କୋରାପୁଟ ଯୁବ ପରିଷଦ ଦ୍ୱାରା କୋଟିଆଠାରେ ଗ୍ରାମବାସୀଙ୍କୁ ପଣା ପ୍ରଦାନ 

କୋରାପୁଟ ; ତା୧୪-୦୪-୧୮(ଓଡିଆପୁଅ/ରଂଜନ କୁମାର ଦାସ) ମହା ବିଷୁବ ସଂକ୍ରାନ୍ତି ଅବସରରେ କୋରାପୁଟ ଯୁବ ପରିଷଦ ବିବାଦୀୟ କୋଟିଆ ଅଂଚଳକୁ ଯାଇ ଗ୍ରାମବାସୀଙ୍କୁ ପଣା ପ୍ରଦାନ କରିଥିବା ଜଣାପଡିଛି ।ଓଡିଆ ନୂତନ ବର୍ଷକୁ ମନେପକେଇବା ଉଦେ୍ଦଶ୍ୟରେ କୋଟିଆ ଅଂଚଳ ଗସ୍ତ କରି ଗ୍ରାମବାସୀଙ୍କୁ ସଚେତନତା କରାଯିବା ସହ ଓଡିଆର ପଣା ବଟଂନ କରାଯାଇଥିଲା ବୋଲି ସଭାପତି ଲଲାଟ ରଂଜନ ସେଠୀ ପ୍ରକାଶ କରିଥିଲେ । ଏହି କାର୍ଯ୍ୟକ୍ରମରେ ଯୁବ ପରିଷଦର ବିମଳ କୁମାର ଗରଡା , ଦୁର୍ଗା ପଟନାୟକ ଙ୍କ ସହ ଯୁବ ପରିଷଦର ଅନ୍ୟାନ୍ୟ କର୍ମକର୍ତା ଯୋଗଦେଇ ପରିଚାଳନାରେ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *