କୋରାପୁଟ ବନବିଭାଗ ଦ୍ୱାରା ୨୮ ଗଣ୍ଡି ଆକାଶିଆ କାଠ ଜବତ ; ୩ ଅଟକ

କୋରାପୁଟ ; ତା୦୫-୦୫-୧୮(ଓଡିଆପୁଅ/ରଂଜନ କୁମାର ଦାସ)କୋରାପୁଟ ବନାଞଳ କାର୍ଯ୍ୟାଳୟର ଫରେଷ୍ଟର ପୂର୍ଣ୍ଣଚନ୍ଦ୍ର ନନ୍ଦ ଓ ଅନ୍ୟାନ୍ୟ କର୍ମଚାରୀ ଗତ ୨ ତାରିଖରେ ବଗେଇପଦରଠାରେ ଏକ କାଠ ବୋଝେଇ ଟ୍ରକ ଓଆର -୦୫ ଡବ୍ଲୁ ୬୯୨୪ କୁ ଜବତ କରିବା ସହ ୩ ଜଣ ବ୍ୟକ୍ତିଙ୍କୁ ଅଟକ ରଖିଥିବା ଜଣାପଡିଛି।ଏହି ଟ୍ରକରେ ୨୮ ଗଣ୍ଡି ଆକାଶିଆ କାଠ ଥିବା ରେଞର ସୁବାସ ଚନ୍ଦ୍ର ଖୁଟିଂଆ ପ୍ରକାଶ କରିଛନ୍ତି।କୋରାପୁଟ ତହସିଲର ମାନବାର ରାଜସ୍ୱ ନିରୀକ୍ଷକ କାଠ କାଟିବା ନିମନ୍ତେ ଅନୁମତି ପତ୍ର ଦେଇଥିବା ଗାଡିର ଡ୍ରାଇଭର ତଥା ମାଲିକ ଶରତ ଚନ୍ଦ୍ର ସାହୁ ରେଞରଙ୍କ ନିକଟରେ ଉପସ୍ଥାପନା କରିଥିଲେ ଜଣାପଡିଛି।ଉକ୍ତ ଅନୁମତିପତ୍ରରେ ନୋଟିଫିକେସନ ନମ୍ବର ଭୂଲ ଥିବା ବେଳେ ଦାବିଦାରଙ୍କ ଦସ୍ତଖତ ନ ଥିଲା ବୋଲି ରେଞର ଶ୍ରୀ ଖୁଟିଂଆ ସୂଚନା ଦେଇଥିଲେ।ଗରୀବ ଆଦିବାସୀଙ୍କଠାରୁ ଖୁବ କମଦରରେ କ୍ରୟ କରି ବ୍ୟବସାୟୀ ଚଢାଦରରେ କଟକ ଓ ଅନ୍ୟାନ୍ୟ ଅଂଚଳରେ ଏହିପରି ବିକ୍ରୀ କରୁଛନ୍ତି ବୋଲି ସେ ପ୍ରକାଶ କରିଥିଲେ।ରାଜସ୍ୱ ବିଭାଗ ଯେତିକି ପରିମାଣ ନେବା ନିମନ୍ତେ ଅନୁମତି ଦେଉଛନ୍ତି ତାଠାରୁ ଅଧିକା ଚାଲି ଯାଉଥିବା ସେ ପ୍ରକାଶ କରିଥିଲେ।ଆକାଶିଆ,  ନିଳଗିରି ଓ ସୁବାବୁଲ କାଠ ପରିବହନ ନିମନ୍ତେ ଏବେ ଅନୁମତି ନ ଥିବାରୁ ବେପାରୀମାନେ ଏହାର ଫାଇଦା ନେଉଛନ୍ତି ବୋଲି ସେ ପ୍ରକାଶ କରିଥିଲେ।କାଗଜପତ୍ର ଯାଂଚ ଚାଲିଛି ସରିଲାପରେ ଉକ୍ତ ମାମଲାକୁ କୋରାପୁଟ ତହସିଲଦାରଙ୍କୁ ହସ୍ତାନ୍ତର କରାଯିବ ବୋଲି ସେ ସୂଚନା ଦେଇଥିଲେ।ମାନବାର ଓ ଦେବିଘାଟ ଅଂଚଳର ରାଜସ୍ୱ ଜଙ୍ଗଳରୁ ଅନେକ କାଠ ଚାଲାଣ ହେଉଥିବା ସେ ପ୍ରକାଶ କରିଥିଲେ।ଏବେ ମଧ୍ୟ ଉକ୍ତ ଅଂଚଳରେ କାଠ କଟାହୋଇ ପଡିରହିଥିବା ସେ ପ୍ରକାଶ କରିଥିଲେ।ଅନୁମତି ଦେବା ସମୟରେ ବନ ବିଭାଗ ସହ ରାଜସ୍ୱ ବିଭାଗର ସମନ୍ନୟ ରହିବା ଦରକାର ନ ହେଲେ ରାଜସ୍ୱ ଓ ବନ ବିଭାଗର କାଠ ଚାଲାଣ ବୃଦ୍ଧି ପାଇବ ବୋଲି ଆଲୋଚ୍ୟର ବିଷୟ ହୋଇପଡିଛି।

Leave a Reply

Your email address will not be published. Required fields are marked *