ଓଡ଼ିଶା

କୋରାପୁଟ ଡାକ୍ତରଖାନାରେ ୨ ଡେଙ୍ଗୁ ରୋଗୀ ଚିହ୍ନଟ

କୋରାପୁଟ; ତା୩୦-୦୬-୧୮(ଓଡିଆ ପୁଅ/ରଂଜନ କୁମାର ଦାସ) କୋରାପୁଟ ଏସଏଲଏନ ମେଡିକାଲ କଲେଜ ଓ ହସ୍ପିଟାଲରେ ଦୁଇଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିବାବେଳେ ଜଣେ ଚିକିତ୍ସିତ ହେଉଛନ୍ତି ଓ ଅନ୍ୟ ଜଣେ ଡାକ୍ତରଙ୍କ ବିନା ପରାମର୍ଶରେ ଲୁଚିକି ପଲାଇଥିବା ଜଣାପଡିଛି। ତେବେ ଡେଙ୍ଗୁରେ ଆକ୍ରାନ୍ତମାନେ କୋରାପୁଟ ଜିଲାର ନୁହଁ ସେମାନେ ରାୟଗଡା ଜିଲାର ବୋଲି କୋରାପୁଟ ସଦର ଡାକ୍ତରଖାନାର ଅଧିକ୍ଷକ ଡାକ୍ତର କାଳୀ ପ୍ରସାଦ ବେହେରା ସୂଚନା ଦେଇଛନ୍ତି। ରାୟଗଡା ଜେକେପୁର ସୁମିତ୍ରା ନାଗ(୨୭), ରାୟଗଡା ସହରର ଦୁଇ ଭାଇ ଇ.ଦୁର୍ଗା ଓ ଇ.ବୈକୁଣ୍ଠ ଜ୍ୱର ନ କମିବାରୁ ରାୟଗଡା ଜିଲା ମୁଖ୍ୟ ଚିକିତ୍ସାଳୟରୁ ଅଧିକ ଚିକିତ୍ସା ନିମନ୍ତେ କୋରାପୁଟ ଏସଏଲଏନ ମେଡିକାଲ କଲେଜ ଓ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା।୨୮ ତାରିଖରେ ସୁମିତ୍ରା କୋରାପୁଟ ମେଡିକାଲରେ ଭର୍ତି ହୋଇଥିଲେ ଓ ଆଜି ଅପାରହ୍ନରେ ତାଙ୍କ ରକ୍ତରେ ଡେଙ୍ଗୁ ପଜିଟିଭ ଥିବା ଜଣାପଡିଥିଲା।ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଏବେ ଭଲ ଅଛି ଓ ସ୍ୱତନ୍ତ୍ର ଡେଙ୍ଗୁ ଓାର୍ଡକୁ ସ୍ଥାନାନ୍ତରିତ କରାଯାଇଥିବା ସେ ସୂଚନା ଦେଇଥିଲେ।।ଦୁଇ ଭାଇଙ୍କ ମଧ୍ୟରୁ ଜଣଙ୍କ ରକ୍ତରେ ଡେଙ୍ଗୁ ପଜିଟିଭ ବାହାରିବା ପରେ ୨ ଜଣ ଡାକ୍ତରଙ୍କ ବିନା ପରାମର୍ଶରେ ଭୟରେ କୋରାପୁଟରୁ ପଳେଇଯାଇଥିବା ସେ ପ୍ରକାଶ କରିଥିଲେ। ଏ ସଂପର୍କରେ ଜିଲ୍ଲା ମ୍ୟାଲେରିଆ ଅଧିକାରୀଙ୍କୁ ସୂଚନା ଦିଆଯାଇଥିବା ସେ ପ୍ରକାଶ କରିଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top