷ୍ଣଣ ନାୟକ ମେଡିକାଲ କଲେଜ ଓ ହସପିଟାଲ କରାଗଲା।ଏଠାରେ ପ୍ରଫେସର, ସହାୟକ ପ୍ରଫେସର ଓ ଅନ୍ୟାନ୍ୟ କର୍ମଚାରୀ ଏବଂ ସଦର ମହକୁମା ଡାକ୍ତରଖାନାର ପାରା ମେଡିକାଲ ଷ୍ଟାଫକୁ ନେଇ ହସପିଟାଲ କାର୍ଯ୍ୟ କରୁଥିଲା।ଜୟପୁରକୁ ସଦର ଡାକ୍ତରଖାନା ମାନ୍ୟତା ଦେବାକୁ ରାଜ୍ୟ ସରକାର ନିଷ୍ପତି ନେବା ପରେ ଏଠାରୁ ୧୮ ଜଣ ଡାକ୍ତର, ୧୪ ଜଣ ଷ୍ଟାଫ ନର୍ସ ଓ ୧୬ ଜଣ ଗ୍ରୂପ-ଡି କର୍ମଚାରୀଙ୍କୁ ରିଲିଭ କରାଯିବା ପରେ ଏବେ ଏସଏଲଏନଏମସିଏଚ ଅଚଳ ହୋଇଯାଇଥିବା ଦେଖିବାକୁ ମିଳିଛି।ଆଟେଟାଂଟ ଓ ଝାଡୁଦାର ରିଲିଭ ହୋଇଥିବାରୁ ଡ୍ରେସିଂ ରୁମରେ ତାଲିମ ପ୍ରାପ୍ତ କର୍ମଚାରୀ କାମ କରୁଥିବା ବେଳେ ରୋଗୀ ସଂପର୍କିୟ ରୋଗୀଙ୍କୁ ଷ୍ଟ୍ରେଚରୀରେ ପରୀକ୍ଷାଗାରକୁ ନେଉଥିବା ନଜର କରାଯାଇଥିଲା।ମେଡିସିନ ବହିଃ ବିଭାଗରେ ରୋଗୀ ଅଧିକା ଥିବା ବେଳେ ଡାକ୍ତର ମାତ୍ର ଜଣେ ଥିବାରୁ ରୋଗୀଙ୍କମଧ୍ୟରେ ଭିତରକୁ ଯିବାକୁ ପାଟିତୁଣ୍ଡ ହେଉଥିବା ଦେଖାଦେଇଥିଲା।ଗତକାଲି ଅପାରହ୍ନରେ ଜରୁରୀକାଳିନ ବହିଃବିଭାଗରେ ଡାକ୍ତର ନ ଥିବାରୁ ରୋଗୀମାନେ ହନ୍ତସନ୍ତ ହେଉଥିଲେ।

କଲେଜର ଡାକ୍ତର ଜରୁରୀକାଳୀନ ବହିଃବିଭାଗରେ କାର୍ଯ୍ୟ କରିବେ ଓ କଲେଜ ନିମନ୍ତେ ଷ୍ଟାଫ ନିଯୁକ୍ତି ପ୍ରକ୍ରୀୟା ଆରମ୍ଭ କରାଯାଉଥିବା ଅଧିକ୍ଷକ କ୍ଷେତ୍ରବାସୀ ସୁବୁଦ୍ଧି ସୂଚନା ଦେଇଛନ୍ତି।ରିଲିଭ ହୋଇଥିବା କର୍ମଚାରୀଙ୍କୁ ଫେରାଇ ଆଣିବା ଲାଗି ସିଡିଏମଓଙ୍କୁ କୁହାଯାଇଥିବା ସେ ସୂଚନା ଦେଇଥିଲେ।ଗତକାଲି ଅପାରହ୍ନରେ ହସପିଟାଲ ବହିଃବିଭାଗରେ ଡାକ୍ତର ଅନୁପସ୍ଥିତ ଥିବା ଲୋକଲୋଚନକୁ ଆସିବା ପରେ ଜିଲ୍ଲାପାଳ କେ.ସୁଦର୍ଶନ ଚକ୍ରବର୍ତି ଆଜି ଏକ ସମୀକ୍ଷା କରିଥିଲେ।ଏଥିରେ ଅଧିକ୍ଷକ, ସଦର ମହକୁମା ଡାକ୍ତରଖାନା ଅଧିକ୍ଷକ ଡାକ୍ତର କାଳି ପ୍ରସାଦ ବେହେରା ଓ ସିଡିଏମଓ ଡାକ୍ତର ଲଲିତ ମୋହନ ରଥ ଉପସ୍ଥିତ ଥିଲେ। କଲେଜ ଓ ସଦର ମହକୁମା ଅଧିକାରୀଙ୍କ ମଧ୍ୟରେ ଉତମ ସମନ୍ନୟ ରକ୍ଷା କରିବାକୁ ଜିଲ୍ଲାପାଳ ତାଗିଦ କରିଥିବା ଜଣାପଡିଛି। ଏହାପରେ କଲେଜ ଅଧିକ୍ଷକଙ୍କ କାର୍ଯ୍ୟାଳୟ ପରିସରରେ କଲେଜ ଅଧ୍ୟକ୍ଷ ପ୍ରଫେସର କୃଷ୍ଣଚନ୍ଦ୍ର ବିଶ୍ୱାଲ, ସକାରୀ ଜିଲ୍ଲାପାଳ ଭବାନୀ ଶଙ୍କର ମିଶ୍ର, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଜଗନ୍ନାଥ ସୋରେନ, ବାସନ୍ତ କୁମାର ପଣ୍ଡା, ସୂର୍ୟ ନାରାୟଣ ପଣ୍ଡା ଓ କଲେଜ ପ୍ରଫେସରମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା।ଯେଉଁଥିରେ କଲେଜ ଓହସପିଟାଲରେ ନିଯୁକ୍ତି ନିମନ୍ତେ ପ୍ରକ୍ରୀୟା ଆରମ୍ଭ କରାଯାଇଥିବା ଜଣାପଡିଛି।ଏବେଟାରୁ ହସପିଟାଲ ଠିକଭାବେ ଚାଲିବ ବୋଲି ଅଧିକ୍ଷକ ପ୍ରଫେସର ଡାକ୍ତର ସୁବୁଦ୍ଧି ପ୍ରକାଶ କରିଥିଲେ। କୈାଣସି ସମାଧାନ ଥିଲେ ତାହା ସମାଧାନ କରାଯିବ ବୋଲି ଜିଲ୍ଲାପାଳ କେ.ସୁଦର୍ଶନ ଚକ୍ରବର୍ତି ପ୍ରକାଶ କରିଥିଲେ।

ଜୟପୁରରେ ଏ ପର୍ଯ୍ୟନ୍ତ ସଦର ମହକୁମା ଡାକ୍ତର ଖାନା ନିର୍ମାଣ କରାଯାଇ ନ ଥିବା ବେଳେ କଣ ପାଇଁ ଜିଲ୍ଲା ପ୍ରଶାସନ ଏଠାରୁ ଡାକ୍ତର ଓ କର୍ମଚାରୀ ନେବାକୁ କାହିଁକି ତତ୍ପରତା ଦେଖାଉଛନ୍ତି ବୋଲି କୋରାପୁଟ ବିଧାୟକ କୃଷ୍ଣଚନ୍ଦ୍ର ସଗରିଆ ପ୍ରକାଶ କରିବା ସହ ଗତକାଲି ଅପାରହ୍ନରେ ଘଟଣାରେ ସେ କ୍ଷପ୍ପା ହେବା ସହ ଆସନ୍ତାକାଲି ସେ ଏ ବିଷୟରେ ଏକ ସାମ୍ବାଦିକ ସମ୍ମିଳନୀ କରିବେ ବୋଲି ଜଣାପଡିଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top