କୋରାପୁଟ

କୋରାପୁଟ ପୈାରପରିଷଦ ଦ୍ୱାରା ଅଭିଯୋଗଗ୍ରହଣ କରିବାକୁ ଥିବା ପୈାରଯନ୍ତ୍ରୀ ଅନୁପସ୍ଥିତ ;ଅଭିଯୋଗ ଡେସପାଜରେ ପ୍ରଦାନ

କୋରାପୁଟ ; ତା୦୧-୦୧-୧୮(ଓଡିଆପୁଅ/ରଂଜନ କୁମାର ଦାସ)ସହକାରୀ ନିର୍ବାହୀ ଯନ୍ତ୍ରୀ ଓ ସହକାରୀ ଯନ୍ତ୍ରୀ ତଥା କନିଷ୍ଠଯନ୍ତ୍ରୀମାନେ କାର୍ଯ୍ୟ ତଦାରଖ କରିବାକୁ ଅନେକ ସମୟ କାର୍ଯ୍ୟସ୍ଥଳୀରେ ରୁହନ୍ତି ଅଫିସରେ କମ ସମୟ ରହନ୍ତି।କିନ୍ତୁ କୋରାପୁଟ ପୈାରପରିଷଦ ତରଫରୁ ପୈାରଯନ୍ତ୍ରୀଙ୍କୁ ଅଭିଯୋଗପତ୍ର ଗ୍ରହଣ କରିବା ଦାୟିତ୍ୱ ଦେବା କେତେଦୂର ଯୁକ୍ତିଯୁକ୍ତ ବୋଲି ସାଧାରଣରେ ଆଲୋଚ୍ୟର ବିଷୟ ହୋଇପଡିଛି।

କୋରାପୁଟ ପୈାର ପରିଷଦର ଚିଠି ନମ୍ବର ୮୫୬୩ ତା ୨୯-୧୨-୧୭ରିଖରେ ଏକ ବିଜ୍ଞପ୍ତି ପ୍ରକାଶ କରି ନାଳ,  କଲର୍ଭଟ ତଥା ରାସ୍ତା କାମ ଉପରେ ଲୋକଙ୍କଠାରୁ ଚଳିତ ମାସ ୧ ତାରିଖଠାରୁ ୩ ତାରିଖ ମଧ୍ୟରେ ଅଭିଯୋଗ କରିବାକୁ ଆହ୍ୱାନ କରିଥିଲେ।ପୈାରଯନ୍ତ୍ରୀ ରମେଶ କୁମାର ମହାରଣା ଅଭିଯୋଗପତ୍ର ଗ୍ରହଣ କରିବେ ବୋଲି ଚିଠିରେ ଦର୍ଶାଯାଇଛି।ଜଣେ ବ୍ୟକ୍ତି ଲିଖିତ ଅଭିଯୋଗପତ୍ର ଦେବା ନିମନ୍ତେ ପୈାରଯନ୍ତ୍ରୀଙ୍କୁ କାର୍ଯ୍ୟାଳୟକୁ ଯାଇଥିଲେ କିନ୍ତୁ ସେ ଅନୁପସ୍ଥିତ ରହିଥିବାରୁ ସେ ଉପସ୍ଥିତ କର୍ମଚାରୀଙ୍କ ଉପରେ ବିରକ୍ତି ପ୍ରକାଶ କରିଥିଲେ।ଏହାପରେ ଅଫିସର ଡେସପାଚ ସେକ୍ସନରେ ଅଭିଯୋଗପତ୍ର ପ୍ରଦାନ କରିଥିଲେ।ଉନ୍ନୟନ ଦାୟିତ୍ୱରେ ରହିଥିବା କର୍ମଚାରୀଙ୍କୁ ଅଭିଯୋଗପତ୍ର ଗ୍ରହଣ କରିବା ଦାୟିତ୍ୱ କାହିଁକି ଦିଆଗଲା ନାହିଁ ବୋଲି ସାଧାରଣରେ ପ୍ରଶ୍ନ ଉଠୁଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top