କୋରାପୁଟ ବଜାରରେ ଫଳ ଚଢା ଦରରେ ବିକ୍ରୀ

କୋରାପୁଟ ; ତା୧୩-୦୫-୧୮(ଓଡିଆ ପୁଅ/ରଂଜନ କୁମାର ଦାସ)କୋରାପୁଟ ବଜାରରେ ଫଳ ଚଢା ଦରରେ ବିକ୍ରୀ କରାଯାଉଥିବାରୁ ଖାଉଟିମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।ଆଗକୁ ସାବିତ୍ରୀ ପୂଜା ରହିଥିବାରୁ ବ୍ୟବସାୟୀମାନେ ଚଢା ଦରରେ ବିକ୍ରୀ କରୁଥିବା ସାଧାରଣରେ ମତ ପ୍ରକାଶ ପାଇଛି।ପାଚିଲା ଆମ୍ବ କେଜି ପ୍ରତି ୮୦ ଟଙ୍କାରେ ବିକ୍ରୀ କରାଯାଉଥିବା ବେଲେ ପାଚିଲା କଦଳୀ ଡଜନ ପ୍ରତି ୫୦ ଟଙ୍କା, ନଡିଆ ୫୦ ଟଙ୍କା, ଲିଚୁ କେଜି ପ୍ରତି ୨୦୦ ଟଙ୍କା ବିକ୍ରୀ କରାଯାଉଥିବା ଲକ୍ଷ୍ୟ କରାଯାଇଥିଲା।ସାବିତ୍ରୀ ଯୋଗୁଁ ଫଳ ଦରରେ ଅହେତୁକ ବୃଦ୍ଧି ସତ୍ୟବାନଙ୍କ ପକେଟ ଖାଲି ହୋଇଯାଉଥିବା ଆଲୋଚ୍ୟର ବିଷୟ ହୋଇପଡିଛି।

Leave a Reply

Your email address will not be published. Required fields are marked *