ଓଡ଼ିଶା

କୋରାପୁଟ ବିଧାୟକ ବୈାଦ୍ଧଧର୍ମ ଗ୍ରହଣ କଲେ

କୋରାପୁଟ ; ତା୧୩-୦୫-୧୫(ଓଡିଆ ପୁଅ/ରଂଜନ କୁମାର ଦାସ)କୋରାପୁଟ ବିଧାୟକ କୃଷ୍ଣଚନ୍ଦ୍ର ସଗରିଆ ଆଜି ଲକ୍ଷ୍ମିପୁରଠାରେ ଆୟୋଜିତ ଏକ ଉତ୍ସବରେ ବୈାଦ୍ଧ ଧର୍ମ ଗ୍ରହଣ କରିଥିବା ଜଣାପଡିଛି।ତାଙ୍କ ପରିବାର ସହ ୨୨ ଟି ପରିବାର ବୈାଦ୍ଧ ଧର୍ମ ଗ୍ରହଣ କରିଥିଲେ ବୋଲି ବିଧାୟକ ଶ୍ରୀ ସଗରିଆ ସୂଚନା ଦେଇଥିଲେ।ବୈାଦ୍ଧଧର୍ମରେ ପ୍ରଜ୍ଞା, ମୈତ୍ରୀ ଓ ସମତା ରହିଥିବାରୁ ସେ ବୈାଦ୍ଧ ଧର୍ମ ଗ୍ରହଣ କଲେ ବୋଲି ସେ ପ୍ରକାଶ କରିଥିଲେ।ଲକ୍ଷ୍ମିପୁର ନିକଟ ନିଜ ଗ୍ରାମ ବୁର୍ଜାଠାରେ ୨ ଦିନ ଧରି ଧମ୍ମ କ୍ରାନ୍ତି ସମାରୋହ ଆୟୋଜନ କରାଯାଇଥିଲା।ପ୍ରଥମଦିନରେ ବୈାଦ୍ଧ ଭିକ୍ଷୁମାନେ ପ୍ରବଚନ ଦଦେଇଥିବା ବେଳେ ୨ ୟ ଦିନରେ ଅର୍ଥାତ ଆଜି ବୈାଦ୍ଧଧର୍ମ ଗ୍ରହଣ କରାଯାଇଥିଲା ବୋଲି ସେ ସୂଚନା ଦେଇଥିଲେ।ଲକ୍ଷ୍ମିପୁର ବିଧାୟକ କୈଳାସ କୁଲେସିକା ଉତ୍ସବରେ ଉପସ୍ଥିତ ଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top