Home କୋରାପୁଟ କୋରାପୁଟ ପଂଚାୟତ ସମିତି ବୈଠକ- ପଂଚାୟତ ପ୍ରତିନିଧିମାନଙ୍କ ବିନା ଜ୍ଞାତସାରରେ ଅନ୍ୟ ବିଭାଗ କାର୍ଯ୍ୟକରୁଥିବା ଅଭିଯୋଗ

କୋରାପୁଟ ପଂଚାୟତ ସମିତି ବୈଠକ- ପଂଚାୟତ ପ୍ରତିନିଧିମାନଙ୍କ ବିନା ଜ୍ଞାତସାରରେ ଅନ୍ୟ ବିଭାଗ କାର୍ଯ୍ୟକରୁଥିବା ଅଭିଯୋଗ

145

କୋରାପୁଟ ୨୬-୦୯(ଓଡିଆ ପୁଅ/ରଂଜନ କୁମାର ଦାସ)କୋରାପୁଟ ବ୍ଲକ କାର୍ଯ୍ୟାଳୟ ସଭାଗୃହଠାରେ ପଂଚାୟତ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି ।ଅଧ୍ୟକ୍ଷା ନମିତା ମାଝିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ କୋରାପୁଟ ବିଧାୟକ ରଘୁରାମ ପଡାଲ , ପଟ୍ଟାଙ୍ଗୀ ବିଧାୟକ ପୀତମ ପାଢୀ ,କୋରାପୁଟ ସାଂସଦଙ୍କ ପ୍ରତିନିଧି ବାବୁଲା ବେନିଆ , ଉପାଧ୍ୟକ୍ଷ ମୁରଲୀ ଖରା , ଜିଲ୍ଲାପରିଷଦ ସଭ୍ୟା ପାର୍ବତୀ ମସ୍ତି ଓ ପର୍ଣ୍ଣିମା ଜାନି ,ବିଡିଓ ନରେନ୍ଦ୍ର ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।ପଂଚାୟତ ପ୍ରତିନିଧିମାନଙ୍କ ବିନା ଜ୍ଞାତସାରରେ ଅଣ୍ୟ ବିଭାଗଗୁଡିକ କାଯର‌୍ୟ କରୁଥିବା ଉପସ୍ଥିତ ସଭ୍ୟ /ସଭ୍ୟାମାନେ ଅଭିଯୋଗ କରିଥିଲେ ।ବ୍ଲକରେ ଅନ୍ୟ ବିଭାଗ କଣ କଣ କାର୍ଯ୍ୟ କରୁଛି ତାହା ବିଡିଓ ଶ୍ରୀ ନାୟକ  ଜାଣି ନ ଥିବା ପ୍ରକାଶ କରିଥିଲେ ।ମାଥାଲପୁଟ ଓ ବଡସୁକୁରେ ଡାକ୍ତର ଅଭାବ ନେଇ ସଭ୍ୟ /ସଭ୍ୟାମାନେ କ୍ଷୋଭ ପ୍ରକାଶ କରିଥିଲେ ।ବଡସୁକୁ ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତରଙ୍କୁ  ମାଥାଲପୁଟ ଡେପୁଟେସନରେ କାହିଁକି ନିଆଯାଇଛି ବୋଲି ସଭ୍ୟମାନେ ପ୍ରଶ୍ନ କରିବା ସହ ତୁରନ୍ତ ଫେରାଇ ଆଣିବାକୁ ଦାବି କରିଥିଲେ ।କୋରାପୁଟ ବ୍ଲକରେ ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ କରିବାକୁ ଦାବି କରାଯାଇଥିଲା ।କୋରାପୁଟ ବ୍ଲକ କାର୍ଯ୍ୟାଳୟରେ ଜିପିଇଓ , ପିଏ ଓ ସାମାଜିକ ସୁରକ୍ଷା ଅଧିକାରୀ ପଦ ଖାଲି ରହିଥିବାରୁ ଲୋକମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖିନ ହେଉଥିବାରୁ ଏହି ପଦବୀକୁ ପୂରଣ କରିବାକୁ ସଭ୍ୟ /ସଭ୍ୟମାନେ ବିଧାୟକ ଶ୍ରୀ ପଡାଲଙ୍କୁ ନିବେଦନ କରିଥିଲେ ।ଆଧାରକାର୍ଡ ସହ ସଂଯୁକ୍ତ ହୋଇ ନ ଥିବାରୁ ହିତାଧିକାରୀମାନେ ଚାଉଳ ପାଇବାରୁ ବଂଚିତ ହେଉଥିବା ଅଭିଯୋଗ ହୋଇଥିଲା ।ରାଜ୍ୟ ସରକାରଙ୍କ ୫ ଟି ତତ୍ୱ ସଂପର୍କରେ କୋରାପୁଟ ଓ ପଟ୍ଟାଙ୍ଗୀ ବିଧାୟକ ପ୍ରାଞଳ ଭାବରେ ଉପସ୍ଥାପନା କରିଥିଲେ ।ଏହି ବୈଠକରେ ସମିତି ସଭ୍ୟ /ସଭ୍ୟା ଓ କ୍ଷେତ୍ର ଅଧିକାରମାନେ  ଯୋଗଦେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.