କୋରାପୁଟ ବ୍ଲକ କଂଗ୍ରେସ ଜୋନାଲ କର୍ମି ସମ୍ମିଳନୀ

କୋରାପୁଟ ; ତା୦୭-୦୭-୧୮(ଓଡିଆପୁଅ/ରଂଜନ କୁମାର ଦାସ)କୋରାପୁଟ ବ୍ଲକ ଅନ୍ତର୍ଗତ ମହାଦେଇପୁଟଠାରେ କଂଗ୍ରେସର ଜୋନାଲ କର୍ମି ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି।କୋରାପୁଟ ବ୍ଲକ କଂଗ୍ରେସ କମିଟି ସଭାପତି ବାବୁଲା ବେନିଆଙ୍କ ଅଧ୍ୟକ୍ଷତାରେ କୋରାପୁଟ ବିଧାୟକ କୃଷ୍ଣଚନ୍ଦ୍ର ସଗରିଆ, ଜିଲ୍ଲା କଂଗ୍ରେସ କମିଟି କାର୍ଯ୍ୟକାରୀ ସଭାପତି ରୁପ ତୁରୁକ, ପିସିସି ସଭ୍ୟ ଜଗଦୀଶ ଖୋସଲା, ରମେଶ ବାଖ୍ୟା ପ୍ରମୁଖ ଯୋଗଦେଇ ଆସନ୍ତା ନିର୍ବାଚନରେ କିପରି କଂଗ୍ରେସ ତାର ସ୍ଥିତିକୁ ମଜବୁଦ କରିପାରିବେ ସେଥି ନିମନ୍ତେ କର୍ମିମାନେ ଏକଜୁଟ ହୋଇ ଭୋଟରମାନଙ୍କୁ ସଚେତନ କରାଇବାକୁ ପରାମର୍ଶ ଦେଇଥିଲେ।ଜୋନାଲ ୧ ଓ ୨ ସଭାପତି ଭାବେ ଶିବ ଗୋଲରୀ ଓ ଧନୀଦାସ ଖିଲଙ୍କୁ ମନୋନୀତ କରାଯାଇଥିଲା ବୋଲି କାର୍ଯ୍ୟକାରୀ ସଭାପତି ରୁପକ ତୁରକ ସୂଚନା ଦେଇଥିଲେ।

Leave a Reply

Your email address will not be published. Required fields are marked *