କୋରାପୁଟ ମେଡିକାଲ ୪ର୍ଥ ଶ୍ରେଣୀ କର୍ମଚାରୀଙ୍କୁ ଜିଲ୍ଲାପାଳ ଅଭଦ୍ର ଭାଷାରେ ଗାଳିଗୁଲଜ କରିଥିବା ଅଭିଯୋଗ

କୋରାପୁଟ ; ତା୦୩-୦୮-୧୮(ଓଡିଆପୁଅ/ରଂଜନ କୁମାର ଦାସ) ଜୟପୁର ସଦର ଡାକ୍ତରଖାନାକୁ ୪ ର୍ଥ ଶ୍ରେଣୀ କର୍ମଚାରିଙ୍କ ବଦଳି କରାଯାଉଥିବାରୁ ଓଡିଶା ମେଡିକାଲ କର୍ମଚାରୀ ସଂଘ କୋରାପୁଟ ଜିଲ୍ଲା ଶାଖାର କର୍ମକର୍ତାମାନେ ଆଜି ଏକ ସାମ୍ବାଦିକ ସମ୍ମିଳନୀ କରିବା ପାଇଁ ହସପିଟାଲ ବାହାରେ ଠିଆ ହୋଇଥିବା ବେଳେ କୋରାପୁଟ ଜିଲ୍ଲାପାଳ କେ .ସୁଦର୍ଶନ ଚକ୍ରବର୍ତି ଆସି ସେମାନଙ୍କ ଗାଳିଗୁଳଜ କରିଥିବା ସଂଘ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଛନ୍ତି।

ସହୀଦ ଲକ୍ଷ୍ଣଣ ନାୟକ ମେଡିକାଲ କଲେଜ ଓ ହସପିଟାଲରେ କାର୍ଯ୍ୟରତ ସଦର ମହକୁମାର ଡାକ୍ତରକାନାର ଡାକ୍ତର ଓ ପାରା ମେଦିକାଲ ଷ୍ଟାଫ ଜୟପୁରକୁ ବଦଳି ହୋଇଗଲା ପରେକୋରାପୁଟ ହସପିଟାଲ କର୍ମଚାରୀ ଅଭାବରୁ ବାଧାପ୍ରାପ୍ତ ହେଉଥିବା ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ଜିଲ୍ଲାପାଳ ହସପିଟାଲ ଆସି ସ୍ଥିତି ଅନୁଧ୍ୟାନ କରୁଥିଲେ।ସେଠାରେ ୪ ର୍ଥ ଶ୍ରେଣୀ କର୍ମଚାରୀ ଠିଆ ହୋଇଥିବା ଦେଖି କାର୍ଯ୍ୟ କରିବା ପାଇଁ କହିଥିଲେ ଓ ସେମିତି କିଛି କହି ନ ଥିବା ଜିଲ୍ଲାପାଳ କେ .ସୁଦର୍ଶନ ଚକ୍ରବର୍ତି ଅଭିଯୋଗକୁ ଖଣ୍ଡନ କରିଥିଲେ।କାର୍ଯ୍ୟଦିବସରେ କାର୍ଯ୍ୟ ନ କରି ଠିଆ ହେବା ଠିକ ନୁହେଁ ବୋଲି ସେ ସୂଚନା ଦେଇଥିଲେ। ସଂଘର କର୍ମକର୍ତାଙ୍କ ବଦଳି ବାତିଲ କରିବା ଓ ଜିଲ୍ଲାପାଳ କ୍ଷମା ମାଗିବା ଆମ୍ଭର ଦାବି ବୋଲି ସଂଘର ଉପଦେଷ୍ଟା ଲଛମ ହରିଜନ ପ୍ରକାଶ କରିଥିଲେ।ଜିଲ୍ଲାପାଳ କ୍ଷମା ନ ମାଗିଲେ ଆାସନ୍ତାକାଲି ହସପିଟାଲ ବନ୍ଦ କରାଯିବ ବୋଲି ସେ ଚେତାବନୀ ଦେଇଥିଲେ। ଜିଲ୍ଲାପାଳ ୨୪ ଘ. ମଧ୍ୟରେ କ୍ଷମା ନ ମାଗିଲା ଆସନ୍ତାକାଲି କାର୍ଯ୍ୟବନ୍ଦ ଆନ୍ଦୋଳନ କରାଯିବ ବୋଲି ଏମ .ଏମ .ଅଲି ପ୍ରକାଶ କରିଥିଲେ।ଆସନ୍ତାକାଲି ସଂଘର ସମସ୍ତ କର୍ମକର୍ତା କାର୍ଯ୍ୟବନ୍ଦ ଆନ୍ଦୋଳନ କରିବେ ବୋଲି ପ୍ରକାଶ କରିଛନ୍ତି।ଆଜି ଅପାରହ୍ନରେ ସଂଘର କର୍ମକର୍ତାମାନେ କୋରାପୁଟ ବିଧାୟକ କୃଷ୍ଣଚନ୍ଦ୍ର ସଗରିଆଙ୍କୁ ଭେଟି ଜିଲ୍ଲାପାଳଙ୍କ ଦୁର୍ବ୍ୟବହାର ସଂପର୍କରେ ଅବଗତ କରିବା ସହ ଆନ୍ଦୋଳନ କରିବୁ ବୋଲି ସୂଚନା ଦେଇଥିଲେ।

ଆସନ୍ତାକାଲି କୋରାପୁଟ ବିଧାୟକ କୃଷ୍ଣଚନ୍ଦ୍ର ସଗରିଆ ହସପିଟାଲ ସମ୍ମୁଖରେ ଧାରଣାରେ ବସୁଥିବା ବେଳେ ୪ର୍ଥ ଶ୍ରେଣୀ କର୍ମଚାରୀ ମଧ୍ୟ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଥିବା ବେଳେ ହସପିଟାଲରେ ରୋଗୀସେବା ବ୍ୟାହତ ହେବାର ସମ୍ଭାବନା ରହିଥିବା ଚର୍ଚ୍ଚା ହେଉଛି।

Leave a Reply

Your email address will not be published. Required fields are marked *