କୋରାପୁଟ ପ୍ରେସକ୍ଲବରେ ଜନ୍ମଦିନ ପାଳିଲେ ଜୟପୁର ବିଧାୟକ

କୋରାପୁଟ ; ତା୩୧-୧୨-୧୭(ଓଡିଆ ପୁଅ/ରଂଜନ କୁମାର ଦାସ)କୋରାପୁଟ ପ୍ରେସକ୍ଲବଠାରେ ଜୟପୁର ବିଧାୟକ ତାରା ପ୍ରସାଦ ବାହିନିପତି ନିଜର ୬୧ ତମ ଜନ୍ମଦିନ ମହାସମାରୋହରେ ପାଳିତ କରିଥିଲେ।କୋରାପୁଟ ପ୍ରେସକ୍ଲବର ସଭାପତି ଭବାନୀ ଶଙ୍କର ମିଶ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉତ୍ସବରେ ଶ୍ରୀ ବାହିନିପତି କେକ କାଟି ଜନ୍ମଦିନ ପାଳିଥିଲେ।କୋରାପୁଟ ପ୍ରେସକ୍ଲ ତରଫରୁ ଏକ ଉପଢୈାକନକୁ ବରିଷ୍ଠ ସଦସ୍ୟ ପରିକ୍ଷିତ ବିଶ୍ୱାଲ ଶ୍ରୀ ବାହିନିପତିଙ୍କୁ ପ୍ରଦାନ କରିଥିଲେ।କୋରାପୁଟ ଜିଲ୍ଲାର ସାମାଗ୍ରିକ ବିକାଶ ପାଇଁ ସମସ୍ତ ସାମ୍ବାଦିକ ଏକତ୍ରିତ ହୋଇ ଆଗଭର ହେବାକୁ ଶ୍ରୀ ବାହିନିପତି ଆହ୍ୱାନ ଦେଇଥିଲେ।ଏହି ଉତ୍ସବରେ ବରିଷ୍ଠ ସଦସ୍ୟ ଲକ୍ଷ୍ମି ପ୍ରସାଦ ରଥ,  ରଂଜନ କୁମାର ଦାସ, ଅଶୋକ ଦାସ, ଅର୍ଜୁନ ଦାସ,  ପ୍ରଶାନ୍ତ କୁମାର ସାମନ୍ତରାୟ, ଅମିତାଭ ବେହେରା,  ଅରୁଣ କୁମାର ଦାସ, ଘନଶ୍ୟାମ ରଥ, ଅଶୋକ କୁମାର ବ୍ରହ୍ମା,  ଜେ.କେ.ମିଶ୍ର, ବିଦ୍ୟାଧର ଚୈାଧୁରୀ, ପତିତପାବନ ସାହୁ, ବାବୁଲ ସିଂ, ମନୋଜ କୁମାର ନାୟକ, ବାପୁଜି ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *