ଓଡ଼ିଶା

କୋରାପୁଟ ଦୁର୍ଘଟଣା: ଶବ ବ୍ୟବଛେଦ ପରେ ୪ ମୃତଦେହ ପରିବାରବର୍ଗଙ୍କୁ ହସ୍ତାନ୍ତର; ସହରରେ ଶୋକର ଛାୟା

– ଜିଲ୍ଲା ପ୍ରଶାସନର ନିଦ ଭାଙ୍ଗିଲା; ଟିପ୍ପର ଉପରେ ଚଢାଉ

କୋରାପୁଟ ; ତା୨୮-୦୨-୧୮(ଓଡିଆ ପୁଅ /ରଂଜନ କୁମାର ଦାସ) ଗତକାଲି ରାସ୍ତା ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ୪ ଛାତ୍ରଛାତ୍ରୀମାନଙ୍କ ଆଜି ସକାଳେ କୋରାପୁଟ ଡାକ୍ତରଖାନାରେ ଶବ ବ୍ୟବଛେଦ ହୋଇଯାଇଛି।କୋରାପୁଟ ଶବ ବ୍ୟବଛେଦଗୃହଠାରେ କୋରାପୁଟ ସାଂସଦ ଝିନ୍ନ ହିକକା, ଜିଲ୍ଲା ପରିଷଦ ସଭାପତି ପ୍ରଭୁ ଜାନି, ପୂର୍ବତନ ବିଧାୟକ ରଘୁରାମ ପଡାଲ, ସଦର ଆଇଆଇସି ସନ୍ତୋଷିନୀ ଓରାମ ପ୍ରମୁଖ ଉପସ୍ଥିତ ଥିଲେ। ଓଏମପିରେ ରହୁଥିବା ତିରୁପତି ରାଓଙ୍କ କନ୍ୟା ଏସ .ଜୟଶ୍ରୀ ରାଓ ଓ ଜି.କେ.ଭଞ୍ଜଙ୍କ କନ୍ୟା ନିହାରିକା ଭଞ୍ଜଙ୍କ ମୃତଦେହ ପ୍ରଥମେ ବ୍ୟବଛେଦ କରାଯିବା ପରେ ହସ୍ତାନ୍ତର କରାଯାଇଥିଲା।ସୁନାପୁରଠାରେ ଦୁହିଁଙ୍କ ସଂସ୍କାର କରାଯାଇଥିଲା।ଜୟଶ୍ରୀଙ୍କ ଭାଇ ମହେଶ୍ୱର ରାଓ ମୁଖାଗ୍ନି ଦେଇଥିଲେ।୩ୟ ବାଟାଲିୟନର ଦୁର୍ଗପତି ଭାସ୍କର ସାହୁ ଶ୍ମଶାନ ଯାଇ ପୁଷ୍ପମାଲ୍ୟାର୍ପଣ କରି ସମବେଦନା ଜଣେଇଥିଲେ।ତିରୁପତି ଓ ଜିକେ ଭଞ୍ଜ ଦୁଃଖରେ ଭାଙ୍ଗିପଡିଥିଲେ ଏପରିକି ପରିବାରବର୍ଗ ଝିଅମାନଙ୍କୁ ହରାଇ କାନ୍ଦି କାନ୍ଦି ଝୁରୁଥିବା ନଜର କରାଯାଇଥିଲା।

ରାଜିବ ଓ ରୁବେନ ୨ ପୁଅକୁ ହରାଇ ରବିନ୍ଦ୍ର ଓ ତାଙ୍କ ସ୍ତ୍ରୀ ଏବଂ ପରିବାରବର୍ଗ ସଂପୂର୍ଣ୍ଣ ଭାଙ୍ଗିପଡିଥିଲେ। ରେଲବାଇଠାରେ ରହୁଥିବା ରବିନ୍ଦ୍ରଙ୍କ ଘରେ ସକାଳୁ ସକାଳୁ ବନ୍ଦୁବାନ୍ଧବ ତଥା ସାଙ୍ଗସାଧିମାନଙ୍ଗ ଭିଡ ଜମି ରହିଥିଲା।କୋରାପୁଟ ଏସପି ଡାକ୍ତର କନଓାର ସିଂ, ସାଂସଦ ଝିନ୍ନ ହିକକା, ଅତିରିକ୍ତ ଏସପି ଭି .ଆର .ରାଓ ପ୍ରମୁଖ ଯାଇ ପୁଷ୍ଫମାଲ୍ୟାର୍ପଣ କରି ସମବେଦନା ଜଣେଇଥିଲେ। ଚିନ୍ଦ୍ରୀ ନିକଟରେ ମୃତ ୨ ଭାଇଙ୍କ ସଂସ୍କାର କରାଯାଇଥିଲା।

କୋରାପୁଟରେ ଅନେକ ଦୁର୍ଘଟଣା ଘଟିଗଲାଣି ଏହାର ମୂଳ କାରଣ ହେଲା ସହର ମଧ୍ୟରେ ଜାତୀୟ ରାଜପଥ ଯାଇଥିବାରୁ ଦୁର୍ଘଟଣା ହେଉଛି ତେଣୁ ଏକ ବାଇପାସ ନିର୍ମାଣ କରିବାକୁ ୩ ୟ ବାଟାଲିୟନର ଦୁର୍ଗପତି ଭାସ୍କର ସାହୁ ଜିଲ୍ଲା ପ୍ରଶାସନକୁ ପରାମର୍ଶ ଦେଇଥିଲେ।ପୋଲିସ ପରିବାରର ୪ଜଣ ପିଲା ମୃତ୍ୟୁବରଣ କଲେ ଏହା ଅତ୍ୟନ୍ତ ଦୁଃଖଦାୟକ ଘଟଣା ବୋଲି ସେ ପ୍ରକାଶ କରିଥିଲେ।ପରିବାର ଓ ପିଲାମାନେ ଅନେକ ସୁନିଲ ସ୍ୱପ୍ନ ଦେଖିଥିଲେ କିନ୍ତୁ ତାହା ଏବେ ଅଧୁରା ହୋଇ ରହିଗଲା ବୋଲି ସେ ସୂଚନା ଦେଇଥିଲେ।

ରାଜିବ ମେଧାବୀ ଛାତ୍ର ଥିଲା ଓ ୬ ତାରିଖରେ ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷା ଦେଇଥାନ୍ତା ବୋଲି ବାପା ରବିନ୍ଦ ପାତ୍ର ସୂଚନା ଦେଇଥିଲେ।ଏନଡିଏ ପରୀକ୍ଷା ଦେବାକୁ ସେ ପ୍ରସ୍ତୁତି କରୁଥିଲା ବୋଲି ସେ ସୂଚନା ଦେଇଥିଲେ। ପରିବାର, ବନ୍ଧୁବାନ୍ଧବ ଓ କଲେଜ କର୍ତ୍ତୃପକ୍ଷ ମଧ୍ୟ ରାଜିବ ଉପରେ ଭରସା କରିଥିଲେ ଭବିଷ୍ୟତରେ ସେ ଜଣେ ମେଧାବୀଛାତ୍ର ହୋଇ ବାହାରିବ କିନ୍ତୁ ସବି ଆଜି ଚୁରମାର ହୋଇଗଲା ବୋଲି ଅଶ୍ରୁଭରା କଣ୍ଠରେ ପ୍ରକାଶ କରିଥିଲେ। ରୁବେନ ମଧ୍ୟ ଭଲ ପଢୁଥିଲା ସେ ୬ ତାରିଖରେ ପରୀକ୍ଷା ଦେଇଥାନ୍ତା ବୋଲି ସେ ସୂଚନା ଦେଇଥିଲେ।ଉକ୍ତ ଟିପ୍ପର ଡ୍ରାଇଭର ମଦ୍ୟପାନ କରି ଗାଡି ଚଳାଉଥିଲା ବୋଲି ସେ ଅଭିଯୋଗ କରିବା ସହ ଜୟପୁର ନିକଟରେ ୨ଜଣ ମଟର ସାଇକେଲ ଆରୋହୀ ଅଳ୍ପକେ ରକ୍ଷା ପାଇଯିବା ତାଙ୍କ ସାଙ୍ଗ ଦେଖି କୋରାପୁଟ ଆସି ଏହି ଦୁର୍ଘଟଣା ଦେଖି ମର୍ମାହାତ ହୋଇ ଆହତ ପିଲାଙ୍କୁ କୋରାପୁଟ ମେଡିକାଲ ନେଇଥିଲେ ବୋଲି ସେ ପ୍ରକାଶ କରିଥିଲେ।

ମୁଁ ଅଫିସ କାମରେ କଟକ ଯାଇଥିଲି ଓ ଏକ ସୋସିଆଲ ମିଡିଆରୁ ଖବର ପାଇ କୋରାପୁଟ ଆସି ପହଂଚିବା ପରେ ଆଉ କିଛି ନ ଥିଲା ମୋର ଗେଲ୍ଲି ଝିଅ ଜୟଶ୍ରୀ ଆଉ ନ ଥିଲା।ତାର ବାପା ବାପା ଡାକ ଆଜି ମତେ କିଏ ଡାକିବ ବୋଲି ସେ ଅଶ୍ରୁଭରା କଣ୍ଠରେ ପ୍ରକାଶ କରିବା ସହ ବାୟୁସେନାରେ ଚାକିରୀ କରିବା ବୋଲି ଲକ୍ଷ୍ୟ ରଖିଥିଲା ବୋଲି ବାପା ତିରୁପତି ରାଓ ସୂଚନା ଦେଇଥିଲେ।ସେପଟେ ଜୟଶ୍ରୀର ମା କାନ୍ଦି କାନ୍ଦି ଝିଅକୁ ଝୁରି ହେଉଥିବା ନଜର କରାଯାଇଥିଲା। ରାଜୀବ ଆମ୍ଭମାନଙ୍କର ଏକ ଉତମ ସାଙ୍ଗ ଥିଲା ତାକୁ ହରାଇବାରୁ ଆମ୍ଭମାନଙ୍କୁ ଦୁଃଖ ଲାଗୁଛି ବୋଲି ସାଙ୍ଗ ଏସ .ପ୍ରଧାନ ପ୍ରକାଶ କରିଥିଲେ।

ଏହି ଘଟଣା ପରେ ଜିଲ୍ଲା ପ୍ରଶାସନର ନିଦ ଭାଙ୍ଗିଲା ଓ ଆରଟିଓ ପି.ସିଏଚ .ପ୍ରଧାନ କଫି ବୋର୍ଡ ନିକଟରେ ଆଜି ପୂର୍ବାହ୍ନରେ ଟିପ୍ପରଗୁଡିକ ଉପରେ ଚଢାଉ କରି ଜରିମାନା ଆଦାୟ କରୁଥିବା ଜଣାପଡିଛି।ଦୁର୍ଘଟନା କରିଥିବା ଟିପ୍ପରଟିର ଲାଇସେନ୍ସ ରଦ୍ଦ କରାଯିବ ବୋଲି ସେ ସୂଚନା ଦେଇଥିଲେ।କୋରାପୁଟ ତହସିଲ କର୍ତୂପକ୍ଷ ମଧ୍ୟ ବାଲି ଓ ଗୋଡି ବୋଝେଇ ୫ ଟି ଟିପ୍ପର ଗାଡି ଜବତ କରିଥିଲେ ବୋଲି ଜଣାପଡିଛି।କୋରାପୁଟ ସହର ମଧ୍ୟରେ ନାବାଳକ /ନାବାଳିକାମାନେ ଦୁଇଚକିଆ ଗାଡି ଦ୍ରୁତ ଗତିରେ ଚଳାଉଥିବା ବେଳେ ପୋଲିସ ତରଫରୁ ସେପରି ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ନିଆଯାଉ ନ ଥିବାରୁ ଏଭଳି ଅନେକ ଦୁର୍ଘଟଣା ଘଟିବ ବୋଲି ସହରରେ ର୍ଚ୍ଚା ହେଉଛି।ତେଣୁ ଜିଲ୍ଲା ପ୍ରଶାସନ ଓ ପୋଲିସ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ସାଧାରଣରେ ଦାବି ହେଉଛି।ଟିପ୍ପରର ଡ୍ରାଇଭରକୁ ଥାନାରେ ଅଟକ ରଖାଯାଇ ତଦନ୍ତ କରାଯାଉଥିବା ସଦର ଥାନା ନିରୀକ୍ଷକ ସନ୍ତୋଷିନୀ ଓରାମ ସୂଚନା ଦେଇଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top