କୋରାପୁଟ

କୋରାପୁଟ ପୌରାଚଂଳକୁ ସଂପୂର୍ଣ୍ଣ ବାହ୍ୟ ମଳମୁକ୍ତ କରିବା ନିମନ୍ତେ ଶପଥପାଠ କରାଗଲା

କୋରାପୁଟ ; ତା୨୫-୦୪-୧୮(ଓଡିଆ ପୁଅ/ରଂଜନ କୁମାର ଦାସ)କୋରାପୁଟ ପୌରାଂଚଳକୁ ସଂପୂର୍ଣ୍ଣ ବାହ୍ୟ ମଳମୁକ୍ତ କରିବା ନିମନ୍ତେ ଆଜି ଏକ ଶପଥପାଠ ଉତ୍ସବ ଆୟୋଜନ କରାଯାଇଥିଲା।କୋରାପୁଟ ପୌରାଧ୍ୟକ୍ଷ ଭଗବାନ ବାହିନିପତିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉତ୍ସବରେ ନିର୍ବାହୀ ଅଧିକାରୀ ଗୈାରଚନ୍ଦ୍ର ପଟନାୟକ ଯୋଗଦେଇ ପ୍ରଥମେ ପୌରାଂଚଳରେ ଥିବା ବେସରକାରୀ ଦୋକାନମାନଙ୍କରେ ଓଡିଆରେ ଫଳକ ଲେଖିବାକୁ ନିବେଦନ କରିଥିଲେ।କୋରାପୁଟ ପୌରାଂଚଳରେ ଥିବା ବିଭିନ୍ନ ଏସଏଚଜିର ପ୍ରାୟ ୪୦୦ ମହିଳା କାର୍ଯ୍ୟକ୍ରମରେ ଯୋଗଦେଇଥିଲେ।କୋରାପୁଟ ସହର ମଧ୍ୟେôର ପାଇଖାନା ନିର୍ମାଣ ସରିଛି ଓ କେତେକ ସ୍ଥାନରେ ନିର୍ମାଣ କରାଯାଉଛି ବୋଲି ପୌରାଧ୍ୟକ୍ଷ ଶ୍ରୀ ବାହିନିପତି ପ୍ରକାଶ କରିଥିଲେ।ନିର୍ମାଣ ସରିଥିବା ପାଇଖାନାଗୁଡିକ ବ୍ୟବହାର କରିବାକୁ ସେ ପରାମର୍ଶ ଦେଇଥିଲେ। ଏହାପରେ ଶପତପାଠ କରାଯାଇଥିଲା।ଏହି ଉତ୍ସବରେ ଉପାଧ୍ୟକ୍ଷା ସଂଜୁଲତା ରାଉତ, କାଉନସିଲର ଅମ୍ବିକା ଷଣ୍ଢ, ଲିଲି ବୁରୁଡି, ସହକାରୀ ଯନ୍ତ୍ରୀ ମନୋଜ କୁମାର ପାତ୍ର ପ୍ରମୁଖ ଯୋଗଦେଇଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top