କୋରାପୁଟ ଡାକ୍ତରଖାନାରେ ରକ୍ତଦାନ ଶିବିର

କୋରାପୁଟ ; ତା୧୬-୦୬-୧୮(ଓଡିଆ ପୁଅ /ରଂଜନ କୁମାର ଦାସ)କୋରାପୁଟ ଜିଲ୍ଲାରେ ରକ୍ତର ଅଭାବ ଦୂର କରିବା ନିମନ୍ତେ ବିଭିନ୍ନ ଅନୁଷ୍ଠାନ ତଥା ବ୍ୟକ୍ତି ବିଶେଷ ରକ୍ତଦାନ କରିବାକୁ ଆଗଭର ହେଉଥିବା ନଜର କରାଯାଉଛି।କୋରାପୁଟ ଜିଲ୍ଲାର ଜଣେ ଯୁବକ ତଥା ବିଜେଡିଯୁବ ନେତା ବାସୁଦେବ କୁଲଦୀପ ରକ୍ତଦାନ ଶିବିର କରିବାକୁ ଆଗଭର ହୋଇ ଆଜି କୋରାପୁଟ ଡାକ୍ତରଖାନା ବ୍ଲଡ ବ୍ୟାଙ୍କ କର୍ତପୂକ୍ଷଙ୍କ ସହୟତାରେ ରକ୍ତଦାନ ଶିବିର ଆୟୋଜନ କରିଥିଲେ ବୋଲି ଜଣାପଡିଛି।ରାଜ୍ୟ ବିଜେଡିର ସଂପାଦକ ବିଜୟ କୁମାର ନାୟକ ମୁଖ୍ୟ ଅତିଥିଭାବେ ଯୋଗଦେଇ ରକ୍ତଦାନ ଶିବିରିର ଶୁଭାରମ୍ଭ କରିଥିଲେ।ରାଜ୍ୟ ଯୋଜନା ବୋର୍ଡ ସଦସ୍ୟ ଇଂ ଇଶ୍ୱର ଚନ୍ଦ୍ର ପାଣିଗ୍ରାହୀ, ଜିଲ୍ଲା ସଂପାଦକ ଉତ୍କଳ ରଂଜନ ନାୟକ, ବିଜେଡି ନେତା ଅଶ୍ୱିନୀ ସାହୁ, ତ୍ରୀନାଥ ପାତିକା, ବ୍ଲଡ ବ୍ୟାଙ୍କ ଅଧିକାରୀ ଡାକ୍ତର ରତିକାନ୍ତ ଖଟୁଆ ପ୍ରମୁଖ ଉପସ୍ଥିତ ଥିଲେ।ବାସୁଦେବ ନିଜେ ରକ୍ତଦାନ କରିବା ସହ ଜିଲ୍ଲାର ଯୁବକମାନଙ୍କୁ ରକ୍ତଦାନର ଉଦ୍ଦେଶ୍ୟ ସଂପର୍କରେ ପ୍ରେରଣା ଦେଇଥିବାରୁ ଏହି ଶିବିରରେ ୬୦ ୟୁନିଟରୁ ଉର୍ଦ୍ଧ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା ବୋଲି ଶ୍ରୀ କୁଲଦୀପ ସୂଚନା ଦେଇଥିଲେ।

Leave a Reply

Your email address will not be published. Required fields are marked *