କୋରାପୁଟ ; ତା୦୬-୦୮-୧୭(ଓଡିଆପୁଅ /ରଂଜନ କୁମାର ଦାସ)କୋରାପୁଟ ଡାକ୍ତରଖାନାର ଏସଏନସିୟୁରେ ଚିକିସôିତ ଚନ୍ଦାହାଣ୍ଡି ବ୍ଲକ ଅନ୍ତର୍ଗତ ଜୋରାବନ୍ଧ ଗ୍ରାମର ମନଧର ମର୍କାମର ଜନ୍ମିତ ଶିଶୁର ଅବସ୍ଥା ସଂକଟାପନ୍ନ ରହିଥିବା ଡାକ୍ତର ପ୍ରମୋଦ କୁମାର ପଣ୍ଡା ସୂଚନା ଦେଇଛନ୍ତି ।କୋରାପୁଟ ଡାକ୍ତରଖାନାରୁ ଅନ୍ୟତ୍ର ସ୍ଥାନାନ୍ତରିତ କରିବାକୁ ପଡିବ ବୋଲି ସେ ପ୍ରକାଶ କରିଥିଲେ ।ସୂଚନାଯୋଗ୍ୟ ଯେ ମନଧର ମର୍କାମର ପ୍ରସୂତି ସ୍ତ୍ରୀ ମୂରେ ମର୍କାମ ଓ ଜନ୍ମିତ ଶିଶୁର ଅବସ୍ଥା ଖରାପ ହେବାରୁ ଗତକାଲି ନବରଙ୍ଗପୁର ଡାକ୍ତରକାନାରୁ କୋରାପୁଟ ଡାକ୍ତରଖାନା ସ୍ଥାନାନ୍ତରିତ କରାଯାଇଥିଲା ।କିନ୍ତୁ କୋରାପୁଟ ଡାକ୍ତରଖାନାରେ ପହଂଚିଲାବେଳକୁ ମୂରେର ମୃତ୍ୟୁ ହୋଇଯାଇଥିଲା ।କୋରାପୁଟ ଡାକ୍ତରଖାନାର ଆମ୍ବୁଲାନସ ଯୋଗେ ମାଗଣାରେ ମୃତଦେହ ଜୋରାବନ୍ଧ ପଠାଯାଇଥିଲା ।