କୋରାପୁଟ ମ୍ୟୁନସିପାଲଟିର ୨ ନମ୍ବର ଓାର୍ଡରେ ରହିଥିବା ଡ୍ରେନରେ କୂଢ କୂଢ ମଇଲା ; ସଫା କରିବା କାହାର ଦାୟିତ୍ୱ !ସଚେତନତାର ଆବଶ୍ୟକତା ରହିଛି କି ନାହିଁ !

କୋରାପୁଟ ; ତା୦୯-୧୧-୧୭(ଓଡିଆପୁଅ /ରଂଜନ କୁମାର ଦାସ)କୋରାପୁଟ ମ୍ୟୁନସିପାଲଟିର ୨ ନମ୍ବର ଓାର୍ଡ ଦେଇ ସହୀଦ ଲକ୍ଷ୍ଣଣ ନାୟକ ମେଡିକାଲ କଲେଜ ଓ ହସପିଟାଲକୁ ରାସ୍ତା ଯାଇଛି ।ଉକ୍ତ ରାସ୍ତାପାଖରେ ସ୍କୁଲ ରହିଥିବା ବେଳେ ଅନେକ ଡାକ୍ତର ଓ ରୋଗୀମାନେ ଯିବା ଆସିବା କରନ୍ତି ।କିନ୍ତୁ ଉକ୍ତ ରାସ୍ତା ପାଖରେ ଏକ ଡ୍ରେନ ଯାଇଛି ।ଡ୍ରେନରେ ପାଣି ଯିବା କଥା କିନ୍ତୁ ଏଠାରେ ସଂପୂର୍ଣ୍ଣ ଓଲଟା ନଜର କରାଯାଉଛି । ଡ୍ରେନ ଭିତରେ ପଲିଥିନ ଇତଃସ୍ତତଃ ଭାବରେ ପଡି କୁକୁର ଓ ଗାଈ ଦ୍ୱାରା ରାସ୍ତାକୁ ପଳେଇଆସି ପରିବେଶ ସଂପୂର୍ଣ୍ଣ ଦୂଷିତ କରିଦେଉଛି ।ଡ୍ରେନ ଭିତରେ ବାସିନ୍ଦାମାନେ କଟାଗଛ ଓ ଘରର ବର୍ଜବସ୍ତୁ ମଧ୍ୟ ପକାଉଥିବାରୁ ବାୟୁ ମଧ୍ୟ ଦୂଷିତ ହେଉଥିବା ଅଭିଯୋଗ ହେଉଛି । ଉକ୍ତ ଡ୍ରେନ ପାଖରେ ଏକ ନଳକୂପ ରଖାଯାଇଛି ।କିନ୍ତୁ କୂଢକୂଢ ମଇଲା ପଡିଥିବାରୁ ଲୋକମାନେ ଏହାକୁ ବ୍ୟବହାର କରିବାରେ ଅସୁବିଧା ହେଉଥିବା ଅଭିଯୋଗ ହେଉଛି ।ଏହି ଡ୍ରେନକୁ ସଫା କାହାରି ଦାୟିତ୍ୱ ବୋଲି ଚର୍ଚ୍ଚା ହେଉଛି ।କୋରାପୁଟରେ ମ୍ୟନସିପାଲଟି ଅଛି ଓ ଏକ ବେସରକାରୀ ସଂସ୍ଥା ସଫେଇ କାର୍ଯ୍ୟ ନିମନ୍ତେ ମାସକୁ ପ୍ରାୟ ୯ ଲକ୍ଷ ଟଙ୍କା ନେଉଛନ୍ତି ।ମାଇଲା ପଡିଥିବା କଣ କର୍ତୂପକ୍ଷଙ୍କୁ ଜଣାପଡୁନାହିଁ ବୋଲି ସାଧାରଣରେ ଆଲୋଚ୍ୟର ବିଷୟ ହୋଇପଡିଥିବା ବେଳେ ତୁରୁନ୍ତ ସଫା କରିବାକୁ ଦାବି ହେଉଛି ।ଡ୍ରେନ ପାଖରେ ଏକ ଡଷ୍ଟବିନ ନିର୍ମାଣ କରିବାକୁ ବାରମ୍ବାର ଦାବିହେବା ସତ୍ୱେ ମଧ୍ୟ ଏ ପର୍ଯ୍ୟନ୍ତ କାହିଁକି ନିର୍ମାଣ କରୁନାହାନ୍ତି ତାହା ଜଣାପଡୁ ନାହିଁ ।କୋରାପୁଟ ମ୍ୟୁନସିପାଲଟି ଅଧ୍ୟକ୍ଷ ଭଗବାନ ବାହିନିପତିଙ୍କୁ ପଚାରିବାରେ ଟେଣ୍ଡର କରାଯାଇ ନିର୍ମାଣ କରାଯିବା ସହ ସଫେଇ ମଧ୍ୟ କରାଯିବ ବୋଲି ପ୍ରତିଶୃତି ଦେଇଛନ୍ତି ।ଲୋକମାନେ ଡ୍ରେନ ମଧ୍ୟରେ ମଇଲା କାହିଁକି ପକାଉଛନ୍ତି ଏ ସଂପର୍କରେ ଅନୁସନ୍ଧାନ କରାଯାଇ ଏକ ସଚେତନତା କାର୍ଯ୍ୟକ୍ରମ କରିବାକୁ ସାଧାରଣରେ ଦାବି ହେଉଛି ।

 

Leave a Reply

Your email address will not be published. Required fields are marked *